ସନ୍‌ସାଇନରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସନ୍‌ସାଇନ ହସ୍ପିଟାଲ ଲକ୍ଷ୍ମୀସାଗର, ଭୁବନେଶ୍ୱରକୁ ଆଉ ଏକ ବିରଳ ଅସ୍ତ୍ରୋପଚାରର ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି ଇଣ୍ଡୋ-ତୁର୍କୀ-କୋରିଆନର ମିଳିତ ଭାଗୀଦାରିରେ ବିଏସ୍‌ଇସିଓଏନ୍‌-୧ ଅତ୍ୟାଧୁନିକ ମେରୁଦଣ୍ଡ ବାଇପୋର୍ଟାଲ, ଏଣ୍ଡୋସ୍ପାଇନ ଲେଜର ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଏହି ପରିପ୍ରେକ୍ଷୀରେ ସନ୍‌ସାଇନ ହସ୍ପିଟାଲ ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ହସ୍ପିଟାଲର ଡିଏମ୍‌ଏସ୍‌ ପି.ଆର୍‌.ସ୍ବାଇଁ, ଡା ରୋଶନ ସାହୁ, ବ୍ରିଗେଡିୟର ପ୍ରଫେସର ଡା. ପି.କେ.ସାହୁ, ଡା. ଆତ୍ମାରଞ୍ଜନ ଦାଶ, ଡା ପି.କେ. ଜେନାଙ୍କ ସମେତ ଅୟସକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବାଇପୋର୍ଟାଲ ଏଣ୍ଡୋସ୍ପାଇନ ବିଭାଗୀୟ ମୁଖ୍ୟ ଡା. ଆତ୍ମାରଞ୍ଜନ ଦାଶ କହିଥିଲେ, ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ସନ୍‌ସାଇନର ଉପଲବ୍ଧ ହେଉଛି। ଲେଜର ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ଆଧୁନିକ ଏବଂ ଅତି ଉତ୍ତମ ବୋଲି ଜଣାପଡିଛି। ସମସ୍ତ ମେରୁଦଣ୍ଡଜନିତ ସମସ୍ୟା ସହ ଅଣ୍ଟା, ସ୍ପାଇନାଲ କର୍ଡ, ସ୍ପଣ୍ଡିଲାଇଟିସ ଭଳି ରୋଗର ଚିକିତ୍ସା ଲେଜର ବାଇପୋର୍ଟଲ ଅପରେଶନ ପଦ୍ଧତିରେ କରାଯାଉଛି ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ଏମିତି ପ୍ରଶ୍ନ ପଚାରିଲେ ନ୍ୟୁଜ ଆଙ୍କର, ରାଗରେ ନାଲି ପଡ଼ିଗଲେ ଡୋନାଲ୍ଡ ଟ୍ରମ୍ପ, ସାକ୍ଷାତକର ମଝିରୁ ଚାଲିଯିବ ସହ କହିଲେ…

ଓ୍ବାଶିଂଟନ,୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଏତେ କ୍ରୋଧିତ ହୋଇଗଲେ ଯେ ସେ ସାମ୍ବାଦିକଙ୍କୁ ‘ବେଇମାନ ଏବଂ ମୂର୍ଖ’ ବୋଲି କହି ମଝିରୁ…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri