Posted inଖେଳ

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ ବ୍ୟାଟିଂ ୟୁନିଟ୍‌ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରିପାରିନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ସ୍ପିନ୍‌ ୟୁନିଟ୍‌ରେ ବିବିଧତା ରହିଛି। ତେଣୁ ଆଗାମୀ ମ୍ୟାଚ୍‌ ବେଶ୍‌ ରୋଚକ ହେବା ଆଶା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ୍‌ ‘ଡି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଆଫଗାନିସ୍ତାନ, ୟୁନାଇଟେଡ୍‌ ଆରବ ଏମିରେଟ୍ସ ଓ କାନାଡ଼ାକୁ ହରାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା। ସେହିପରି ପାକିସ୍ତାନ ଗ୍ରୁପ୍‌‘ଏ’ରେ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ପରାଜୟ ସହିତ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜିତ ହୋଇଥିବାବେଳେ ନେଦରଲାଣ୍ଡ୍ସ, ଆମେରିକା ଓ ନାମ୍ବିୟାକୁ ପରାସ୍ତ କରିଥିଲା। ସୁପର-୮ର ଗ୍ରୁପ୍‌-୨ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବ୍ୟତୀତ ଇଂଲଣ୍ଡ ଓ ଶ୍ରୀଲଙ୍କା ରହିଛି। ତେଣୁ ପ୍ରତି ଦଳ ଲାଗି ପ୍ରଥମ ମ୍ୟାଚ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ।
ଟିମ୍‌ ସିଫର୍ଟ ଓ ଫିନ୍‌ ଆଲେନ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟରମାନେ ଏପର୍ଯ୍ୟନ୍ତ ଧମାକାଦାର ପ୍ରଦର୍ଶନ କରିପାରିନାହାନ୍ତି। ମିଡଲ ଅର୍ଡରରେ ଥିବା ଗ୍ଲେନ୍‌ ଫିଲିପ୍ସ, ରାଚିନ ରବୀନ୍ଦ୍ର, ମାର୍କ ଚାପ୍‌ମାନ ଓ ଡାରିଲ ମିଚେଲ ସ୍ଥିର ପ୍ରଦର୍ଶନ ଦେବାକୁ ସଂଘର୍ଷ କରୁଛନ୍ତି। ଫିଲିପ୍ସ ଓ ରବୀନ୍ଦ୍ର ଯଦିଓ ଗୋଟିଏ ଲେଖାଏ ଅର୍ଦ୍ଧଶତକ ହାସଲ କରିଛନ୍ତି ତଥାପି ଓଭରଅଲ୍‌ ଆଶାନୁରୂପ ଖେଳ ଦେଖାଇପାରିନାହାନ୍ତି। ରବୀନ୍ଦ୍ର କାନାଡ଼ା ବିପକ୍ଷରେ ୫୯ ରନ୍‌ କରିଥିଲେ ହେଁ ମୋଟ୍‌ ୪ ମ୍ୟାଚ୍‌ରୁ ୭୨ ରନ୍‌ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ଚଳିତ ଟୁର୍ନାମେଣ୍ଟରେ ଏହି ଦଳ ପ୍ରଥମଥର ପାଇଁ କଲମ୍ବୋରେ ଖେଳିବାକୁ ଯାଉଛି। ତେଣୁ ପରିବେଶ ସହିତ ଖାପ ଖୁଆଇବାକୁ ସମୟ ନେଇପାରେ। କଲମ୍ବୋର ସ୍ଲୋ ପିଚ୍‌ରେ ସ୍ପିନର ମିଚେଲ ସାଣ୍ଟନର, ଇଶ୍‌ ସୋଧି ଏବଂ ପାର୍ଟ ଟାଇମର ରବୀନ୍ଦ୍ର କିମ୍ବା ଫିଲିପ୍ସ ଉପଯୋଗୀ ହୋଇପାରନ୍ତି।
ଅନ୍ୟପକ୍ଷରେ ବିଶ୍ୱକପ୍‌ ଆରମ୍ଭରୁ ପାକିସ୍ତାନ କଲମ୍ବୋରେ ଖେଳିଆସୁଛି। ପ୍ରେମଦାସାରେ ୨ଟି ମ୍ୟାଚ୍‌ ଖେଳିସାରିଛି। ତେଣୁ ପିଚ୍‌ ସହିତ ଏହାର ବୋଲରମାନେ ବେଶ୍‌ ଅଭ୍ୟସ୍ତ ଅଛନ୍ତି। ଉସ୍‌ମାନ ତାରିକ, ଆବ୍ରାର ଅହମଦ, ସାଇମ ଆୟୁବ, ମହମ୍ମଦ ନଓ୍ବାଜ ଓ ଶଦାବ ଖାଁଙ୍କୁ ନେଇ ପାକିସ୍ତାନ ସ୍ପିନ୍‌ ୟୁନିଟ୍‌ ବେଶ୍‌ ଦୃଢ଼ ଥିଲେ ହେଁ ବ୍ୟାଟିଂକୁ ନେଇ ଏହି ଦଳର ଚିନ୍ତା ରହିଛି। ଶାହିବଜାଦା ଫର୍‌ହାନ ଭଲ ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ବ୍ୟକ୍ତିଗତ ସର୍ବାଧିକ ୨୨୦ ରନ୍‌ ସଂଗ୍ରହ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡ ପରି ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ପାକିସ୍ତାନ ବ୍ୟାଟରଙ୍କୁ ଦଳଗତଭାବେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟର ବାବର ଆଜମ ଏପର୍ଯ୍ୟନ୍ତ ୪ ମ୍ୟାଚ୍‌ରୁ ୬୬ ରନ୍‌ ସଂଗ୍ରହ କରିଛନ୍ତି। ଏହି ପୂର୍ବତନ ଅଧିନାୟକ ସଂଘର୍ଷ କରୁଥିବାରୁ ତାଙ୍କ ସ୍ଥାନରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଫଖର ଜମାନଙ୍କୁ ନେବାକୁ ଚିନ୍ତା କରିପାରେ। ସେ ଏପର୍ଯ୍ୟନ୍ତ ଗୋଟିଏହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନାହାନ୍ତି। ଅଭିଜ୍ଞ ବୋଲର ଶାହିନ୍‌ଶାହା ଆଫ୍ରିଦୀଙ୍କ ପ୍ରଦର୍ଶନ ମଧ୍ୟ ଦଳ ଲାଗି ଚିନ୍ତାଜନକ ରହିଛି। ସେ ୩ ମ୍ୟାଚ୍‌ରୁ ୩ ଉଇକେଟ ନେଇଥିବାରୁ ନାମ୍ବିୟା ବିପକ୍ଷ ନିଶ୍ଚିତ ବିଜୟ ଆବଶ୍ୟକ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍‌କୁ କେତେ ଅଛି ସୁନା ରେଟ୍‌

ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ…

ନିର୍ବାଚନରେ ହାରିବା ପରେ ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୧୧: ୨୦୨୬ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟମାନଙ୍କର ଏକ ବଡ଼ ବିଜୟ ପରିପ୍ରେକ୍ଷୀରେ, ଟ୍ରମ୍ପ ପ୍ରଶାସନ ସମାଧାନ ବା ବୁଝାମଣା ରାସ୍ତା ଆପଣାଇବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଟି-୨୦ କ୍ରିକେଟ୍‌ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…

LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍‌ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ଶେଷରେ ସ୍କୁଲ ଫାଟକରେ ତାଲା…

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଚାଷୀଙ୍କ ଫସଲ କ୍ଷତିପୂରଣ ; ବିପର୍ଯ୍ୟୟ ମୃତ୍ୟୁରେ ମିଳିବ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ଚାଷୀଙ୍କ ପାଇଁ ବଡ଼ ଖବର । ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଉଥିବା ଲୋକଙ୍କ ପରିବାରକୁ ମଧ୍ୟ ମିଳିବ ଅଧିକ ଆର୍ଥିକ ସହାୟତା। ଯୋଗୀ…

ପ୍ରଶଂସକଙ୍କ ପାଇଁ Bad News: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ହେବ ବାତିଲ! ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ୱେଲିଂଟନରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟ ସହ ସିରିଜ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?