ବିସ୍ମୟ ବାଳକ: ରାୟଗଡ଼ାର ବିଭୁନନ୍ଦନଙ୍କ ମୁହଁରେ ମହାକାଶ

ରାୟଗଡ଼ା ଅଫିସ,୨୮ା୬: ବୟସ ମାତ୍ର ୭ ବର୍ଷ। ହେଲେ ମହାକାଶ, ସୌରମଣ୍ଡଳ ବିଷୟରେ ରହିଛି ଗଭୀର ଜ୍ଞାନ। ମହାକାଶର ସୃଷ୍ଟି, ଏହାର ସ୍ଥିତି ଏବଂ ପୃଥିବୀ ଧ୍ୱଂସ ଆଦି ବିଷୟରେ ଏହି ବାଳକଙ୍କ ଜ୍ଞାନ ଅବିଶ୍ୱସନୀୟ। ଉକ୍ତ ବିସ୍ମୟ ବାଳକ ହେଲେ ରାୟଗଡ଼ା ସହର କଲେକ୍ଟରେଟ୍‌ ରୋଡ୍‌ ନିବାସୀ ଗୌରହରି ନାଥଙ୍କ ସୁପୁତ୍ର ବିଭୁନନ୍ଦନ ନାଥ।

ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବିଭୁଙ୍କ ବିଜ୍ଞାନ କ୍ଷେତ୍ରରେ ଏତେ ଆଗ୍ରହ ରହିଛି ବୋଲି ପ୍ରଥମେ ପରିବାର ଲୋକେ ମଧ୍ୟ ଆଭାସ ପାଇ ନ ଥିଲେ। ହେଲେ ବଡ଼ଭଉଣୀଙ୍କୁ ଘରେ ଟ୍ୟୁଶନ ପଢ଼ାଉଥିବା ଶିକ୍ଷକ ଅରବିନ୍ଦ ଟାକ୍ରି ବାଳକଙ୍କ ଜ୍ଞାନକୁ ଜାଣିପାରିଥିଲେ। ଭଉଣୀ ନିକଟରେ ବସି ସେ ଶିକ୍ଷକଙ୍କଠାରୁ ଅନେକ ଜ୍ଞାନ ଆହରଣ କରୁଥିଲେ। ଏପରିକି ସେ ଶିକ୍ଷକଙ୍କୁ ବିଜ୍ଞାନ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ପଚାରୁଥିଲେ, ଯାହାର ଉତ୍ତର ସାର୍‌ଙ୍କ ନିକଟରେ ମଧ୍ୟ ନ ଥିଲା। ପରେ ଶିକ୍ଷକ ବିଭିନ୍ନ ସମୟରେ ବିଭୁଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ବାଳକ ସମସ୍ତ ପ୍ରଶ୍ନର ଅତି ଚମତ୍କାର ଉତ୍ତର ରଖୁଥିଲେ। ପୃଥିବୀ ଧ୍ୱଂସ ହେଲେ କ’ଣ ହୁଏ, ୨ଟି ତାରା ମିଶିଲେ କିଭଳି ଆଲୋକ ଜାତ ହୁଏ ଭଳି ଅନେକ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ରହିଛି। ଏହା ଜାଣିବା ପରେ ଅରବିନ୍ଦ ଏ ବିଷୟରେ ବିଭୁଙ୍କ ମା’, ବାପାଙ୍କୁ ଜଣାଇଥିଲେ। ଏହାକୁ ନେଇ ସେମାନେ ବେଶ୍‌ ଖୁସି ବ୍ୟକ୍ତ କରିବା ସହ ପୁଅକୁ ଏ କ୍ଷେତ୍ରରେ ଅଧିକ ଉତ୍ସାହିତ କରୁଥିବା କୁହନ୍ତି। ଏତେ କମ୍‌ ବୟସରେ ଅନେକ ଜ୍ଞାନ ହାସଲ କରିଥିବା ବିଭୁ ଭବିଷ୍ୟତରେ ‘ନାସା’ରେ ଯୋଗଦେଇ ଗବେଷଣା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପୁଅର ଉତ୍ସାହ ଦେଖି ପରିବାର ଲୋକେ ମଧ୍ୟ ବେଶ୍‌ ଆଶାବାଦୀ। ବାପା ଗୌରହରି କହିଛନ୍ତି, ପୁଅ ଦୀର୍ଘ ୨ ବର୍ଷ ହେଲା ମୋବାଇଲ ମାଧ୍ୟମରେ ୟୁଟ୍ୟୁବ୍‌ ଏବଂ ଗୁଗଲରୁ ବିଭିନ୍ନ ଭିଡିଓ ଦେଖୁଥଲା। ହେଲେ ଛୋଟ ପିଲା କ’ଣ ଦେଖୁଛି ବୋଲି ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri