Posted inଜାତୀୟ

ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସାର୍ବଜନୀନ କର ଜାତି ଭିତ୍ତିକ ଜନଗଣନା ସର୍ଭେ ବିବରଣୀ…

ନୂଆଦିଲ୍ଲୀ,୨।୧ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଜାତି ଭିତ୍ତିକ ସର୍ଭେ କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିଶନ ଦାଖଲ କରାଯାଇଛି। ଏହି ଆବେଦନ ଶୁଣିବା ପରେ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ଜାତି ସର୍ବେକ୍ଷଣର ତଥ୍ୟ ବିବରଣୀ ସାର୍ବଜନୀନ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ ରେ ହେବ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ବିହାରରେ କରାଯାଇଥିବା ଜାତି ସର୍ବେକ୍ଷଣର ତଥ୍ୟ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ନ ହେବା ନେଇ ସୁପ୍ରିମକୋର୍ଟ ଚିନ୍ତିତ। ଯଦି କେହି ଏକ ନିର୍ଦ୍ଦିଷ୍ଟ ସର୍ଭେ ଅନୁସନ୍ଧାନକୁ ଚ୍ୟାଲେଞ୍ଜ କରିବାକୁ ଚାହାନ୍ତି, ତେବେ ତାଙ୍କ ପାଖରେ ସର୍ଭେ ତଥ୍ୟ ଥିବା ଆବଶ୍ୟକ ।
ସୁପ୍ରିମକୋର୍ଟରେ ପାଟନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ୨ ଅଗଷ୍ଟ ୨୦୨୩ରେ ହାଇକୋର୍ଟରେ ଦିଆଯାଇଥିବା ଆଦେଶରେ ବିହାର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରାଯାଇଥିଲା। ତେବେ ଜାତି ଭିତ୍ତିକ ସର୍ବେକ୍ଷଣର ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
ସୂଚନାଯୋଗ୍ୟ ଅକ୍ଟୋବର ୨୦୨୩ ରେ ବିହାର ସରକାରଙ୍କ ମୁଖ୍ୟ ସଚିବ ବିବେକ ସିଂ ଜାତି ସର୍ଭେ ରିପୋର୍ଟକୁ ଆଂଶିକ ପ୍ରକାଶ କରିଥିଲେ। ଏହି ଅନୁଯାୟୀ, ବିହାରରେ ସାଧାରଣ ବର୍ଗର ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଅଟେ। ପଛୁଆ ବର୍ଗର ଜନସଂଖ୍ୟା ୨୭ ପ୍ରତିଶତରୁ ଅଧିକ ହୋଇଥିବାବେଳେ ଅନୁସୂଚିତ ଜାତିର ଜନସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଟେ। ସରକାର ୨୧୪ ଜାତିର ତଥ୍ୟ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ଜାତି ଅଛନ୍ତି ଯାହାଙ୍କର ମୋଟ ଜନସଂଖ୍ୟା ଶହେରୁ କମ।

୨୧୪ ଜାତି ସହିତ ଅନ୍ୟ ଜାତି ୨୧୫ ଜାତିଙ୍କର ତଥ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୧୩,୦୭,୨୫,୩୧୦। ସର୍ବେକ୍ଷଣ କରାଯାଇଥିବା ପରିବାରର ମୋଟ ସଂଖ୍ୟା ହେଉଛି ୨,୮୩,୪୪,୧୦୭। ଏଥିରେ ମୋଟ ପୁରୁଷ ସଂଖ୍ୟା ଛଅ କୋଟି ୪୧ ଲକ୍ଷ ଏବଂ ମହିଳାଙ୍କ ସଂଖ୍ୟା ହେଉଛି ୬ କୋଟି ୧୧ଲକ୍ଷ । ରାଜ୍ୟରେ ୧୦୦୦ ପୁରୁଷଙ୍କ ପ୍ରତି ୯୫୩ ମହିଳା ଅଛନ୍ତି।

ବିହାରରେ ୮୧.୯୯ ପ୍ରତିଶତ ଅର୍ଥାତ ପ୍ରାୟ ୮୨ ହିନ୍ଦୁ ଅଛନ୍ତି। ଇସଲାମ ଧର୍ମର ଅନୁଗାମୀମାନଙ୍କ ସଂଖ୍ୟା ୧୭.୭ ପ୍ରତିଶତ । ଅବଶିଷ୍ଟ ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ କିମ୍ବା ଅନ୍ୟ ଧର୍ମର ଅନୁଗାମୀଙ୍କ ସଂଖ୍ୟା ୧ ପ୍ରତିଶତ ରୁ କମ ଅଟେ। ରାଜ୍ୟର ୨୧୪୬ ଲୋକ ସେମାନଙ୍କର ଧର୍ମ ଘୋଷଣା କରିନାହାନ୍ତି।
ଜାତି ସର୍ବେକ୍ଷଣ ସହ ଜଡିତ ଅନ୍ୟ ଏକ ତଥ୍ୟ ହେଉଛି ଯେତେବେଳେ ବିହାରରେ ଭାରତୀୟ ଜନତା ପାର୍ଟି ସହିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସରକାରରେ ଥିଲେ, ବିହାର ବିଧାନସଭା ଏବଂ ବିଧାନ ପରିଷଦ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଥିଲେ। ୧ ଜୁନ ୨୦୨୨ରେ ସର୍ବଦଳୀୟ ବୈଠକରେ ଜାତି ଭିତ୍ତିକ ଗଣନା କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?