ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ସିଭିଲ୍ ରାଇଟସ ପ୍ରୋଟେକସନ ଫୋରମ ବଲାଙ୍ଗୀର ପକ୍ଷରୁ ଆଜି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯାଇଛି। ଭାଜପା ସରକାରକୁ ଆନ୍ଦୋଳନକାରୀମାନେ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଶିକ୍ଷାମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଯଥାଶୀଘ୍ର ଇସ୍ତଫା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି।

