ବରଗଡ଼ରେ ଓଡ଼ିଶା ବନ୍ଦଡାକରାକୁ ସମର୍ଥନ

ବରଗଡ଼ ଅଫିସ,୧୫।୨: କେନ୍ଦ୍ର ସରକାରଙ୍କ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସୋମବାର ସକାଳ ୭ଟାରୁ ଜିଲାର ଦୋକାନ ବଜାର ସମେତ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସେହିପରି କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଛି। ବରଗଡ଼ ଗାନ୍ଧୀଛକରେ ରାସ୍ତା ଉପରେ ବିଭିନ୍ନ ଗାଡ଼ି ରଖି ରାସ୍ତାକୁ ଅବରୋଧ କରାଯାଇ ଥିବାବେଳେ କେତେକ ସ୍ଥାନରେ ଟାୟାର ମଧ୍ୟ ଜଳାଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ସେହିପରି ବିବାହୋତ୍ସବ କାର୍ଯ୍ୟରେ ଯାତାୟାତ କରୁଥିବା ଗାଡ଼ିଗୁଡିକୁ ଛଡ଼ାଯାଉଛି। ବନ୍ଦ ଶାନ୍ତିପୂର୍ଣ୍ଣ ଥିବାବେଳେ ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ପାଣ୍ଡବ କର୍ଣ୍ଣ, ନିପନ କୁମାର ଦାଶ, ପ୍ରତାପ ନାୟକ, ଅଭିଳାଷ ପତି, ସୁଶାନ୍ତ ସାହୁ, ଅଭିଷେକ ନାୟକ, ଗୌରବ ପତିଙ୍କ ସମେତ ଅନ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା, କର୍ମୀମାନେ ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ମଧ୍ୟ ପଇଁତରା ମାରି ପରିସ୍ଥିତି ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

ମାଲକାନଗିରିରେ ନୂତନ ସିଡିଏମ୍‌ଓଙ୍କ ଯୋଗଦାନ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ସୋମବାର ନୂତନ ଜିଲା ଚିକିତ୍ସାଧିକାରୀ ଭାବେ ଡା. ଅଜୟ କୁମାର ବୈଠାରୁ ଯୋଗ ଦେଇଛନ୍ତି।...

ମହୁପଦରରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୨୦।୧ (ଡି.ଏନ.ଏ.)  ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ କେରିମିଟି ଗ୍ରାମର ନିରୀହ ଆଦିବାସୀ ଯୁବକ ଆନନ୍ଦ ସାହୁଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ହତ୍ୟା...

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶରେ ଶ୍ରେଷ୍ଠ

କଟକ ଅଫିସ,୭ା୧: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଶନ...

ପାଣି ପାଇଁ ଡହଳବିକଳ ଗାଡ଼ାସାହିବାସୀ

ଚମ୍ପୁଆ,୨୩ା୩(ଡି.ଏନ୍‌.ଏ): ଖଣି ଖାଦାନ ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାତ୍ର ଉପଖଣ୍ଡ ମୁଖ୍ୟାଳୟଠାରୁ ୧୨ କି.ମି ଦୂର କାଳିକାପ୍ରସାଦ...

ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା...

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର...

୨୬ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

କକଟକ ଅଫିସ,୨୫ା୫: ଆସନ୍ତା ୨୬ ତାରିଖରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବୁଧବାର ବିଶ୍ୱବିଦ୍ୟାଳୟ...

Advertisement
Archives

Model This Week