କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ବି ଥମୁନାହିଁ ଚର୍ଚ୍ଚା। କାରଣ, ସୁରଙ୍କୁ କଂଗ୍ରେସ ବାହାର କରିବା ପରେ ଏହା ତାଙ୍କ ପାଇଁ ଆଶୀର୍ବାଦ ହେବ ନା ଅଭିଶାପ ସେନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ପ୍ରାର୍ଥୀ ତଥା ସାନପୁଅ ପାଇଁ ପ୍ରଚାର କରି କଂଗ୍ରେସରୁ ବାହାରିଥିବା ସୁର, ଏବେ ସାନପୁଅ ସପକ୍ଷରେ କେତେ ଭୋଟ ଜୁଟାଇ ପାରିବେ ତାହା ଦେଖିବା ବାକି ରହିଲା।

କଂଗ୍ରେସରୁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ବହିଷ୍କାର କରାଯିବା ପରେ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର୍‌ ଧରିଛି । ସୁରଙ୍କୁ କଂଗ୍ରେସରୁ କାଢ଼ିବା, ସୁରଙ୍କ ପାଇଁ ଲାଭ ହେବ ନା କ୍ଷତି ? କଂଗ୍ରେସ ସହିତ ଦୀର୍ଘ ୫୦ ବର୍ଷର ସମ୍ପର୍କ ଚ୍ଛିନ୍ନ ହେବା ପରେ ସୁରଙ୍କ ରାଜନୈତିକ ଭାବମୂର୍ତ୍ତି ପ୍ରଭାବିତ ହେବ କି ? ସାନପୁଅ ପାଇଁ ସୁର ଅଡୁଆରେ ପଡିଛନ୍ତି ନା କଂଗ୍ରେସରୁ ବିଦା ହେବା ପରେ ସୁରଙ୍କ ପଥ ସୁଗମ ହୋଇଛି, ତାକୁ ନେଇ ଚାଲିଛି ଚର୍ଚ୍ଚା ।

ଚର୍ଚ୍ଚା ହେଉଛି, କଂଗ୍ରେସରୁ ବାହାରି ଯିବା ପରେ ସୁର ଏବେ ବିନା ଦ୍ବନ୍ଦ୍ବରେ ବିଜେଡି ପ୍ରାର୍ଥୀ ସାନପୁଅ ମନ୍ମଥ ପାଇଁ ପ୍ରଚାର କରିପାରିବେ । ଭୋଟରଙ୍କ ପାଖକୁ ଯାଇ ସାନପୁଅ ପାଇଁ ଭୋଟ ମାଗିବା ବେଳେ ସୁରଙ୍କ ଭିତରେ କୌଣସି ଦ୍ବିଧା ରହିବ ନାହିଁ । ଦ୍ବିତୀୟତଃ ସୁର ପ୍ରଚାର କଲେ, ତାଙ୍କ କଂଗ୍ରେସ ପକେଟ ଭୋଟ ସାନପୁଅ ମନ୍ମଥଙ୍କ ଆଡକୁ ଟ୍ରାନ୍ସଫର ହୋଇପାରେ । ତୃତୀୟରେ ଖୋଲାଖୋଲି ଜଟଣୀରେ ସାନପୁଅ ପାଇଁ ଭୋଟ ରଣକୌଶଳ ସ୍ଥିର କରିପାରିବେ ଭେଟେରାନ ଲିଡର ସୁରେଶ ରାଉତରାୟ ।

ସୁରଙ୍କୁ ରାଜ୍ୟ କଂଗ୍ରେସର ଚେହେରା ବୋଲି କୁହାଯାଏ । କଂଗ୍ରେସ ଷ୍ଟାମ୍ପ ହଟିବା ପରେ ସୁରଙ୍କ ପାଇଁ କ’ଣ ହେବ କ୍ଷତି! ରାଜନୈତିକ ମହଲରେ ଆକଳନ କରାଯାଉଛି, ଜଣେ କଂଗ୍ରେସ ଚେହେରା ବିଜେଡି ପ୍ରାର୍ଥୀ ପାଇଁ ଭୋଟ ମାଗିବା କେତେ ଫଳପ୍ରଦ ହେବ, ତାକୁ ନେଇ ଆଶଙ୍କା ରହିଛି । ତା’ଛଡ଼ା କଂଗ୍ରେସରେ ରହିଛି, କଂଗ୍ରେସରେ ରହିବି ବୋଲି ସବୁବେଳେ କହି ଆସୁଥିବା ସୁରଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିବା ତାଙ୍କ ଭାବମୂର୍ତ୍ତିକୁ ମଳିନ କରିପାରେ । ସୁରଙ୍କୁ ବିଶ୍ବାସ ରଖି ତାଙ୍କ ପୁଅକୁ ଭୋଟରମାନେ ଶତପ୍ରତିଶତ ସମର୍ଥନ କରିବା ନେଇ ସନ୍ଦେହ ରହିଛି ବୋଲି କୁହାଯାଉଛି ।

ଦଳରୁ ବାହାରିବା ପରେ ଖବରଦାତା ସମ୍ମିଳନୀକୁ ସାକ୍ଷାତକାର ଦେଇ କଂଗ୍ରେସ ଉପରେ ବର୍ଷିବା ସହ ପୁଅ ମନ୍ମଥ ଜିତିବ ବୋଲି ଖୋଲାଖୋଲି କହିଛନ୍ତି। ସେ କହିଛନ୍ତି, ବହିଷ୍କାର ହୋଇଛି, ଭଲ ହୋଇଛି। ଏବେ ପୁଅ ପାଇଁ ବିନ୍ଦାସ ପ୍ରଚାର କରିବି। ହେଲେ କୌଣସି ଦଳ ପାଇଁ ନୁହେଁ। ଭୋଟ ପରେ ସେମାନଙ୍କ(କଂଗ୍ରେସ) କଥା ବୁଝିବି ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?