ସଙ୍ଗଠନରେ ବଢୁଛି ଉତ୍ପୀଡନ: ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ଫୁଲବାଣୀ,୨୮ା୧୧(ରାକେଶ କୁମାର ରାଉତ): ସୁରକ୍ଷା ବାହିନୀର ଲଗାତାର ଚଢାଉ କନ୍ଧମାଳ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକ୍ରମରେ ରୋକ ଲଗାଇଛି। ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ବିଜା ମାଡଭି ଓରଫ ଟିକେଶ। ସେ ଗତ ଫେବୃଆରୀରେ ପୋଲିସ ଗୁଳିରେ ନିହତ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଦାସୁରଙ୍କ ଅଙ୍ଗରକ୍ଷକ ଥିଲେ। ୨୦୨୦ ର୍ସିଲା, ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ବିଜାଙ୍କ ସମ୍ପୃକ୍ତି ରହିଛି ବୋଲି ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ କନ୍ଧମାଳ ଏସ୍‌ପି ହରିଶ ବିଶି ସୂଚନା ଦେଇଛନ୍ତି।

ଛତିଶଗଡ଼ ସୁକ୍‌ମା ଜିଲା କିସ୍ତାରାମ ଥାନା ଅଧୀନ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ରୁ ମାଓବାଦୀ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ୨୦୨୦ରେ ସେ ଓଡ଼ିିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ (କାଡଙ୍ଗ ଏରିଆ କମିଟି)ର ସଦସ୍ୟ ରୂପେ ନୂଆପଡା ଅଞ୍ଚଳରେ ସକ୍ରିୟ ଥିଲେ। ବର୍ତ୍ତମାନ ସେ କନ୍ଧମାଳ ଜିଲାର କେକେବିଏନ୍‌ ସଙ୍ଗଠନର ରାହୁଲ ଏରିଆ କମିଟି ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ।

ମାଓବାଦୀ ସଙ୍ଗଠନରେ ଉତ୍ପୀଡନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବୀତସ୍ପୃହ ହୋଇ ବିଜା ଆତ୍ମସମର୍ପଣ କରିଛନ୍ତି। ତାଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ପୋଲିସ ବାଲିଗୁଡା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଆଇଜି କହିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ କନ୍ଧମାଳ-ବୌଦ୍ଧ ଜିଲାରେ ଯବାନଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର

କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?