କଳାର ସୌଦାଗର ସୁରସାର୍‌

ଭୁବନ, ୨୩।୧୦(ଡି.ଏନ.ଏ.)

ହାତରେ ଚାମର ଧରିଲେ ସେ ପାଲଟିଯାଆନ୍ତି ପାଲାଗାୟକ। ରଙ୍ଗତୂଳୀ ଧରିଲେ ମାଟି ପ୍ରତିମାରେ ସଞ୍ଚରି ଉଠେ ଜୀବନ। ନାଟକ ପ୍ରଚ୍ଛଦପଟରେ ରହି କଳାକାରଙ୍କୁ ତାଗିଦ୍‌ କରିବା ବେଳେ ତାଙ୍କ ପରିଚୟ ବଦଳିଯାଏ ନାଟ୍ୟ ନିର୍ଦ୍ଦେଶକରେ। ମୁହଁରେ ରଙ୍ଗ ବୋଳି ମଞ୍ଚକୁ ଉଠିଲେ ଯାଦୁକରୀ ଅଭିନୟରେ ବାନ୍ଧି ହୋଇଯାଆନ୍ତି ଦର୍ଶକ। କଳାକୁ ସାଉଁଟୁ ସାଉଁଟୁ ବୟସ ୯୦ ଛୁଇଁଲାଣି। ତଥାପି ଭାଙ୍ଗିନି ମନୋବଳ କି କମିନି ଯୁବସୁଲଭ ଗୁଣ। କଳାର ସାଧନାରେ ଜୀବନ ସମର୍ପିତ କରିଥିବା ଏହି ବ୍ୟକ୍ତିତ୍ୱ ଜଣକ ହେଲେ ଢେଙ୍କାନାଳ ଜିଲା ଭୁବନ ଏନଏସିର ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁରସାର୍‌।
ଶିକ୍ଷକତା ତାଙ୍କର ବୃତ୍ତି ନୁହେଁ, କିନ୍ତୁ ସମସ୍ତେ ପାଖରେ ସେ ଅତି ପରିଚିତ ସୁରସାର୍‌। ଚମଡ଼ା ଭାଙ୍ଗରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡୁଛି, ତଥାପି ଏବେ ବି ବୃତ୍ତିଗତ ଜୀବନରେ ବେଶ୍‌ ଚଞ୍ଚଳ। ଜଣେ ଖୁସିମିଜାଜ ମଣିଷ ଭାବେ ସେ ଯେତିକି ପରିଚୟ ସେତିକି ଆଦୃତ ମୂର୍ତ୍ତି କାରିଗର ଭାବରେ। ନିଜର ଏହି ସ୍ବତନ୍ତ୍ର କଳା ଲାଗି ସ୍ଥାନୀୟ ଗୁଜୁରୀହାଟ ଦେଶମେଢ଼ରେ ପାଖାପାଖି ୭୦ବର୍ଷ ହେଲା ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି। ଏହାକୁ ବାଦ୍‌ ଦେଲେ କାଳୀ, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ମଧ୍ୟ ଗଢୁଛନ୍ତି। ଏକ ଟଙ୍କାରୁ ଆରମ୍ଭ ହୋଇଥିବା ଏହି କାରିଗରି ବିଦ୍ୟାର ପାରିଶ୍ରମିକ ସମୟକ୍ରମେ ୩୦ ହଜାରରେ ପହଞ୍ଚତ୍ଛି, ଯାହାକୁ ନେଇ ବେଶ୍‌ ଖୁସି ଅଛନ୍ତି ସୁରସାର୍‌।
ଭୁବନ ଏନ୍‌ଏସିର ୪ନଂ. ଓ୍ବାର୍ଡରେ ୧୯୩୧ରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ମିଶ୍ର। ସ୍ତ୍ରୀ, ୪ ପୁଅ, ବୋହୂ, ନାତିନାତୁଣୀଙ୍କୁ ନେଇ ତାଙ୍କର ହସଖୁସିର ସଂସାର। ପିଲାଟି ଦିନରୁ ନାଟକ, ଯାତ୍ରା ପ୍ରତି ରହିଥିଲା ସୁରସାର୍‌ଙ୍କ ଝୁଙ୍କ୍‌। ବୟସ ବଢ଼ିବା ସହିତ ଏହା ନିଶା ପାଲଟିଗଲା। ଗଁା ଗହଳିରେ ହେଉଥିବା ଛୋଟ ଛୋଟ ନାଟକରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ଏହାପରେ ସେ ନାଟକରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏକ ପାଲା ଦଳ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରି ବେଶ୍‌ ପ୍ରଶଂସା ମଧ୍ୟ ସାଉଁଟିଥିଲେ। ପାଲାର ପ୍ରଚାର ପ୍ରସାର କ୍ଷେତ୍ରରେ ଅବଦାନ ଲାଗି ସେ ଏବେ ଜିଲା ପାଲା ପରିଷଦର ସଭାପତି ଅଛନ୍ତି। କେବଳ ଏତିକି ନୁହେଁ, ନାଟକ, ଯାତ୍ରା ସହିତ ଜଡ଼ିତ ରହିବା ମଧ୍ୟରେ ସୁର୍‌ସାର ହାର୍‌ମୋନିୟମ, ତବଲା, ମୃଦଙ୍ଗ ବଜାଇବା କଳାରେ ମଧ୍ୟ ପାରଙ୍ଗମ ହୋଇଯାଇଛନ୍ତି।
ନିଜର ବୃତ୍ତିଗତ ଜୀବନ ସମ୍ପର୍କରେ ସୁରସାର୍‌ କୁହନ୍ତି, ତାଙ୍କର ନିର୍ଦ୍ଦିଷ୍ଟ ଭାବେ କେହି ଗୁରୁ ନାହାନ୍ତି। ନିଜ ଦକ୍ଷତା ବଳରେ ଏସବୁ ଶିଖିଛନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ କଳାକାର ଭତ୍ତା ଛଡ଼ା ଅନ୍ୟ କିଛି ସହାୟତା ମିଳୁନାହିଁ। କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରି ନିରାଶ ହୋଇଛନ୍ତି। କରୋନା ସମୟରେ ସରକାରୀ କଟକଣା ଯୋଗୁ ମୂର୍ତ୍ତି ଗଢ଼ାକାମ ପ୍ରଭାବିତ ହୋଇଛି। ମୂର୍ତ୍ତି ଉଚ୍ଚତା କମିଯାଇଥିବାରୁ ପାରିଶ୍ରମିକ ଠିକ୍‌ ଭାବେ ମିଳୁନାହିଁ। ବୟସ ହୋଇଯାଇଥିବାରୁ ଆଗ ଭଳି କାମ କରିହେଉନାହିଁ। ତଥାପି ହାତଗୋଡ଼ ଚଳୁଥିବା ଯାଏ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍ଗାନାଳ ଅଫିସ୍‌, ୧୩।୧୨: ଢେଙ୍କାନାଳ ଜିଲା ଗୋଣ୍ଡିଆ ବ୍ଲକ ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ...

ଏନ୍‌ଏଚ୍‌ରେ ପଡ଼ି ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ଘସିପୁରା,୧୧ା୧୦(ଡି.ଏନ.ଏ): ୨୦ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା ଠାରୁ ଆରମ୍ଭ...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ

ବାଲିକୁଦା,୨ା୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଢୋଳ ଗଁାର ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ସୋମବାର ବିଳମ୍ବିତ ରାତିରେ କଟକ...

ପରୀ ହତ୍ୟାକାଣ୍ଡ : ଚାପରେ ଚେପା ଏସ୍‌ଆଇଟି ତଦନ୍ତ

ନୟାଗଡ଼ ଅଫିସ,୨୮ା୧୨: ପୋଲିସ ପରି ଏସ୍‌ଆଇଟି ତଦନ୍ତ ଚାପରେ ଚେପା ହୋଇପଡ଼ିଛି। ପରୀ ମା’ବାପାଙ୍କ ଅଭିଯୋଗକୁ ଏସ୍‌ଆଇଟି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ପରୀ ହତ୍ୟାକାଣ୍ଡ...

ମହାନଦୀରେ ବନ୍ୟା: ବହୁ ଗ୍ରାମ ଜଳବନ୍ଦୀ

ବାଙ୍କୀ/ଆଠଗଡ଼/ବଡ଼ମ୍ବା/ତିଗିରିଆ, ୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ): ମହାନଦୀରେ ବନ୍ୟା ଯୋଗୁ କଟକ ଜିଲାର ବିଭିନ୍ନ ଗ୍ରାମ ଜଳାର୍ଣ୍ଣବ ହୋଇଯାଇଛି। ବହୁ ଗ୍ରାମରେ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ...

୩୧,୧୮୮ ଚାଷୀ ୨୧,୧୯,୫୦୧ କୁଇଣ୍ଟାଲ ଧାନ ବିକିଲେ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ ବର୍ଷର ମଙ୍ଗଳବାର ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର...

ସଞ୍ଜୀବ ଅରୋରା ଆଇବି ଡିଆଇଜି

ସମ୍ବଲପୁର,୨୧।୭(ବ୍ୟୁରୋ): ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଗୋଇନ୍ଦା ବ୍ୟୁରୋ ଡିଆଇଜି ଭାବେ ଯୋଗ ଦେବେ। ସୋମବାର ସେ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିବେ। ହେଲେ କାହାକୁ...

Advertisement
Archives

Model This Week