ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର, ଅବସରପ୍ରାପ୍ତ ଆର୍‌ଆଇ

ସୋନପୁର,୧୯।୨: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ସୁପରଭାଇଜର ନବେନ୍ଦ୍ର ମହାକୁର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଏଥିସହ ସୁପରଭାଇଜରଙ୍କ ସୋନପୁର ବ୍ଲକ ନାଇକେନପାଲିସ୍ଥିତ ବାସଭବନ, ବୀରମହାରାଜପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏ ନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (ନଂ.୪/୨୧) ରୁଜୁ ହୋଇଛି । ଜିଲାରେ ଜମିଜମା ସମ୍ପର୍କିତ ହାଇଟେକ୍‌ ସର୍ଭେ ଚାଲିଥିବାରୁ କମିରା ରାଜସ୍ବ ସର୍କଲ ଅନ୍ତର୍ଗତ ଥବୀର ମେହେର ମା’ଙ୍କ ନାମରେ ଥିବା ଜମିକୁ ବନ୍ଦୋବସ୍ତରେ ନିଜ ନାମରେ କରିବା ପାଇଁ ସୁପରଭାଇଜରଙ୍କ ନିକଟରେ ଆବେଦନ କରିଥିଲେ। ସୁପରଭାଇଜର ଫାଇଲ ପକାଇ ରଖି ପରେ ଅବସରପ୍ରାପ୍ତ ଆର୍‌ଆଇ ସାହୁଙ୍କୁ ଦେବା ପାଇଁ କହିଥିଲେ । ଥବୀର ଡିସେମ୍ବର ମାସ ୧୫ ତାରିଖରୁ ଫର୍ମ ଓ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଆର୍‌ଆଇ ସାହୁ କୌଣସି କାର୍ଯ୍ୟ କରି ନ ଥିଲେ। ଅନ୍ୟପକ୍ଷେ ଆର୍‌ଆଇ ରାଜସ୍ବ ସୁପରଭାଇଜରଙ୍କୁ ୧୦ ହଜାର ଟଙ୍କା ଦେଲେ କାମ ହୋଇଯିବ ବୋଲି ଥବୀରଙ୍କୁ କହିଥିଲେ। ଏ ସମ୍ପର୍କରେ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଜାଲ ବିଛା ଯାଇଥିଲା । ଯୋଜନା ମୁତାବକ ଥବୀର ଲାଞ୍ଚ ଟଙ୍କା ଦେଲା ପରେ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ୨୦ଟି ୫ଶହ ଟଙ୍କିଆ ନୋଟ ସହ ସୁବଳୟାରୁ ଆର୍‌ଆଇ ସାହୁଙ୍କୁ ଗିରଫ କରିଥିଲେ । ପରେ ରାଜସ୍ବ ସୁପରଭାଇଜର ନବେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀ, ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର ଏହି ଚଢାଉ କରିଥିଲେ । ତେବେ ଆରଆଇ ସାହୁ ହାଇଟେକ୍‌ କାମ ପାଇଁ ଅନୁଗୋଳରୁ ଡେପୁଟେସନରେ ଆସିଥିବା ବେଳେ ଗତ ଜୁନ୍‌ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । କିନ୍ତୁ ସେ ସୁବଳୟାରେ ରହି ସରକାରୀ କାର୍ଯ୍ୟ କରୁଥିଲେ । ତାଙ୍କ ନିକଟରୁ ସରକାରୀ ଫାଇଲ ଜବତ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୧୯ ବର୍ଷରୁ କମ୍‌ ଭାରତୀୟ ଏସିଆ କପ୍‌ ଦଳରେ ସ୍ଥାନ ପାଇଲେ ଡ୍ରାଭିଡ୍‌, ସେହ୍ବାଗଙ୍କ ପୁଅ

ନୂଆଦିଲ୍ଲୀ,୩୦ା୧୦: ଆସନ୍ତା ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଏସିସି ପୁରୁଷ ୧୯ ବର୍ଷରୁ କମ୍‌ ଏସିଆନ କପ୍‌ ଖେଳାଯିବ। ଏଥିଲାଗି ଘୋଷିତ ଭାରତୀୟ ଦଳରେ…

ସିଂହ ରାଶିରେ ବୃହସ୍ପତିଙ୍କ ଚଳନ: ୪ ରାଶି ପାଇଁ ବଡ଼ ଖୁସି ଖବର, ଫିଟିବ ଧନ-ଚାକିରି ଓ ବିବାହ ଯୋଗ!

୩୧ ଅକ୍ଟୋବର ୨୦୨୬ ତାରିଖ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଏହି ଦିନ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ…

ମାସକୁ ୧୮ ଲକ୍ଷ! ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଦରମା ପିଏମ ମୋଦିଙ୍କଠାରୁ ଅଧିକ ନା କମ?

ନୂଆଦିଲ୍ଲୀ,୩୦।୧୦: ଇସ୍ରାଏଲ ସଂସଦ ‘ନେସେଟ’ର ୧୨୦ଟି ଆସନର ର୍ନିବାଚନ ଫଳାଫଳ ଘୋଷଣା ହୋଇସାରିଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ ପାର୍ଟି’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ…

ବ୍ଲକସ୍ତରୀୟ ମତ୍ସ୍ୟ, ପ୍ରାଣୀସମ୍ପଦ ମେଳା, ସମ୍ମାନିତ ହେଲେ ସଫଳ ଚାଷୀ

କର୍ଲାମୁଣ୍ଡା/ରିଷିଡ଼ା,୩୦ା୧୦(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁକ୍ରବାର…

ତାଲିଯୋଡ଼ି ବ୍ରିଜ୍‌ ଧୋଇଯିବା ଘଟଣା : ଏମ୍‌ପିଙ୍କ ପ୍ରତିନିଧି ମଣ୍ଡଳୀର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ବାଡ଼ାବାଙ୍ଗା ରାସ୍ତାଠାରୁ…

ଛତ୍ରପୁର ନିର୍ବାଚନମଣ୍ଡଳୀର ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଲେ ବ୍ରହ୍ମପୁର ଏମ୍.ପି

ଛତ୍ରପୁର, ୩୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ବ୍ରହ୍ମପୁର ଏମ୍.ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶୁକ୍ରବାର ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ…

ଜାତିଆଣ ବାସନ୍ଦ: ୧୮ ଘଣ୍ଟା ପଡ଼ି ରହିଲା ମୃତଦେହ

ବେଲପଡ଼ା,୩୦।୧୦(ମନୋଜ କୁମାର ମିଶ୍ର): ଜାତିଭେଦ ଭଳି ସାମାଜିକ କୁସଂସ୍କାର ଏବେ ବି ବଞ୍ଚି ରହିଛି। ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିବାରୁ ମୃତ୍ୟୁ ପରେ ବି ଆତ୍ମୀୟ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?