କଳାର ସୌଦାଗର ସୁରସାର୍‌

ଭୁବନ, ୨୩।୧୦(ଡି.ଏନ.ଏ.)

ହାତରେ ଚାମର ଧରିଲେ ସେ ପାଲଟିଯାଆନ୍ତି ପାଲାଗାୟକ। ରଙ୍ଗତୂଳୀ ଧରିଲେ ମାଟି ପ୍ରତିମାରେ ସଞ୍ଚରି ଉଠେ ଜୀବନ। ନାଟକ ପ୍ରଚ୍ଛଦପଟରେ ରହି କଳାକାରଙ୍କୁ ତାଗିଦ୍‌ କରିବା ବେଳେ ତାଙ୍କ ପରିଚୟ ବଦଳିଯାଏ ନାଟ୍ୟ ନିର୍ଦ୍ଦେଶକରେ। ମୁହଁରେ ରଙ୍ଗ ବୋଳି ମଞ୍ଚକୁ ଉଠିଲେ ଯାଦୁକରୀ ଅଭିନୟରେ ବାନ୍ଧି ହୋଇଯାଆନ୍ତି ଦର୍ଶକ। କଳାକୁ ସାଉଁଟୁ ସାଉଁଟୁ ବୟସ ୯୦ ଛୁଇଁଲାଣି। ତଥାପି ଭାଙ୍ଗିନି ମନୋବଳ କି କମିନି ଯୁବସୁଲଭ ଗୁଣ। କଳାର ସାଧନାରେ ଜୀବନ ସମର୍ପିତ କରିଥିବା ଏହି ବ୍ୟକ୍ତିତ୍ୱ ଜଣକ ହେଲେ ଢେଙ୍କାନାଳ ଜିଲା ଭୁବନ ଏନଏସିର ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁରସାର୍‌।
ଶିକ୍ଷକତା ତାଙ୍କର ବୃତ୍ତି ନୁହେଁ, କିନ୍ତୁ ସମସ୍ତେ ପାଖରେ ସେ ଅତି ପରିଚିତ ସୁରସାର୍‌। ଚମଡ଼ା ଭାଙ୍ଗରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡୁଛି, ତଥାପି ଏବେ ବି ବୃତ୍ତିଗତ ଜୀବନରେ ବେଶ୍‌ ଚଞ୍ଚଳ। ଜଣେ ଖୁସିମିଜାଜ ମଣିଷ ଭାବେ ସେ ଯେତିକି ପରିଚୟ ସେତିକି ଆଦୃତ ମୂର୍ତ୍ତି କାରିଗର ଭାବରେ। ନିଜର ଏହି ସ୍ବତନ୍ତ୍ର କଳା ଲାଗି ସ୍ଥାନୀୟ ଗୁଜୁରୀହାଟ ଦେଶମେଢ଼ରେ ପାଖାପାଖି ୭୦ବର୍ଷ ହେଲା ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି। ଏହାକୁ ବାଦ୍‌ ଦେଲେ କାଳୀ, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ମଧ୍ୟ ଗଢୁଛନ୍ତି। ଏକ ଟଙ୍କାରୁ ଆରମ୍ଭ ହୋଇଥିବା ଏହି କାରିଗରି ବିଦ୍ୟାର ପାରିଶ୍ରମିକ ସମୟକ୍ରମେ ୩୦ ହଜାରରେ ପହଞ୍ଚତ୍ଛି, ଯାହାକୁ ନେଇ ବେଶ୍‌ ଖୁସି ଅଛନ୍ତି ସୁରସାର୍‌।
ଭୁବନ ଏନ୍‌ଏସିର ୪ନଂ. ଓ୍ବାର୍ଡରେ ୧୯୩୧ରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ମିଶ୍ର। ସ୍ତ୍ରୀ, ୪ ପୁଅ, ବୋହୂ, ନାତିନାତୁଣୀଙ୍କୁ ନେଇ ତାଙ୍କର ହସଖୁସିର ସଂସାର। ପିଲାଟି ଦିନରୁ ନାଟକ, ଯାତ୍ରା ପ୍ରତି ରହିଥିଲା ସୁରସାର୍‌ଙ୍କ ଝୁଙ୍କ୍‌। ବୟସ ବଢ଼ିବା ସହିତ ଏହା ନିଶା ପାଲଟିଗଲା। ଗଁା ଗହଳିରେ ହେଉଥିବା ଛୋଟ ଛୋଟ ନାଟକରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ଏହାପରେ ସେ ନାଟକରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏକ ପାଲା ଦଳ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରି ବେଶ୍‌ ପ୍ରଶଂସା ମଧ୍ୟ ସାଉଁଟିଥିଲେ। ପାଲାର ପ୍ରଚାର ପ୍ରସାର କ୍ଷେତ୍ରରେ ଅବଦାନ ଲାଗି ସେ ଏବେ ଜିଲା ପାଲା ପରିଷଦର ସଭାପତି ଅଛନ୍ତି। କେବଳ ଏତିକି ନୁହେଁ, ନାଟକ, ଯାତ୍ରା ସହିତ ଜଡ଼ିତ ରହିବା ମଧ୍ୟରେ ସୁର୍‌ସାର ହାର୍‌ମୋନିୟମ, ତବଲା, ମୃଦଙ୍ଗ ବଜାଇବା କଳାରେ ମଧ୍ୟ ପାରଙ୍ଗମ ହୋଇଯାଇଛନ୍ତି।
ନିଜର ବୃତ୍ତିଗତ ଜୀବନ ସମ୍ପର୍କରେ ସୁରସାର୍‌ କୁହନ୍ତି, ତାଙ୍କର ନିର୍ଦ୍ଦିଷ୍ଟ ଭାବେ କେହି ଗୁରୁ ନାହାନ୍ତି। ନିଜ ଦକ୍ଷତା ବଳରେ ଏସବୁ ଶିଖିଛନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ କଳାକାର ଭତ୍ତା ଛଡ଼ା ଅନ୍ୟ କିଛି ସହାୟତା ମିଳୁନାହିଁ। କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରି ନିରାଶ ହୋଇଛନ୍ତି। କରୋନା ସମୟରେ ସରକାରୀ କଟକଣା ଯୋଗୁ ମୂର୍ତ୍ତି ଗଢ଼ାକାମ ପ୍ରଭାବିତ ହୋଇଛି। ମୂର୍ତ୍ତି ଉଚ୍ଚତା କମିଯାଇଥିବାରୁ ପାରିଶ୍ରମିକ ଠିକ୍‌ ଭାବେ ମିଳୁନାହିଁ। ବୟସ ହୋଇଯାଇଥିବାରୁ ଆଗ ଭଳି କାମ କରିହେଉନାହିଁ। ତଥାପି ହାତଗୋଡ଼ ଚଳୁଥିବା ଯାଏ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri