Posted inଜାତୀୟ

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୯ : ନିଜ ଅଞ୍ଚଳ ବାହାରେ ରାଜ୍ୟ ସରକାରମାନେ ପ୍ରକାଶ କରୁଥିବା ବିଜ୍ଞାପନ ବନ୍ଦ ରଖିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସମସ୍ତ ରାଜ୍ୟକୁ ନୋଟିସ୍‌ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ଅଞ୍ଚଳରେ ପ୍ରକାଶ କରାଯାଉଥିବା ବିଜ୍ଞାପନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ଲାଗି କମନ୍‌ କଜ୍‌ ନାମକ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ରାଜ୍ୟ ବାହାରେ ବିଜ୍ଞାପନ ଛାପିବାରୁ ଆମେ ରାଜ୍ୟ ସରକାରଙ୍କୁ କିପରି ଅଟକାଇପାରିବୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅନ୍ୟ ରାଜ୍ୟବାସୀଙ୍କୁ ନିଜ ରାଜ୍ୟରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଦେଖାଇ ସରକାର ପୁଞ୍ଜି ଆକର୍ଷଣ କରିବାକୁ ଚାହୁଁଥାଇପାରନ୍ତି। ଏନ୍‌ଜିଓ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କରିଥିଲେ, ପୁଞ୍ଜିନିବେଶ ପାଇଁ ନୁହେଁ, ନିଜ କାର୍ଯ୍ୟକୁ ଅନ୍ୟ ରାଜ୍ୟରେ ପ୍ରଚାର କରାଇବା ନିମନ୍ତେ ନିର୍ବାଚନ ସମୟରେ ଏଭଳି ବିଜ୍ଞାପନ ପ୍ରକାଶ କରାଯାଉଛି। ରାଜନୈତିକ ଦଳ ସରକାରୀ ଅର୍ଥରେ ନିଜ ସଫଳତାର ପ୍ରଚାର କରିପାରିବେ ନାହିଁ। ଏଥିପାଇଁ ସେମାନେ ଦଳୀୟ ପାଣ୍ଠିର ଉପଯୋଗ କରନ୍ତୁ ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବନରେ ବ୍ୟାପୁଛି ‘ମଙ୍କିପକ୍ସ’ ଭାଇରସ!

ନୂଆଦିଲ୍ଲୀ,୯।୬: ଦେଶରେ ଏବେ ଚିନ୍ତା ବଢାଉଛି ‘ମଙ୍କିପକ୍ସ’ ଭାଇରସ। ପ୍ରାୟ ୨୯ ଦେଶର ୧୦୦୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି। ଏ ନେଇ...

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର...

ପ୍ରଥମେ ଚିନ୍ତାଧାରା ପରିବର୍ତ୍ତନ କର, ତେବେ ଯାଇ ବଦଳିବ ଦେଶ

ନୂଆଦିଲ୍ଲୀ,୧୮।୩: ମହିଳାମାନେ ପିନ୍ଧୁଥିବା ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ ଏବେ ଦେଶରେ ଆଲୋଚନାର ବିଷୟ ହୋଇଛି। ଏହାକୁ ନେଇ...

ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ, ୧୦୦ ଯାତ୍ରୀ ପଜିଟିଭ୍‌…

ଚଣ୍ଡିଗଡ଼, ୬।୧ : ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ ଘଟିଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାଞ୍ଚ୍‌ କରାଯାଇଥିବା ୧୮୨ ଯାତ୍ରୀଙ୍କ ନମୁନା...

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ସହ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ...

୧୮ ରାଜ୍ୟ ସଭା ଆସନ ଲାଗି ୧୯ରେ ନିର୍ବାଚନ

ନୂଆଦିଲ୍ଲୀ,୧ା୬(ପି.ଟି.)-ରାଜ୍ୟ ସଭାର ୧୮ଟି ଆସନ ଲାଗି ଆସନ୍ତା ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହିସବୁ...

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା...

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା, ସତ୍ୟପାଲଙ୍କ ବଦଳରେ ବି.ଡ଼ି. ମିଶ୍ରା ମେଘାଳୟର ନୂଆ ରାଜ୍ୟପାଳ…

ନୂଆଦିଲ୍ଲୀ/ଶିଲଂ,୪।୧୦ : ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଛି। ଅକ୍ଟୋବର ୩ରେ ସତ୍ୟପାଲଙ୍କ କାର୍ଯ୍ୟକାଳ ଶେଷ...

Advertisement
Archives

Model This Week