ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ ଦେଖା ଦେଇଛି ଉତ୍ସାହ । ଏପରି କ୍ଷେତ୍ରରେ ଅନେକ ସ୍ଥାନରେ ଉକ୍ତ ଗୋଷ୍ଠୀଙ୍କ ପକ୍ଷରୁ ମୋଟର ସାଇକେଲ ରାଲି ମାଧ୍ୟମରେ ଶ୍ରୀରାମଙ୍କ ନାରା ଦେଇ ବିଭିନ୍ନ ସାହି ଓ ଗ୍ରାମ ପରିକ୍ରମା ହୋଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଦଳ ଗୁଡ଼ିକର ସମର୍ଥକ ଶ୍ରେୟ ନେବାକୁ ପଛାଇ ନାହାନ୍ତି । ଏହିପରି କାର୍ଯ୍ୟକ୍ରମ ବା ଦୃଶ୍ୟ ଦେଖିବା କୁ ମିଳିଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ।

ସୂଚନା ମୁତାବକ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ହନୁମାନ ମନ୍ଦିରରେ ରାମନବମୀ ଉପଲକ୍ଷେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ମୋଟର ସାଇକେଲ ରାଲି କାର୍ଯ୍ୟକ୍ରମ
ଆୟୋଜନ କରାଯାଇଥିଲା । ଏହିପରି କି ପ୍ରଥମେ ଉକ୍ତ ମନ୍ଦିର ନିକଟରୁ ଏକ ବିଶାଳ ମୋଟର ସାଇକେଲ ରାଲି ଆୟୋଜନ କରି ସଦର ମହକୁମାର ସମସ୍ତ ସାହି ପରିକ୍ରମା କରିବା ପରେ ଉକ୍ତ ମୋଟର ସାଇକେଲ ରାଲି କୁନ୍ଦୁଲି ହାଟପଦା ରେ ପହଞ୍ଚି ମାଳିମାର୍ଲା , ଥୁରିଆ ପ୍ରମୁଖ ଗ୍ରାମ ହୋଇ କୋଟିଆ ପଞ୍ଚାୟତ ରେ ପହଞ୍ଚିଥିଲା । ପରେ ଉକ୍ତ ସ୍ଥାନରୁ ବାହାରି ଉପରସେମ୍ବି , ଧୁଳିପଦର , ନେରିଡିବାଲସା , ତାଡିବାଲସା ପ୍ରମୁଖ ଗ୍ରାମ ପରିକ୍ରମା କରି ନୂଆଗାଁ ପଞ୍ଚାୟତ ର
ଗାଲିଗାବଡାର ହୋଇ ପଟ୍ଟାଙ୍ଗି ପହଞ୍ଚିଥିଲା । ଏହିପରି ସ୍ଥିତିରେ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀମାନଙ୍କ ସମର୍ଥକ ମାନେ ଉକ୍ତ କାର୍ଯ୍ୟକ୍ରମର ଶ୍ରେୟ ନେବାକୁ ପଛାଇ ନ ଥିଲେ । ବିଭିନ୍ନ ରାଜନୈତିକ ଦଳ ମୁଖ୍ୟତଃ କଂଗ୍ରେସ , ଭାଜପା ଓ ବିଜେଡି ତିନି ଦଳର ପ୍ରାର୍ଥୀଙ୍କୁ ନେଇ ଦଳୀୟ କର୍ମୀ ଓ ସମର୍ଥକମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବା ବେଳେ ପଟ୍ଟାଙ୍ଗି ଯୁବଗୋଷ୍ଠୀଙ୍କ ଦାରା ଆୟୋଜନ କରାଯାଇଥିବା ଉକ୍ତ ରାଲିରେ ର୍ନିଦ୍ଦିଷ୍ଟ ଦୁଇ ଦଳ ଯଥା ବିଜେଡି ର ବିଧାୟକ ପ୍ରାଥି ପ୍ରଫୁଲ୍ଲ କୁମାର ପାଙ୍ଗି ଓ ଭାଜପାର ଚୈତନ୍ୟ ନନ୍ଦିବାଲି ପ୍ରମୁଖ ଦୁଇ ଜଣ ଯୋଗଦେଇ ଥିବା ଦୃଶ୍ୟକୁ ଆୟୋଜିତ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?