Posted inଜାତୀୟ

‘ସୁପ୍ରିମକୋର୍ଟ ବିଚାରପତି ବ୍ୟଙ୍ଗ ଊର୍ଦ୍ଧ୍ୱରେ ନୁହନ୍ତି’

ନୂଆଦିଲ୍ଲୀ, ୩୦।୧ : ସୁପ୍ରିମକୋର୍ଟ ବିଚାରପତିମାନେ ଖୁବ୍‌ ପ୍ରଭାବଶାଳୀ କିନ୍ତୁ ସେମାନେ ବ୍ୟଙ୍ଗର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ହାସ୍ୟାଭିନେତା କୁନାଲ କମ୍ରା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିବା ସହ ଏହାର ବ୍ୟଙ୍ଗଚିତ୍ର କରି ମର୍ଯ୍ୟାଦା ହାନି କରିଥିବା ଅଭିଯୋଗରେ କୁନାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିଛି। ତେବେ ସେ ସୁପ୍ରିମକୋର୍ଟଙ୍କ ରାୟ ଉପରେ କରିଥିବା ଟୁଇଟ୍‌ ପାଇଁ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ବ୍ୟଙ୍ଗ ବିଚାରପତି ଓ ସେମାନଙ୍କ କାର୍ଯ୍ୟରେ ବାଧକ ନୁହେଁ ବୋଲି କୁନାଲ ଯୁକ୍ତି ବାଢ଼ିଥିଲେ। ବ୍ୟଙ୍ଗ କିମ୍ବା ପରିହାସ ଯୋଗୁ ବିଚାରପତିଙ୍କ ସମେତ କୌଣସି ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନରେ ଅସମର୍ଥ ହେବେ ଏହା ସେ ବିଶ୍ୱାସ କରୁନାହାନ୍ତି ବୋଲି କହିଥିଲେ। ଅନାଦର ଓ ଅତିଶୟୋକ୍ତି ହାସ୍ୟ ଉଦ୍ୟୋଗର ଦୁଇଟି ଅତ୍ୟାବଶ୍ୟକ ଉପଦାନ। ପ୍ରଭାବଶାଳୀ ବ୍ୟକ୍ତି ଓ ସଂସ୍ଥା ଯଦି ସମାଲୋଚନା ଓ ନିନ୍ଦା ସହିବାରେ ଅସମର୍ଥତା ପ୍ରଦର୍ଶନ କରନ୍ତି, ତେବେ ଆମେ ଅସଙ୍ଗଠିତ କଳାକାରର ଦେଶକୁ ଖସିଯିବା ବୋଲି ହାସ୍ୟାଭିନେତା କହିଥିଲେ। ଅଦାଲତ ଯଦି ଭାବୁଥାନ୍ତି ସେ ସୀମା ଅତିକ୍ରମ କରିଯାଇଛନ୍ତି ଓ ତାଙ୍କ ଇଣ୍ଟରନେଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାଟିଦେବାକୁ ଚାହୁଁଛନ୍ତି, ତାହା ପରେ ମଧ୍ୟ ସେ ପ୍ରତିବର୍ଷ ଅଗଷ୍ଟ ୧୫ରେ ତାଙ୍କ କଶ୍ମୀର ବନ୍ଧୁମାନଙ୍କ ଭଳି ହାପି ଇଣ୍ଡିପେଣ୍ଡେନ୍ସ ଡେ ପୋଷ୍ଟକାର୍ଡ ଲେଖିବେ ବୋଲି କହିଥିଲେ। ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ କୁନାଲଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍‌ ଜାରି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ସକାଳୁ ସକାଳୁ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨୮।୬: ରବିବାର ସକାଳେ ଉତ୍ତର-ପୂର୍ବ ଜାପାନରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା; କିନ୍ତୁ, କୌଣସି ସୁନାମି ଚେତାବନୀ ଜାରି…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

୨୪ ଘଣ୍ଟାରେ ଦ୍ୱିତୀୟ ଥର ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ତେହରାନ,୨୮।୬: ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଶନିବାର ଇରାନ ବିରୁଦ୍ଧରେ ଆଉ ଏକ ସାମରିକ ଆକ୍ରମଣ କରିଛି। ହର୍ମୁଜ ପ୍ରଣାଳୀ ନିକଟରେ…

ସିଚେଲ୍ସକୁ ପାଟ୍ରୋଲ ଜାହାଜ ଦେଲେ ମୋଦି

ଭିକ୍ଟୋରିଆ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିିଆ ସିଚେଲ୍ସ ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚତ୍ଥିବାବେଳେ ଏହାର ତଟସୁରକ୍ଷା ପାଇଁ ଭାରତ ନିର୍ମିତ ପାଟ୍ରୋଲ ଜାହାଜ ହସ୍ତାନ୍ତର…

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri