ବାଛୁରୀ ନାମ ‘କ୍ରିଷ୍ଣା’ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଜାମୁକୋଳି ଗୋଶାଳା ପରିଦର୍ଶନ କରିଥିଲେ। ସେଠାରେ ଗୋରୁଙ୍କ ରକ୍ଷଣାବେକ୍ଷଣ, ଯତ୍ନ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ଗୋରୁମାନଙ୍କୁ କ’ଣ ଖାଇବାକୁ ଦିଆଯାଉଛି ଓ କ’ଣ ସବୁ ବ୍ୟବସ୍ଥା ରହିଛି, ସେସବୁ ବୁଲି ଦେଖିବା ସହ କିଛି ଗୋରୁଙ୍କୁ ଫଳ ଓ ପନିପରିବା ଖାଇବାକୁ ଦେଇଥିଲେ। ଏଥିସହ ଗୋରୁମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ ନବଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ ପଚାରିଥିଲେ। ବାଛୁରୀଟିର ନାମ ଦିଆଯାଇ ନ ଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ‘କ୍ରିଷ୍ଣା’ ରଖିଥିଲେ।
୨୦୧୮ରେ ବିଏମ୍‌ସି ପକ୍ଷରୁ ଜାମୁକୋଳିଠାରେ ୫.୫ ଏକର ପରିମିତ ଜମିରେ ଏହି ଗୋଶାଳା ସ୍ଥାପନ କରାଯାଇଛି। ଏଠାରେ ବର୍ତ୍ତମାନ ୯୦୬ଟି ଗୋରୁ ରହିଛନ୍ତି। ଏହି ଗୋଶାଳାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏନେଇ ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଯଥାଶୀଘ୍ର ସମ୍ପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୧ ଓ ୨୨ରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୧୭ା୯(ବ୍ୟୁରୋ)-ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧...

ଆଜି ରାଜ୍ୟରେ ୧୨୧୯ ପଜିଟିଭ୍‌ ଚିହ୍ନଟ, ୧୦୦ ଉପରେ ୩ ଜିଲା

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସୋମବାର ୩୦ ଜିଲାରୁ ୧୨୧୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ରାଜ୍ୟରେ ଅବକ୍ଷୟମୁଖୀ ଚିନିକଳ ଶିଳ୍ପ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ ଚିନି କଳ ବ୍ୟବସାୟ ଲାଭଜନକ ନୁହେଁ। ଉତ୍ପାଦନ ଖର୍ଚ୍ଚର ଅହେତୁକ ବୃଦ୍ଧି ଘଟିଛି। ହେଲେ ସମାନୁପାତିକ ମୂଲ୍ୟରେ ବିକ୍ରି କରାଯାଉନାହିଁ। କେତେକ କାରଖାନା...

ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି...

ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି।...

୨୮ ଲକ୍ଷର ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜଧାନୀରୁ ବ୍ରାଉନସୁଗାର ଜବତ। ୟୁନିଟ ୮ ନାରାୟଣୀ ବସ୍ତିରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏଥିରେ ଦୁଇ ଭାଇଙ୍କୁ ଗିରଫ...

କରୋନା ସନ୍ଦିଗ୍ଧଙ୍କୁ ଠାବ କରିପାରୁନି ପୋଲିସ

କୁଜଙ୍ଗ, ୧୯।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଜଣେ ବ୍ୟକ୍ତି ମହାରାଷ୍ଟ୍ରରେ କିଛି ଦିନ ରହି ନିକଟରେ ଘରକୁ ଫେରିବା ପରେ ଥଣ୍ଡା, ଜ୍ୱର ଆକ୍ରାନ୍ତ ହୋଇଥିଲେ।...

ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ...

Advertisement
Archives

Model This Week