ଗର୍ଭାଶୟ କର୍କଟ ଚିହ୍ନଟ କରିବ ସର୍ଜିକାଲ ନାଇଫ୍‌

ଲଣ୍ଡନ,୫।୧: ଏଣିକି ଗର୍ଭାଶୟ କର୍କଟ ଚିହ୍ନଟ କରିବା ହେବ ଆହୁରି ସହଜ। ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର ସର୍ଜିକାଲ ନାଇଫ୍‌ (ଛୁରି) ତିଆରି କରିଛନ୍ତି, ଯାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗର୍ଭାଶୟ କର୍କଟ ବା ଟ୍ୟୁମର ଚିହ୍ନଟ କରିବ। ବ୍ରେଷ୍ଟ ଏବଂ ବ୍ରେନ୍‌ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଆଇନାଇଫ୍‌ ବ୍ୟବହାର କରାଯାଇଥିବା ଗବେଷକଙ୍କ ପକ୍ଷରୁ କୁହାଯାଇଛି। ଆଇ ନାଇଫ୍‌ ବିଷୟରେ ବିସ୍ତୃତ ବିବରଣୀ କ୍ୟାନ୍‌ସର ଜର୍ନାଲରେ ପ୍ରକାଶ ପାଇଛି।

ବର୍ତ୍ତମାନ ସମୟରେ ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ କର୍କଟ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ପ୍ରତିବର୍ଷ ବ୍ରିଟେନ୍‌ରେ ପ୍ରାୟ ୯,୦୦୦ ମହିଳା ଏହି ରୋଗରେ ଆକ୍ରାନ୍ତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୦%ଙ୍କଠାରେ କର୍କଟର ଲକ୍ଷଣ ଦେଖାଯାଏ। କିନ୍ତୁ ବାକି ମହିଳା ଲାଷ୍ଟ ଷ୍ଟେଜ୍‌ ବେଳକୁ ରୋଗ ସମ୍ପର୍କରେ ଜାଣିବାକୁ ପାଆନ୍ତି। ତେବେ ଏ ପ୍ରକାର ସ୍ଥିତିରେ ଆଇନାଇଫ୍‌ ଉପଯୋଗୀ ସାବ୍ୟସ୍ତ ହେବ।

ଇଲେକ୍ଟ୍ରକ୍‌ କରେଣ୍ଟ ଦ୍ୱାରା ପରିଚାଳିତ ଏହି ଛୁରି ସହଜରେ ସୁସ୍ଥ ଟିସୁଗୁଡ଼ିକ ଭିତରୁ କ୍ୟାନ୍‌ସର ସେଲ୍‌କୁ ଚିହ୍ନଟ କରିଥାଏ। ବାୟୋପ୍ସି ବେଳେ ଗର୍ଭାଶୟରୁ ଧୂଆଁ ବାହାରିଥାଏ। କ୍ୟାନ୍‌ସର ଚିକିତ୍ସାରେ ଆଇନାଇଫର ବ୍ୟବହାର ବଢ଼ାଇବା ସକାଶେ ବିଶେଷଜ୍ଞଙ୍କ ପକ୍ଷରୁ ମେଜର କ୍ଲିନିକାଲ ଟ୍ରାଏଲ କରାଯିବାର ଯୋଜନା ରହିଛି। କର୍କଟ ରୋଗର ଚିହ୍ନଟ ପାଇଁ ଅନେକ ପରୀକ୍ଷା କରାଯାଏ। ଏହାପରେ ରିପୋର୍ଟ ଆସିଲାବେଳକୁ ଚିକିତ୍ସା ପାଇଁ ବହୁ ବିଳମ୍ବ ହୋଇଯାଇଥାଏ। ନିଜର ସମୟ ରକ୍ଷା କରିବା ଏବଂ ଜଟିଳ ସ୍ଥିତି ଉପୁଜିବା ପୂର୍ବରୁ ଚିକିତ୍ସା ଆରମ୍ଭ କରିଦେବା ପାଇଁ ଆଇନାଇଫ୍‌ ବେଶ୍‌ ଲାଭପ୍ରଦ ବୋଲି ଗବେଷଣା ମୁଖ୍ୟ ଆଥେନା ଲାମନିସୋସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri