ଆବେଲ ପୁରସ୍କାର

ଆବେଲ ପୁରସ୍କାର ହେଉଛି ଗଣିତର ଶ୍ରେଷ୍ଠ ଓ ସମ୍ମାନଜନକ ପୁରସ୍କାର। ଏହାକୁ ନୋବେଲ ପୁରସ୍କାର ସହିତ ସମାନ ଭାବେ ବିବେଚନା କରାଯାଏ। ସୂଚନାଯୋଗ୍ୟ ଯେ ଗଣିତ ପାଇଁ ନୋବେଲ ପୁରସ୍କାର ନାହିଁ। ନରଓ୍ବେ ସରକାର ୨୦୦୧ରେ ସେହି ଦେଶର ବିଶିଷ୍ଟ ଗଣିତଜ୍ଞ ନିଲସ୍‌ ହେନେରିକ୍‌ ଆବେଲଙ୍କ ନାମରେ ଏହି ପୁରସ୍କାର ପ୍ରତିଷ୍ଠା କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଗଣିତରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିଙ୍କୁ ଆବେଲ ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ପାଞ୍ଚଜଣ ବିଶିଷ୍ଟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ ଗଣିତଜ୍ଞଙ୍କୁ ନେଇ ଗୋଟିଏ ଚୟନ କମିଟି ଗଠିତ ହୋଇଥାଏ। ଏହାର ପ୍ରଥମ ପୁରସ୍କାର ୨୦୦୩ରେ ପ୍ରଦାନ କରାଯାଇଥିଲା। ପୁରସ୍କାର ଅର୍ଥ ବାବଦରେ ବିଜୟୀଙ୍କୁ ଛଅ ନିୟୁତ କ୍ରୋନ (ଭାରତୀୟ ମୁଦ୍ରାରେ ପ୍ରାୟ ସାଢେ ସାତ କୋଟି ଟଙ୍କା) ପ୍ରଦାନ କରାଯାଇଥାଏ।
ଚଳିତ ବର୍ଷ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟୋନ ବ୍ରୁକ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନିସ୍‌ ସୁଲିଭାନ୍‌ଙ୍କୁ ଆବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଗତ୍ୟାତ୍ମକ ଗୋଷ୍ଠୀ ବା ଡାଇନାମିକ୍‌ ସିଷ୍ଟମ୍‌ ଏବଂ ସଂସ୍ଥିତି ବିଜ୍ଞାନ ବା ଟପୋଲୋଜିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଟପୋଲୋଜି ହେଉଛି ବିଭିନ୍ନ ଜ୍ୟାମିତିକ ଆକୃତିର ବର୍ଗୀକରଣ ଓ ଅଧ୍ୟୟନ। ଆବେଲ ପୁରସ୍କାର କମିଟିର ଅଧ୍ୟକ୍ଷା ଓ ନରଓ୍ବେର ବର୍ଜେନ ବିଶ୍ୱବିଦ୍ୟାଳୟର ଗଣିତଜ୍ଞ ହାନସ୍‌ ମୁନ୍ଥେକାସ୍‌ ପ୍ରକାଶ କରିଛନ୍ତି ଯେ, ‘୧୯୬୦ ଦଶକଠାରୁ ଆଧୁନିକ ଟପୋଲୋଜିରେ ଡେନିସ୍‌ ସୁଲିଭାନ୍‌ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ରହି ଆସିଛନ୍ତି।’
ସୁଲିଭାନ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍‌ ରାଜ୍ୟରେ ପୋର୍ଟ ହୋରୋନ୍‌ଠାରେ ୧୯୪୧ ମସିହା ଫେବୃୟାରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ଟେକ୍‌ସାସ୍‌ ରାଜ୍ୟର ହୋଷ୍ଟନ୍‌ ଚାଲିଗଲେ। ସେ ସେଠାରେ ସ୍କୁଲ୍‌ ଶିକ୍ଷା ସମାପ୍ତ କରି ହୋଷ୍ଟନ୍‌ର ରାଇସ୍‌ ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଲେ। ଏକ ବର୍ଷ ପରେ ସେ ଗଣିତକୁ ମୁଖ୍ୟ ବିଷୟ ନେଇ ପଢିଲେ ଏବଂ ୧୯୬୩ ମସିହାରେ ବି.ଏ. ଡିଗ୍ରୀ ହାସଲ କଲେ। ସେ ଏହାପରେ ପ୍ରିନ୍‌ସଟନ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ସେଠାରୁ ୧୯୬୬ ମସିହାରେ ଗଣିତରେ ପିଏଚ୍‌.ଡି. ଡିଗ୍ରୀ ଲାଭ କଲେ।
ସୁଲିଭାନ ୧୯୬୬ ରୁ ୧୯୬୭ ମସିହା ପର୍ଯ୍ୟନ୍ତ ନାଟୋ ଫେଲୋସିପ୍‌ ପାଇ ଇଂଲଣ୍ଡର ଓ୍ବାରଉଇକ୍‌ ବିଶ୍ୱବିଦ୍ୟାଳୟରେ ଏବଂ ୧୯୬୭ରୁ ୧୯୬୯ ମସିହା ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମିଲ୍‌ର ଫିଲୋସିପ୍‌ ପାଇଁ କାର୍ଯ୍ୟ କରିଥିଲେ। ସେ ଏଠାରେ ମୁଖ୍ୟତଃ ଜ୍ୟାମିତିକ ଟାପୋଲୋଜି ଏବଂ ବିଶେଷ ଭାବେ ଗାଲୋଇସ ସମମିତି ଉପରେ କାର୍ଯ୍ୟ କରିଥିଲେ। ସେ ୧୯୬୯ରୁ ୧୯୭୩ ମସିହା ପର୍ଯ୍ୟନ୍ତ ମାସାଚଜ୍ୟଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିଠାରେ ସ୍ଲୋଆନ୍‌ ଫେଲୋସିପ୍‌ ପାଇଁ କାର୍ଯ୍ୟ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନସ୍‌ଡ୍‌ ଷ୍ଟଡିଜ୍‌ରେ ୧୯୬୭-୧୯୬୮, ୧୯୬୮-୧୯୭୦ ଓ ୧୯୭୫ ମସିହାରେ ପରିବ୍ରାଜକ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୩ରୁ ୧୯୭୪ ମସିହା ପର୍ଯ୍ୟନ୍ତ ପ୍ୟାରିସ୍‌ ସୁଦ୍‌ ବିଶ୍ୱବିଦ୍ୟାଳୟରେ ଆସୋସିଏଟ୍‌ ପ୍ରଫେସର୍‌ ଥିଲେ ଏବଂ ୧୯୭୪ମସିହାରେ ପ୍ୟାରିସ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନସଡ୍‌ ଷ୍ଟଡିଜ୍‌ରେ ପ୍ରଫେସର ଭାବେ ଯୋଗ ଦେଲେ। ସେ ୧୯୮୧ମସିହାରେ ନ୍ୟୁୟର୍କର ସିଟି ବିଶ୍ୱବିଦ୍ୟାଳୟରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଚେୟାର୍‌ରେ ଗଣିତ ପ୍ରଫେସର୍‌ ଭାବେ ଯୋଗ ଦେଲେ। ସେ ୧୯୮୨ ମସିହାରେ ଷ୍ଟୋନି କ୍ରୁକ୍‌ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ସେଠାରେ ଆଜି ପଯର୍‌ୟନ୍ତ କାର୍ଯ୍ୟରତ ଅଛନ୍ତି। ସେ ଏଠାରେ ‘ସିମନସ୍‌ ଜ୍ୟାମିତି ଓ ପଦାର୍ଥ ବିଜ୍ଞାନ କେନ୍ଦ୍ର’ ସ୍ଥାପନ କରିଛନ୍ତି।
ସୁଲିଭାନ୍‌ ତାଙ୍କ ଜୀବନର ଅଧିକାଂଶ ସମୟ ଟପୋଲୋଜିକାଲ ସ୍ପେସ୍‌ ବା ସାଂସ୍ଥିତିକ ବିଶ୍ୱ ଉପରେ ଅଧ୍ୟୟନ କରିଛନ୍ତି। ସେ ଏଥିରୁ ସର୍ଜେରୀ ତତ୍ତ୍ୱ ବିକାଶ କରିଥିଲେ ଯେଉଁଥିରେ ତାଙ୍କ ପତ୍ନୀ ତଥା ଗଣିତଜ୍ଞ ମୋଇରା ଚାସ୍‌ ସାହାଯ୍ୟ କରିଥିଲେ।
ସୁଲିଭାନ୍‌ ୧୯୮୩ ମସିହାରେ ଜାତୀୟ ବିଜ୍ଞାନ ଏକାଡେମୀ, ୧୯୯୧ ମସିହାରେ ଆମେରିକା କଳା ଓ ବିଜ୍ଞାନ ଏକାଡେମୀ ଏବଂ ୨୦୧୨ ମସିହାରେ ଆମେରିକା ଗଣିତ ସୋସାଇଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ କୃତିତ୍ୱ ପାଇଁ ତାଙ୍କୁ ୧୯୭୧ରେ ଜ୍ୟାମିତି ପାଇଁ ଅସଓ୍ବାଲଡ୍‌ ଭେବ୍ଲେନ୍‌ ପୁରସ୍କାର, ୧୯୮୧ରେ ଫ୍ରାନ୍‌ସ ବିଜ୍ଞାନ ଏକାଡେମୀର ପ୍ରିକସ୍‌ ଇଲେ କାର୍ଟାନ୍‌ ପୁରସ୍କାର, ୧୯୯୪ରେ କିଙ୍ଗ୍‌ ଫଇସାଲ ଅନ୍ତର୍ଜାତୀୟ ପୁରସ୍କାର, ୨୦୦୪ରେ ଜାତୀୟ ବିଜ୍ଞାନ ପଦକ, ୨୦୦୬ରେ ଷ୍ଟିଲେ ପୁରସ୍କାର, ୨୦୧୦ ମସିହାରେ ଉଲଫ୍‌ ପୁରସ୍କାର ଏବଂ ୨୦୧୪ରେ ବାଲଜାନ୍‌ ପୁରସ୍କାର ପ୍ରଦାନ କରାଯାଇଛି।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର ଫେଜ୍‌-୧
ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?