ସୁପର ହିରୋ

Dillip Cherian

ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ଏସିଆର ବୃହତ୍ତମ ନେଟ୍‌ଓ୍ବର୍କ ସ୍ପିକ୍‌ଇନ୍‌ ଚଳିତ ସପ୍ତାହରେ ଜଣାଶୁଣା ଆଇଏଏସ୍‌ ଅଧିକାରୀ ଇକ୍‌ବାଲ ସିଂ ଚହଲଙ୍କୁ ଚିହ୍ନଟ କରିଛି। କୋଭିଡ୍‌ ମହାମାରୀ ପରିଚାଳନାରେ ତାଙ୍କର ନିଆରା କାର୍ଯ୍ୟଶୈଳୀ ଲୋକମାନଙ୍କୁ ପ୍ରଭାବିତ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିତ୍ବାରୁ ସେ ସ୍ପିକ୍‌ଇନ୍‌ର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ୧୯୮୯ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଚହଲ କୋଭିଡ ୍‌ଭଳି ଏକ କଠିନ ସମୟରେ ସାହସିକତା ପ୍ରଦର୍ଶନ କରି ପରିସ୍ଥିତିର ଉଚିତ ପରିଚାଳନା କରିଛନ୍ତି। ମ୍ୟୁନିସିପାଲ କର୍ପୋରେଶନ ଅଫ୍‌ ଗ୍ରେଟର ମୁମ୍ବାଇ(ଏମ୍‌ସିଜିଏମ୍‌)ର ମ୍ୟୁନିସିପାଲ କମିଶନର ଭାବେ ସେ ମୁମ୍ବାଇରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲାଗି ସମସ୍ତ ଅଭିଯାନର ନେତୃତ୍ୱ ନେଇଛନ୍ତି। ମହାରାଷ୍ଟ୍ରର ଅନ୍ୟ ଅଞ୍ଚଳଗୁଡ଼ିକ ଭଳି ମୁମ୍ବାଇ ମଧ୍ୟ ମହାମାରୀର ଭୟଙ୍କର କ୍ଷତିର ଶିକାର ହୋଇଛି। ସ୍ଥାନୀୟ ଅଧିକାରୀମାନଙ୍କୁ ନେଇ ସମ୍ମିଳିତ ଉଦ୍ୟମରେ ୨୬ଟିରୁ ଅଧିକ ଅଭିଯାନ ଚଳାଇ ମହାମାରୀର କଡ଼ା ମୁକାବିଲା କରି ଚହଲ ସୁପର୍‌ ହିରୋ ପାଲଟିଛନ୍ତି। ତାଙ୍କର ଏହି ମଡେଲକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି। ଯଥାଶୀଘ୍ର ଭାଇରସ୍‌ ପଲିସିକୁ କାର୍ଯ୍ୟକାରୀ କରିବା ସହ ଆମ୍ବୁଲାନ୍ସ ଉପଲବ୍ଧ କରାଇଛନ୍ତି। ଡକ୍ଟରମାନଙ୍କୁ ଉତ୍ସାହିତ କରିଛନ୍ତି। ମୁମ୍ବାଇରେ ଥିବା ବୃହତ୍‌ ହସ୍ପିଟାଲଗୁଡ଼ିକୁ ଅଧିତ୍କ କ୍ରିୟାଶୀଳ କରିବାରେ ବି ପ୍ରମୁଖ ଭୂମିକା ନେଇଛନ୍ତି। ଏହାସହ ୧୪୪ ଘରୋଇ ହସ୍ପିଟାଲକୁ ନେଇ ଏକ ନିଆରା ସହଭାଗୀ ପରିଚାଳନା ବ୍ୟବସ୍ଥା କରିବା ଥିଲା ତାଙ୍କ ମଡେଲର ବିଶେଷତା। କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିତ୍ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚହଲ ସାହସିକତା ପ୍ରଦର୍ଶନ କରିଛନ୍ତି। ବହୁ ସମୟରେ ଅସାଧାରଣ ନିଷ୍ପତ୍ତି ବି ନେଇଛନ୍ତି, ଯାହା ତାଙ୍କ ଦକ୍ଷତାକୁ ପ୍ରତିପାଦିତ କରିଛି। ଘାତକ ତୃତୀୟ ଲହର ଶୀଘ୍ର ଆସିବାର ସମ୍ଭାବନା ଥିବାରୁ ସେ ଏହାର ମୁକାବିଲା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହିି ଅଧିତ୍କାରୀ ପ୍ରଶଂସା ଓ ସମ୍ମାନର ପାତ୍ର।
ପୋଲିସ ଅଧିକାରୀଙ୍କୁ ବିଦେଶୀ ପ୍ରଶିକ୍ଷଣ
ମୋଦିଙ୍କ ପ୍ରଶାସନିକ ଢାଞ୍ଚାରେ ଉପର ର଼୍ୟାଙ୍କ୍‌ରେ ଥିବା ପୋଲିସ ଅଧିକାରୀମାନଙ୍କ ଉପରେ ଅଧିକ ନିର୍ଭର କରିବାକୁ ପଡୁଥିବାରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଏବେ ସର୍ବୋଚ୍ଚ ପ୍ରାଥମିକତା ହୋଇଛି। ବହୁ କ୍ଷେତ୍ରରେ ଦେଖାଯାଏ ହାଇଦ୍ରାବାଦର ନ୍ୟାଶନାଲ ପୋଲିସ ଏକାଡେମୀ(ଏନ୍‌ପିଏ)ରେ ପ୍ରଶିକ୍ଷଣ ନେଇଥିବା ଜଣେ ବାବୁ ତାଙ୍କ କାର୍ଯ୍ୟ ଦକ୍ଷତାର ସହ ତୁଲାଇଥାଆନ୍ତି। କିନ୍ତୁ ଏବେକାର ସରକାର ପୋଲିସ ଅଧିକାରୀଙ୍କୁ ବିଦେଶରେ ପ୍ରଶିକ୍ଷଣ ଦେଇ ଆହୁରି ଦକ୍ଷ କରିବାକୁ ଅଧିକ ନିବେଶ କରୁଛନ୍ତି। ସରକାରଙ୍କ ଏହି କାର୍ଯ୍ୟକୁ ସମର୍ଥନ କରାଯାଇପାରେ। ବାସ୍ତବରେ ଆଗାମୀ ଦିନର ଆବଶ୍ୟକତାକୁ ଲକ୍ଷ୍ୟ କରି ଆମ ସୁରକ୍ଷା ବଳକୁ ପ୍ରଶିକ୍ଷଣ ଦେବା ଉପରେ ଅଧିତ୍କ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବିଦେଶରେ ପ୍ରଶିକ୍ଷଣ ଦେବାର ସରକାରଙ୍କ ପ୍ରୟାସ ନିଶ୍ଚିତ ଭାବେ ଉତ୍ସାହପ୍ରଦ। ଏବେକାର ଅତ୍ୟାଧୁନିକ ତଥା ବିକାଶର ଉଚ୍ଚସ୍ତରରେ ଥିବା ପୋଲିସ ବ୍ୟବସ୍ଥା ମଧ୍ୟରେ ବିଶ୍ୱରେ ଫ୍ରାନ୍ସ ପୋଲିସ ସର୍ବାଗ୍ରେ ରହିଛି। ଭିଡ ଓ ସନ୍ତ୍ରାସବାଦ ନିୟନ୍ତ୍ରଣ କରିବାଠାରୁ ଆରମ୍ଭ କରି ଜଟିଳ ସାଇବର କ୍ରାଇମ୍‌ର ମୁକାବିଲା କରିବାରେ ଫ୍ରାନ୍ସ ପୋଲିସ ଆଗରେ ରହିଛି। କିନ୍ତୁ ଭାରତୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଫ୍ରାନ୍ସ ଏକମାତ୍ର ଦେଶ ନୁହେଁ। ଏନ୍‌ପିଏ ମଧ୍ୟ ଆଇପିଏସ୍‌ ପ୍ରୋବେସନର୍‌ମାନଙ୍କୁ ପ୍ରଶିକ୍ଷଣ ଦେବାକୁ କିଛି ଦିନ ପାଇଁ ଇସ୍ରାଏଲ ପଠାଇ ଆସୁଛି। କିନ୍ତୁ କୋଭିଡ୍‌ ମହାମାରୀ ଯୋଗୁ ଏହି କାର୍ଯ୍ୟକ୍ରମରେ ବାଧା ଉପୁଜିଛି। ତେବେ ଏନ୍‌ପିଏ ଏବେ ରୁଷିଆ ଓ ଶ୍ରୀଲଙ୍କା ସହ ମିଶି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇବାକୁ ଚାହଁୁଛି। କୁହାଯାଉଛି, ଫ୍ରାନ୍ସରେ ପ୍ରଶିକ୍ଷଣ ନେଲେ ଭାରତୀୟ ପୋଲିସ ସମ୍ମୁଖରେ ରହିଥିବା ଆହ୍ବାନଗୁଡ଼ିକୁ ଆୟତ୍ତ କରିବା ପାଇଁ ଆଇପିଏସ୍‌ ପ୍ରୋବେସନର୍‌ମାନଙ୍କ କୌଶଳଗତ ଜ୍ଞାନ ଶୀଘ୍ର ବଢିବ।
ଡେପୁଟେଶନ ନୀତିରେ ପକ୍ଷପାତ
ମହାରାଷ୍ଟ୍ର ସରକାର ଆଣିଥିବା ନୂଆ ଡେପୁଟେଶନ ପଲିସି ବା ପ୍ରତିନିଯୁକ୍ତି ନୀତିକୁ ନେଇ ବାବୁମାନଙ୍କ ମଧ୍ୟରେ ପୁଣି ଝଗଡ଼ା ଆରମ୍ଭ ହେବାର ସମ୍ଭାବନା ଦେଖାଦେଇଛି। ଡେପୁଟେଶନ ନୀତିରେ ପରିବର୍ତ୍ତନ ଯୋଗୁ ଆଇଆର୍‌ଏସ୍‌ ଅଧିକାରୀମାନେ ସବୁଠୁ ବେଶି ପ୍ରଭାବିତ ହୋଇଛନ୍ତି। ନୂଆ ନୀତିରେ ଆଇଆର୍‌ଏସ୍‌୍‌ ଏବଂ ଭାରତୀୟ ପୋଷ୍ଟାଲ ସର୍ଭିସ୍‌, ଭାରତୀୟ ରେଲଓ୍ବେ ଟ୍ରାଫିକ୍‌ ସର୍ଭିସ୍‌ ଏବଂ ଅନ୍ୟ ସେବାର ଅଧିତ୍କାରୀମାନଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଯଦି ରାଜ୍ୟ ସରକାରରେ କାର୍ଯ୍ୟ କରୁଥାଆନ୍ତ, ତେବେ ସେମାନେ ରାଜ୍ୟରେ ଡେପୁଟେସନ ସୁବିଧା ପାଇପାରିବେ। ଏହି ସମୟରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ କୌଣସି ବ୍ୟକ୍ତିଗତ କାରଣ ପାଇଁ ଡେପୁଟେଶନରେ ରହିପାରିବେ। ପୁନଶ୍ଚ ଆଇଆର୍‌ଏସ୍‌ ଅଧିକାରୀ ଏବଂ ସେମାନଙ୍କ ସମାନ ର଼୍ୟାଙ୍କ୍‌ର ଅନ୍ୟସେବାରେ ଥିବା ଅଧିକାରୀମାନେ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ନିଯୁକ୍ତି ପାଇପାରିବେ ନାହିଁ। ଏହା ଆଇଏଏସ୍‌ଙ୍କ ଆଧିପତ୍ୟର ଆଉ ଏକ ଦୃଷ୍ଟାନ୍ତ। ଅନ୍ୟ ସେବାଗୁଡ଼ିକର ଅଧିକାରୀମାନଙ୍କୁ ଏହା କ୍ରୋଧିତ କରିଛି। ସେମାନେ ଚାପରେ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ସରକାରରେ କାମ କରୁଥିତ୍ବା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ୍‌ର କମିଶନର ତଥା ଆଇଆର୍‌ଏସ୍‌ ଅଧିକାରୀ ପଲ୍ଲଭୀ ଡରାଡେ ଏବେ ଏହି ପଦବୀରେ ରହିବାକୁ ଆଶା କରି ପାରିବେ ନାହିଁ। କୌତୂହଳର କଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜୟ ମେହେଟା ଦକ୍ଷିଣ ମୁମ୍ବାଇରେ ଏକ ଫ୍ଲାଟ କିଣା୍‌ ଘଟଣାରେ ଆଇଟି ତଦନ୍ତ ପରିସରଭୁକ୍ତ ହେବାର ପାଖାପାଖି କିଛି ସପ୍ତାହ ମଧ୍ୟରେ ନୂଆ ଡେପୁଟେଶନ ପଲିସି ଆସିଛି। ଆଇଆର୍‌ଏସ୍‌ ଏବଂ ଏହାର ତଳପାହ୍ୟା ସେବାର ଅଧିକାରୀମାନେ ଏଭଳି ପକ୍ଷପାତ ଘଟଣା ଉପରେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦେଖିବାକୁ ଅନେକ ଚାହଁିବସିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri