Posted inଜାତୀୟ

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୯ : ନିଜ ଅଞ୍ଚଳ ବାହାରେ ରାଜ୍ୟ ସରକାରମାନେ ପ୍ରକାଶ କରୁଥିବା ବିଜ୍ଞାପନ ବନ୍ଦ ରଖିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସମସ୍ତ ରାଜ୍ୟକୁ ନୋଟିସ୍‌ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ଅଞ୍ଚଳରେ ପ୍ରକାଶ କରାଯାଉଥିବା ବିଜ୍ଞାପନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ଲାଗି କମନ୍‌ କଜ୍‌ ନାମକ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ରାଜ୍ୟ ବାହାରେ ବିଜ୍ଞାପନ ଛାପିବାରୁ ଆମେ ରାଜ୍ୟ ସରକାରଙ୍କୁ କିପରି ଅଟକାଇପାରିବୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅନ୍ୟ ରାଜ୍ୟବାସୀଙ୍କୁ ନିଜ ରାଜ୍ୟରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଦେଖାଇ ସରକାର ପୁଞ୍ଜି ଆକର୍ଷଣ କରିବାକୁ ଚାହୁଁଥାଇପାରନ୍ତି। ଏନ୍‌ଜିଓ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କରିଥିଲେ, ପୁଞ୍ଜିନିବେଶ ପାଇଁ ନୁହେଁ, ନିଜ କାର୍ଯ୍ୟକୁ ଅନ୍ୟ ରାଜ୍ୟରେ ପ୍ରଚାର କରାଇବା ନିମନ୍ତେ ନିର୍ବାଚନ ସମୟରେ ଏଭଳି ବିଜ୍ଞାପନ ପ୍ରକାଶ କରାଯାଉଛି। ରାଜନୈତିକ ଦଳ ସରକାରୀ ଅର୍ଥରେ ନିଜ ସଫଳତାର ପ୍ରଚାର କରିପାରିବେ ନାହିଁ। ଏଥିପାଇଁ ସେମାନେ ଦଳୀୟ ପାଣ୍ଠିର ଉପଯୋଗ କରନ୍ତୁ ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ସରକାରଙ୍କ ବଡ଼ ପଦକ୍ଷେପ, ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ

ମୁମ୍ବାଇ,୨୫।୬: ବାଲ୍ୟବିବାହର ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ମହାରାଷ୍ଟ୍ରରେ ଏକ ଅନନ୍ୟ ଏବଂ କଠୋର ନିୟମ ଲାଗୁ ହେବାକୁ ଯାଉଛି। ରାଜ୍ୟ ସରକାର…

ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri