କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ବି ଥମୁନାହିଁ ଚର୍ଚ୍ଚା। କାରଣ, ସୁରଙ୍କୁ କଂଗ୍ରେସ ବାହାର କରିବା ପରେ ଏହା ତାଙ୍କ ପାଇଁ ଆଶୀର୍ବାଦ ହେବ ନା ଅଭିଶାପ ସେନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ପ୍ରାର୍ଥୀ ତଥା ସାନପୁଅ ପାଇଁ ପ୍ରଚାର କରି କଂଗ୍ରେସରୁ ବାହାରିଥିବା ସୁର, ଏବେ ସାନପୁଅ ସପକ୍ଷରେ କେତେ ଭୋଟ ଜୁଟାଇ ପାରିବେ ତାହା ଦେଖିବା ବାକି ରହିଲା।

କଂଗ୍ରେସରୁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ବହିଷ୍କାର କରାଯିବା ପରେ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର୍‌ ଧରିଛି । ସୁରଙ୍କୁ କଂଗ୍ରେସରୁ କାଢ଼ିବା, ସୁରଙ୍କ ପାଇଁ ଲାଭ ହେବ ନା କ୍ଷତି ? କଂଗ୍ରେସ ସହିତ ଦୀର୍ଘ ୫୦ ବର୍ଷର ସମ୍ପର୍କ ଚ୍ଛିନ୍ନ ହେବା ପରେ ସୁରଙ୍କ ରାଜନୈତିକ ଭାବମୂର୍ତ୍ତି ପ୍ରଭାବିତ ହେବ କି ? ସାନପୁଅ ପାଇଁ ସୁର ଅଡୁଆରେ ପଡିଛନ୍ତି ନା କଂଗ୍ରେସରୁ ବିଦା ହେବା ପରେ ସୁରଙ୍କ ପଥ ସୁଗମ ହୋଇଛି, ତାକୁ ନେଇ ଚାଲିଛି ଚର୍ଚ୍ଚା ।

ଚର୍ଚ୍ଚା ହେଉଛି, କଂଗ୍ରେସରୁ ବାହାରି ଯିବା ପରେ ସୁର ଏବେ ବିନା ଦ୍ବନ୍ଦ୍ବରେ ବିଜେଡି ପ୍ରାର୍ଥୀ ସାନପୁଅ ମନ୍ମଥ ପାଇଁ ପ୍ରଚାର କରିପାରିବେ । ଭୋଟରଙ୍କ ପାଖକୁ ଯାଇ ସାନପୁଅ ପାଇଁ ଭୋଟ ମାଗିବା ବେଳେ ସୁରଙ୍କ ଭିତରେ କୌଣସି ଦ୍ବିଧା ରହିବ ନାହିଁ । ଦ୍ବିତୀୟତଃ ସୁର ପ୍ରଚାର କଲେ, ତାଙ୍କ କଂଗ୍ରେସ ପକେଟ ଭୋଟ ସାନପୁଅ ମନ୍ମଥଙ୍କ ଆଡକୁ ଟ୍ରାନ୍ସଫର ହୋଇପାରେ । ତୃତୀୟରେ ଖୋଲାଖୋଲି ଜଟଣୀରେ ସାନପୁଅ ପାଇଁ ଭୋଟ ରଣକୌଶଳ ସ୍ଥିର କରିପାରିବେ ଭେଟେରାନ ଲିଡର ସୁରେଶ ରାଉତରାୟ ।

ସୁରଙ୍କୁ ରାଜ୍ୟ କଂଗ୍ରେସର ଚେହେରା ବୋଲି କୁହାଯାଏ । କଂଗ୍ରେସ ଷ୍ଟାମ୍ପ ହଟିବା ପରେ ସୁରଙ୍କ ପାଇଁ କ’ଣ ହେବ କ୍ଷତି! ରାଜନୈତିକ ମହଲରେ ଆକଳନ କରାଯାଉଛି, ଜଣେ କଂଗ୍ରେସ ଚେହେରା ବିଜେଡି ପ୍ରାର୍ଥୀ ପାଇଁ ଭୋଟ ମାଗିବା କେତେ ଫଳପ୍ରଦ ହେବ, ତାକୁ ନେଇ ଆଶଙ୍କା ରହିଛି । ତା’ଛଡ଼ା କଂଗ୍ରେସରେ ରହିଛି, କଂଗ୍ରେସରେ ରହିବି ବୋଲି ସବୁବେଳେ କହି ଆସୁଥିବା ସୁରଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିବା ତାଙ୍କ ଭାବମୂର୍ତ୍ତିକୁ ମଳିନ କରିପାରେ । ସୁରଙ୍କୁ ବିଶ୍ବାସ ରଖି ତାଙ୍କ ପୁଅକୁ ଭୋଟରମାନେ ଶତପ୍ରତିଶତ ସମର୍ଥନ କରିବା ନେଇ ସନ୍ଦେହ ରହିଛି ବୋଲି କୁହାଯାଉଛି ।

ଦଳରୁ ବାହାରିବା ପରେ ଖବରଦାତା ସମ୍ମିଳନୀକୁ ସାକ୍ଷାତକାର ଦେଇ କଂଗ୍ରେସ ଉପରେ ବର୍ଷିବା ସହ ପୁଅ ମନ୍ମଥ ଜିତିବ ବୋଲି ଖୋଲାଖୋଲି କହିଛନ୍ତି। ସେ କହିଛନ୍ତି, ବହିଷ୍କାର ହୋଇଛି, ଭଲ ହୋଇଛି। ଏବେ ପୁଅ ପାଇଁ ବିନ୍ଦାସ ପ୍ରଚାର କରିବି। ହେଲେ କୌଣସି ଦଳ ପାଇଁ ନୁହେଁ। ଭୋଟ ପରେ ସେମାନଙ୍କ(କଂଗ୍ରେସ) କଥା ବୁଝିବି ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri