Posted inଜାତୀୟ

ପୋଲିସଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌: ସୀମା ଅତିକ୍ରମ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ, ୨୯।୧୦: ସୋସିଆଲ୍‌ ମିଡ଼ିଆରେ କରାଯାଉଥିବା ପୋଷ୍ଟକୁ ନେଇ ସୁପ୍ରିମ୍‌କୋର୍ଟ ପୋଲିସଙ୍କୁ ତାଗିଦ୍‌ କରିଛନ୍ତି। ଲୋକଙ୍କୁ ଏନେଇ ଅଯଥା ହଇରାଣ ନ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ପୋଲିସ ନିଜର ସୀମା ଅତିକ୍ରମ ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ସରକାରଙ୍କ ବିରୋଧରେ ମତ ପୋଷଣ କରି ପୋଷ୍ଟ କରାଯାଉଥିବା ୟୁଜରଙ୍କୁ ଦେଶର ଯେ କୌଣସି ଅଞ୍ଚଳରୁ ପଚରାଉଚରା ପାଇଁ ଡକାଇବାକୁ ସୁପ୍ରିମ୍‌କୋର୍ଟ ନା ପସନ୍ଦ କରିଛନ୍ତି। ଏନେଇ ମାମଲା ଦାଏର କରାଯିବା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗର କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାରେ ପୋଲିସ ପକ୍ଷରୁ ଦିଲ୍ଲୀରେ ବାସ କରୁଥିବା ରୋଶନୀ ବିଶ୍ୱାସଙ୍କୁ ସମନ ଜାରି କରିଥିଲେ। ରୋଶନୀ ସୋସିଆଲ୍‌ ମିଡ଼ିଆ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ୩ ଘଣ୍ଟା ଉଡ଼ାଣ ପରେ…

ନୂଆଦିଲ୍ଲୀ,୨୭ା୫: ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ। ସାନ ଫ୍ରାନ୍ସିସ୍କୋ ଯାଉଥିଲା ବେଳେ ଅଧାରୁ ଫେରି ଆସିଲା। ୩ ଘଣ୍ଟା ଉଡ଼ାଣ କରି…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

୪ ଡେପୁଟି ସିଏମ୍‌ଙ୍କ ସହ କ୍ଷମତା ସମ୍ଭାଳିବେ ଡିକେ ଶିବକୁମାର; ନାଁ ଫାଇନାଲ୍!

ବେଙ୍ଗାଲୁରୁ,୨୭।୫: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟରେ ନୂଆ ସରକାର ଗଠନ ସମ୍ପର୍କରେ ଆଉ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ରେଲେଓ଼୍ବ ଷ୍ଟେଶନରେ ମହଙ୍ଗା ହେଲା ଖାଦ୍ୟ; ଜାଣନ୍ତୁ କେଉଁ ଖାଦ୍ୟ କେତେ ବଢିଲା…

ନୂଆଦିଲ୍ଲୀ,୨୭।୫: ରେଳ ଷ୍ଟେସନରେ ମହଙ୍ଗା ହେଲା ଖାଦ୍ୟ; ନୂତନ ଦର ଜୁନ ୧ ରୁ ଲାଗୁ ହେବା ନେଇ ବଡ଼ ଘୋଷଣା। ଏହି ନୂତନ ସଂଶୋଧନ ପରେ,…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

ବାଇଜୁ ମାଲିକଙ୍କୁ ବଡ଼ ଝଟ୍‌କା: ୬ ମାସ ଜେଲ୍‌, ଏହାସହ…

ନୂଆଦିଲ୍ଲୀ,୨୭।୫: ଭାରତର ସବୁଠାରୁ ହାଇ-ପ୍ରୋଫାଇଲ ଷ୍ଟାର୍ଟଅପ ମଧ୍ୟରେ ଗଣିତ ଏଡଟେକ କମ୍ପାନୀ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ ଫସିଯାଇଛନ୍ତି। ସିଙ୍ଗାପୁରର ଏକ କୋର୍ଟରେ ରବିନ୍ଦ୍ରନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri