Posted inଜାତୀୟ

ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…

ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ପାଇପାରିବେ। ମୁମ୍ବାଇର ଦାଦର ଯୋଗୀ ଅଡିଟୋରିୟମରେ ମହାରାଷ୍ଟ୍ର ଏବଂ ଗୋଆ (ବିସିଏମଜି) ବାର୍‌ କାଉନସିଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଯୋଗଦେଇ ଏହି ଘୋଷଣା କରିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଦେଶର ପ୍ରତି ବ୍ୟକ୍ତିଙ୍କୁ ଶସ୍ତା ଏବଂ ଶୀଘ୍ର ନ୍ୟାୟ ପାଇବାକୁ ନିଶ୍ଚିତ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବ। ଯେପର୍ଯ୍ୟନ୍ତ ଆମ ଦେଶର ନାଗରିକ ସେମାନେ ବୁଝୁଥିବା ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ନ ପାଇଛନ୍ତି, ସେପର୍ଯ୍ୟନ୍ତ ନ୍ୟାୟ ବ୍ୟବସ୍ଥା ଅର୍ଥପୂର୍ଣ୍ଣ ହେବ ନାହିଁ।

ସେ କହିଛନ୍ତି ଯେ ଟେକ୍ନୋଲୋଜି ସାହାଯ୍ୟରେ କୋର୍ଟରେ ଏକ ବ୍ୟାପକ ପରିବର୍ତ୍ତନ କରାଯାଇପାରିବ। କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରତ୍ୟେକ ଭାଷାରେ ଉପଲବ୍ଧ କରାଇବାକୁ କାର୍ଯ୍ୟ ଚାଲିଛି। ବ୍ୟକ୍ତିବିଶେଷଙ୍କ ପାଇଁ ଆଇନ ପ୍ରସ୍ତୁତ କରାଯାଇଛି। ସେଥିପାଇଁ ବ୍ୟବସ୍ଥା କେବେ ମଧ୍ୟ ବ୍ୟକ୍ତିଙ୍କ ଉପରେ ରହିପାରିବ ନାହିଁ।

ପ୍ରଧାନ ବିଚାରପତି କୋର୍ଟ ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କୋର୍ଟକୁ କାଗଜହୀନ ଏବଂ ପ୍ରଯୁକ୍ତିବିଦ୍ୟା ସକ୍ଷମ କରିବା ମୋର ମିଶନ । ନ୍ୟାୟପାଳିକାରେ ମହିଳାଙ୍କ ସଂଖ୍ୟା ବୃଦ୍ଧିକୁ ପ୍ରଶଂସା କରି ସେ ଯୁବବର୍ଗ ଏବଂ ନୂତନ ଆଇନଜୀବୀଙ୍କୁ ଅଧିକ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ମୁଁ ପ୍ରତିଦିନ ଅଧ ଘଣ୍ଟା ପାଇଁ ଯୁବ ଆଇନଜୀବୀଙ୍କ କଥା ଶୁଣେ। ଏହା ଦ୍ୱାରା ଦେଶ ବିଷୟରେ ସୂଚନା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri