ଅଂଶୁଘାତ ସତର୍କତା

ଧରାପୃଷ୍ଠରେ ମନୁଷ୍ୟ ସମାଜ, ବୃକ୍ଷଲତା, କୀଟପତଙ୍ଗ ଆଦି ସମଗ୍ର ପ୍ରାଣୀଜଗତ ତିଷ୍ଠି ରହିବା ନିମନ୍ତେ ଯେତେ ଶକ୍ତି ରହିଛି, ତନ୍ମଧ୍ୟରୁ ସୌରଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚନା କରାଯାଏ। ସୂର୍ଯ୍ୟ କିରଣ ବିନା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ସୂର୍ଯ୍ୟ ରଶ୍ମି ଦ୍ୱାରା ବୃକ୍ଷଲତା ସମୂହ ଅମ୍ଳଜାନ ସୃଷ୍ଟି କରି ବାୟୁମଣ୍ଡଳକୁ ଛାଡ଼ିଥାଏ। ମନୁଷ୍ୟ ସ୍ବଚ୍ଛ ଅମ୍ଳଜାନ ଗ୍ରହଣ କରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଆମକୁ ସୁସ୍ଥ ଓ ଦୀର୍ଘାୟୁ ଜୀବନଯାପନ ବିତାଇବାରେ ସହାୟକ ହୋଇଥାଏ। ସକାଳ ସୂର୍ଯ୍ୟ ରଶ୍ମିରେ ପ୍ରଚୁର ପରିମାଣରେ ଭିଟାମିନ-ଡି ଓ କ୍ୟାଲସିୟମ ରହିଥାଏ, ଯାହାକି ମନୁଷ୍ୟ ପାଇଁ ଅତ୍ୟନ୍ତ ଦରକାରୀ।
ତେଣୁ ସୂର୍ଯ୍ୟ କିରଣ ମନୁଷ୍ୟ ସମାଜ ପାଇଁ ପ୍ରକୃତିର ବରଦାନ ବୋଲି କୁହାଯାଏ।
ସୂର୍ଯ୍ୟ କିରଣ ଆମ ଜୀବଜଗତ ପାଇଁ ବହୁ ଉପକାରୀ। ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଜ୍ୟୋତର୍ବିଦ୍‌ଙ୍କ ଗଣନା ଅନୁଯାଇ ପ୍ରତିବର୍ଷ ଜାନୁୟାରୀ ମାସ ୧୪ ତାରିଖ (ମକର ସଂକ୍ରାନ୍ତି)ଠାରୁ ଜୁନ୍‌ ମାସ ୨୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଏହାଦ୍ୱାରା ଧରାପୃଷ୍ଠରେ ସୂର୍ଯ୍ୟ କିରଣ ପ୍ରଖର ହୋଇ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ। ଗ୍ରୀଷ୍ମ ଋତୁରେ ଦିନ ବଡ଼ ହୋଇ ରାତି ଛୋଟ ହୋଇଥାଏ। ଦିନ ପ୍ରାୟ ୧୧ଟାଠାରୁ ୩ଟା ଯାଏ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଏହି ସମୟରେ ମନୁଷ୍ୟ ଘରୁ ପଦାକୁ ବାହାରିଲେ ଅଂଶୁଘାତ (Sunstrok) ହେବାର ଅଧିକ ଆଶଙ୍କା ଥାଏ। ତେଣୁ ଏହି ସମୟରେ ପଦାକୁ ବାହାରିବା ଠିକ୍‌ ନୁହେଁ। ଏହି ଋତୁରେ ଜଳବାୟୁରେ ଜଳୀୟ ଅଂଶ ହ୍ରାସ ପାଇବା ସହ ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇ ବେଳେବେଳେ ୪୦ ରୁ ୪୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଅନୁଭୂତ ହୋଇଥାଏ, ଯାହାକି ମନୁଷ୍ୟ ପାଇଁ ଅହିତକର।
ଅଂଶୁଘାତର କାରଣ
ମନୁଷ୍ୟ ଜଳବାୟୁ ସହିତ ଖପଖୁଆଇବା ସହ ଶରୀରରେ ତାପମାତ୍ରା ହ୍ରାସ ପାଇବା ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ପାଇଁ ମସ୍ତିଷ୍କରେ ‘ହାଇପୋ ଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଯେତେବେଳେ ଉକ୍ତ ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ। ସେତେବେଳେ ମନୁଷ୍ୟ ସୌର ତାପ ସହ୍ୟ କରି ନ ପାରି ଅଂଶୁଘାତର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବାବେଳେ ମନୁଷ୍ୟ ଚଳପ୍ରଚଳ କଲେ ଶରୀରରେ ତାପମାତ୍ରା ବୃଦ୍ଧିପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ପରିବର୍ତ୍ତନ ଘଟିଥାଏ। ତେଣୁ ଅଂଶୁଘାତ ସମୟରେ ବେଳେବେଳେ ମନୁଷ୍ୟ ଚେତାଶୂନ୍ୟ ହୋଇଯାଏ। ବେଳେବେଳେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟ ଚର୍ମଭାଗ ଶୁଷ୍କ ଓ ଉତ୍ତାପ ଯୁକ୍ତ ହେବାସହ, ଶରୀରରୁ ଅଳ୍ପ ଝାଳ ନିର୍ଗତ ହୁଏ, ପୁଣି ବେଳେବେଳେ ଆଦୌ ଝାଳ ବାହାରି ନ ଥାଏ। ଦୁର୍ବଳ ଲାଗିବା, ମୁଣ୍ଡ ଘୂରାଇବା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଯାଏ। ଏହି ସମୟରେ ଉପଯୁକ୍ତ ପ୍ରତିକାର କରା ନ ଗଲେ ମନୁଷ୍ୟ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ପ୍ରକୃତିର ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ଆମ ଶରୀରର ଉତ୍ତାପ ବୃଦ୍ଧି ଓ ହ୍ରାସ ପାଇବା ନିୟନ୍ତ୍ରଣ ସ୍ବତଃପ୍ରବୃତ୍ତ ଭାବରେ ହୋଇଥାଏ। ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ଘଟିଲେ ଆମ ଶରୀର ଅଧିକ ତାପମାତ୍ରା ସହ୍ୟ କରି ନପାରି ଆମେ ଅଂଶୁଘାତର ସାମନା କରିଥାଉ।
ଚିକିତ୍ସା ଶାସ୍ତ୍ର ମତରେ ଛୋଟ ପିଲାମାନଙ୍କ ଶରୀରର ହାରାହାରି ତାପମାତ୍ରା, ୯୭.୯ ଡିଗ୍ରୀ ଫାରେନ ହାଇଟ (୩୬.୬ ଡିଗ୍ରୀ ସେଲସିୟସ) ରୁ ୯୯ ଡିଗ୍ରୀ ଫାରେନହାଇଟ (୩୭.୨ଡିଗ୍ରୀ ସେଲସିୟସ) ଏବଂ ପ୍ରାପ୍ତ ବୟସ୍କ (୬୫ ବର୍ଷରୁ ଅଧିକ) ବୟସ୍କଙ୍କ ଠାରେ ହାରାହାରି ତାପମାତ୍ରା ୯୮.୬ ଡିଗ୍ରୀ ଫାରେନହାଇଟ (୩୭ ଡିଗ୍ରୀ ସେଲସିୟସ) ରହିବା ଉଚିତ। ଜଳବାୟୁରେ ଅଧିକ ତାପମାତ୍ର ବୃଦ୍ଧି ହେତୁ, ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ିଯାଏ, ଯାହାଫଳରେ ଜଣେ ବ୍ୟକ୍ତି ନିମ୍ନ ରକ୍ତଚାପ, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା, ନାଡ଼ିର ଗତି ହେବା ସମସ୍ୟାର ସମ୍ମୁଖୀନ ହୋଇଥାଏ। ପରିସ୍ରା ପରିମାଣ କମି ହଳଦିଆ ରଙ୍ଗ ହେବା ସହ ଦୁର୍ଗନ୍ଧ ହୋଇଥାଏ। ଶରୀରର ମାଂସପେଶୀ ଆକସ୍ମିକ ଭାବେ ଆକୁଞ୍ଚନ ହୋଇ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ମୁଣ୍ଡ ବିନ୍ଧିବା, ଦୁର୍ବଳ ଲାଗିବା, ଆଳସ୍ୟ ଲାଗିବା ଆଦି ମଧ୍ୟ ଅଂଶୁଘାତର ଲକ୍ଷଣ ଅଟେ।
ପ୍ରତିକାର ଉପାୟ
ମନୁଷ୍ୟ ଅଂଶୁଘାତରେ ଶିକାର ହେଲେ ସଂଗେ ସଂଗେ ଥଣ୍ଡା ସ୍ଥାନକୁ ନେଇ ରୋଗୀ ପିନ୍ଧିଥିବା ପୋଷାକକୁ ଢିଲା କରି ଦିଅନ୍ତୁ। ଖୋଲା ଥଣ୍ଡା ପବନ ସଂସ୍ପର୍ଶରେ ସଂପୃକ୍ତ ବ୍ୟକ୍ତିଙ୍କୁ ରଖିବା ଦରକାର। ମାଟିପାତ୍ରରେ ଥିବା ଥଣ୍ଡା ଜଳ ଦ୍ୱାରା ଗାଧୋଇବା ଦ୍ୱାରା ଆରାମ ମିଳିଥାଏ। ପଇଡ଼ ପାଣି, ଲେମ୍ଭୁ, ଲୁଣ, ଚିନି ମିଶା ଥଣ୍ଡା ଜଳ, ଫଳ ରସ, ଦହି ସର୍ବତ ଆଦି ପିଆଇବା ଉଚିତ। ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିର ସ୍ବାସ୍ଥ୍ୟାବସ୍ଥାକୁ ଦେଖି ଆବଶ୍ୟକସ୍ଥଳେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଆବଶ୍ୟକ।
ଅଂଶୁଘାତ ପାଇଁ ସତର୍କତା
ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ନିହାତି ଜରୁରୀ କାମ ନ ଥିଲେ ପଦାକୁ ବାହାରିବା ଅନୁଚିତ। ଅଧିକ ପାଣି ପିଅନ୍ତୁ। ଧଳା ଟୋପି କିମ୍ବା ଓଦା ଗାମୁଛା ମୁଣ୍ଡରେ ପିନ୍ଧିବା, କଳା ଚଷମା ଲଗାଇବା, ଛତା ଧରି ବାହାରିବା ସହ କପା ସୂତାରେ ତିଆରି ଧଳା ରଙ୍ଗର ପତଳା, ହାଲୁକା, ଢିଲା ବସ୍ତ୍ର ପରିଧାନ କରିବା ଉଚିତ। ଅଂଶୁଘାତ ପ୍ରତିରୋଧ ପାଇଁ ଅଧିକ ଥଣ୍ଡାପାଣି, ଦହି, ସର୍ବତ, ପିଇ ପାରନ୍ତି। ସାଧରଣତଃ ଅସ୍ବାଭାବିକ ରକ୍ତଚାପ ଥିବା ବ୍ୟକ୍ତି, ଡାଇବେଟିସ୍‌, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ବୟସ୍କ, ଗର୍ଭବତୀ, ଖରାରେ ଅଧିକ କାମ କରୁଥିବା ବ୍ୟକ୍ତି, ଅଧିକ ମୋଟାପଣ ଥିବା ବ୍ୟକ୍ତି, ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅଂଶୁଘାତରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିବର୍ଷ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ କାଟିବା, କଳକାରଖାନା ତଥା ଗାଡ଼ିମୋଟର ଆଦିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ଜଳବାୟୁରେ ମାତ୍ରାଧିକ ଉତ୍ତାପ ବୃଦ୍ଧି ଘଟୁଛି। ଜଳବାୟୁରେ ଅସ୍ବାଭାଭିକ ଗରମ ଅନୁଭୂତ ହୋଇ ଅଂଶୁଘାତର ଆଶଙ୍କା ଅଧିକ ହୋଇଥାଏ। ତେଣୁ ଅଂଶୁଘାତଜନିତ ସମସ୍ୟାକୁ କମାଇବା ପାଇଁ ଆମେ ନିଜେ ସତର୍କତା ଅଲମ୍ବନ କରିବା ସହ
ସବୁ ସ୍ତରରେ ସତର୍କତା ଓ ସଚେତନତାର ଆବଶ୍ୟକତା ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri