Posted inଜାତୀୟ

ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…

ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ପାଇପାରିବେ। ମୁମ୍ବାଇର ଦାଦର ଯୋଗୀ ଅଡିଟୋରିୟମରେ ମହାରାଷ୍ଟ୍ର ଏବଂ ଗୋଆ (ବିସିଏମଜି) ବାର୍‌ କାଉନସିଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଯୋଗଦେଇ ଏହି ଘୋଷଣା କରିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଦେଶର ପ୍ରତି ବ୍ୟକ୍ତିଙ୍କୁ ଶସ୍ତା ଏବଂ ଶୀଘ୍ର ନ୍ୟାୟ ପାଇବାକୁ ନିଶ୍ଚିତ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବ। ଯେପର୍ଯ୍ୟନ୍ତ ଆମ ଦେଶର ନାଗରିକ ସେମାନେ ବୁଝୁଥିବା ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ନ ପାଇଛନ୍ତି, ସେପର୍ଯ୍ୟନ୍ତ ନ୍ୟାୟ ବ୍ୟବସ୍ଥା ଅର୍ଥପୂର୍ଣ୍ଣ ହେବ ନାହିଁ।

ସେ କହିଛନ୍ତି ଯେ ଟେକ୍ନୋଲୋଜି ସାହାଯ୍ୟରେ କୋର୍ଟରେ ଏକ ବ୍ୟାପକ ପରିବର୍ତ୍ତନ କରାଯାଇପାରିବ। କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରତ୍ୟେକ ଭାଷାରେ ଉପଲବ୍ଧ କରାଇବାକୁ କାର୍ଯ୍ୟ ଚାଲିଛି। ବ୍ୟକ୍ତିବିଶେଷଙ୍କ ପାଇଁ ଆଇନ ପ୍ରସ୍ତୁତ କରାଯାଇଛି। ସେଥିପାଇଁ ବ୍ୟବସ୍ଥା କେବେ ମଧ୍ୟ ବ୍ୟକ୍ତିଙ୍କ ଉପରେ ରହିପାରିବ ନାହିଁ।

ପ୍ରଧାନ ବିଚାରପତି କୋର୍ଟ ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କୋର୍ଟକୁ କାଗଜହୀନ ଏବଂ ପ୍ରଯୁକ୍ତିବିଦ୍ୟା ସକ୍ଷମ କରିବା ମୋର ମିଶନ । ନ୍ୟାୟପାଳିକାରେ ମହିଳାଙ୍କ ସଂଖ୍ୟା ବୃଦ୍ଧିକୁ ପ୍ରଶଂସା କରି ସେ ଯୁବବର୍ଗ ଏବଂ ନୂତନ ଆଇନଜୀବୀଙ୍କୁ ଅଧିକ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ମୁଁ ପ୍ରତିଦିନ ଅଧ ଘଣ୍ଟା ପାଇଁ ଯୁବ ଆଇନଜୀବୀଙ୍କ କଥା ଶୁଣେ। ଏହା ଦ୍ୱାରା ଦେଶ ବିଷୟରେ ସୂଚନା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri