Posted inଜାତୀୟ

ଅକ୍ସିଜେନ୍‌, ଜରୁରୀ ଔଷଧ ଯୋଗାଣ ଲାଗି ସୁପ୍ରିମକୋର୍ଟ ଗଠନ କଲେ ଟାସ୍କଫୋର୍ସ

ନୂଆଦିଲ୍ଲୀ, ୮।୫: ଦେଶରେ କେତେ ପରିମାଣରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ଅଛି ଓ ଯୋଗାଣ ହୋଇଛି, ତାହା ଆକଳନ କରିବା ଲାଗି ସୁପ୍ରିମକୋର୍ଟ ଶନିବାର ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମେଡିକାଲ ଅକ୍ସିଜେନ୍‌ ଏବଂ ଜରୁରୀ ଔଷଧ ମଞ୍ଜୁରୀ କରାଇବାରେ ଉକ୍ତ ୧୨ ଜଣିଆ ଟାସ୍କଫୋର୍ସ କାର୍ଯ୍ୟ କରିବ। ପରାମର୍ଶ ଓ ସୂଚନା ପାଇଁ ଟାସ୍କଫୋର୍ସ ଆବଶ୍ୟକ କଲେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳର ସହାୟତା ନେଇପାରିବ। କାର୍ଯ୍ୟପ୍ରଣାଳୀ ନିର୍ଦ୍ଧାରଣ କରିବା ଲାଗି ଏହାକୁ ସ୍ବାଧୀନତା ଦିଆଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ଅକ୍ସିଜେନ ଯୋଗାଣ ପାଇଁ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ବେଳେ ଟାସ୍କଫୋର୍ସ ଗଠନ ସମ୍ପର୍କରେ କହିଥିଲେ। ପଶ୍ଚିମବଙ୍ଗ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍ସେସ୍‌, କୋଲକାତାର ପୂର୍ବତନ କୁଳପତି ଡ. ଭାବତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସରେ ସାର୍‌ ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀର ମ୍ୟାନେଜମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡ. ଦେବେନ୍ଦ୍ର ସିଂ ରାଣା, ନାରାୟଣ ହେଲ୍‌୍‌ଥକେୟାର, ବେଙ୍ଗାଲୁରୁର ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦେବୀ ପ୍ରସାଦ ସେଟ୍ଟୀ, ଖ୍ରୀଷ୍ଟିୟାନ ମେଡିକାଲ କଲେଜ, ଭେଲୋରର ପ୍ରଫେସର ଡ. ଗଗନଦୀପ କଙ୍ଗ୍‌, ନିର୍ଦ୍ଦେଶକ ଡ. ଜେ.ଭି. ପିଟର, ମେଦାନ୍ତ ହସ୍ପିଟାଲ ଆଣ୍ଡ ହେଲ୍‌୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ ଗୁରୁଗ୍ରାମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ନରେଶ ତ୍ରେହାନ, ଫର୍ଟିସ ହସ୍ପିଟାଲ କ୍ରିଟିକାଲ କେୟାର ମେଡିସିନ ଏବଂ ଆଇସିୟୁର ନିର୍ଦ୍ଦେଶକ ଡ. ରାହୁଲ ପଣ୍ଡିତ, ସାର୍‌ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ତଥା ସର୍ଜିକାଲ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ଡ. ସୌମିତ୍ର ରାଓ୍ବତ, ଆଇଏଲ୍‌ବିଏସ୍‌ ଦିଲ୍ଲୀର ବରିଷ୍ଠ ପ୍ରଫେସର ଡ. ଶିବକୁମାର ସରିନ, ହିନ୍ଦୁଜା ହସ୍ପିଟାଲର ଡ. ଜରିର ଏଫ୍‌ ଉଦ୍ୱାଡିଆ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସମ୍ପତ୍ତିକୁ ଜବତ କରିବା ଖବରକୁ ଖଣ୍ଡନ କଲେ ସରକାର, ଫ୍ରାନ୍ସ ଅଦାଲତରୁ ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ ।୭: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ ଟିକସ ବିବାଦରେ ଫ୍ରାନ୍ସ କୋର୍ଟ ବ୍ରିଟେନର କେର୍ନ ଏନର୍ଜି ସପକ୍ଷରେ ରାୟ ଦେଇଛନ୍ତି । ବ୍ରିଟେନର...

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫...

ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର

ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୬।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଆମେରିକାରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ

ନୂଆଦିଲ୍ଲୀ, ୧୬ା୧୧: ଆମେରିକାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୨୦-୨୧ରେ ପୂର୍ବ ଶିକ୍ଷାବର୍ଷ ତୁଳନାରେ ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି। କରୋନା ମହାମାରୀ...

ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ...

ଆଜି ଦେଶରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ଶୁକ୍ରବାର ତାହା...

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମଙ୍ଗଳବାର ୫ମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ

ରାଞ୍ଚି,୨୬।୧୧: ଝାଡଖଣ୍ଡ ବିଧାନସଭାର ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାର...

Advertisement
Archives

Model This Week