ପରାଜୟ ଦେଖିଲା ଗୁଜରାଟ

ମୁମ୍ବାଇ, ୧୧।୪: ସ୍ଥାନୀୟ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ଉଇକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୬୨ ରନ କରିଥିଲା। ଜବାବରେ ସନ୍‌ରାଇଜର୍ସ ୧୯.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରି ନେଇଥିଲା। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଷେକ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ସନ୍‌ରାଇଜର୍ସ ସହଜ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆଇପିଏଲ୍‌ର ନୂଆ ଦଳ ଗୁଜରାଟ ଟାଇଟାନ୍ସର ପ୍ରଥମ ପରାଜୟ ସ୍ବାଦ ଚାଖିଛି। ପୂର୍ବରୁ ଅନୁଷ୍ଠିତ ୩ଟି ଯାକ ମ୍ୟାଚ ଜିତି ଏହି ଦଳ ବିଜୟରେ ହ୍ୟାଟ୍ରିକ୍‌ କରିଥିଲା। ସନ୍‌ରାଇଜର୍ସ ୪ ମ୍ୟାଚରୁ ୨ଟି ଲେଖାଏ ବିଜୟ ଓ ପରାଜୟ ସହ ନିଜ ପଏଣ୍ଟ ସଂଖ୍ୟାକୁ ୪ରେ ପହଞ୍ଚାଇଛି।
ଟସ୍‌ ହାରି ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଟପ୍‌ ଅର୍ଡର ବ୍ୟାଟିଂ ବିଫଳତା ଯୋଗୁ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଶୁବମନ ଗିଲ୍‌ ମାତ୍ର ୭ ରନ କରି ଟି. ନଟରାଜନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଫଳରେ ୨୪ ରନରେ ଗୁଜରାଟ ପ୍ରଥମ ଉଇକେଟ ହରାଇଥିଲା। ସାଇ ସୁଦର୍ଶନ ୧୧ ଓ ମାଥ୍ୟୁ ଓ୍ବାଡେ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ମିଡିଲ ଅର୍ଡରରେ ଡେଭିଡ ମିଲର ମାତ୍ର ୧୨ ରନ କରିଥିଲେ। ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅଭିନବ ମନୋହରଙ୍କ ଉପଯୋଗୀ ୩୫ (୨୧ ବଲ, ୫ ଚୌକା, ୧ ଛକା) ରନ ଯୋଗୁ ଗୁଜରାଟ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ହାର୍ଦ୍ଦିକ ୪୨ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୫୦ ରନକରି ଅପରାଜିତ ରହିଥିଲେ। ରାହୁଲ ଟଓ୍ବୋଟିଆ ୪ ବଲ୍‌ରୁ ୬ ରନ କରିଥିବାବେଳେ ରନ୍‌ଆଉଟ ହୋଇ ଯାଇଥିଲେ। ସନ୍‌ରାଇଜର୍ସ ବୋଲରମାନେ ଅତିରିକ୍ତଭାବେ ୨୨ ରନ ବ୍ୟୟ କରିଥିଲେ। ଭୁବନେଶ୍ୱର କୁମାର ଓ ଟି. ନଟରାଜନ ୨ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ ଉମ୍ରାନ ମଲିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସନ୍‌ରାଇଜର୍ସ ଓପନିଂ ଯୋଡ଼ିରେ ୬୪ ରନ ଯୋଗକରି ଦୃଢ଼ ଭିତ୍ତି ପକାଇଥିଲା। ଫର୍ମରେ ଥିବା ଯୁବ ଓପନର ଅଭିଷେକ ଶର୍ମା ଏଠାରେ ଭଲ ଆରମ୍ଭ କରିଥିଲେ ହେଁ ଅର୍ଦ୍ଧଶତକ ହାସଲ ପୂର୍ବରୁ ଆଉଟ ହୋଇ ଯାଇଥିଲେ। ସେ ୩୨ ବଲ୍‌ରୁ ୬ ଚୌକା ସହାୟତାରେ ୪୨ ରନ କରିଥିବାବେଳେ ରଶିଦ ଖାଁଙ୍କ ବଲ୍‌ରେ ସାଇ ସୁଦର୍ଶନଙ୍କୁ କ୍ୟାଚଦେଇ ପ୍ୟାଭିଲିୟନ ଫେରିଥିଲେ। ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ୧୧ ବଲ୍‌ରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହାୟତାରେ ୧୭ ରନ କରିଥିବାବେଳେ ଗୋଡ଼ ମାଂଶପେଶୀ ଟାଣି ଧରିବାରୁ ରିଟାୟର୍ଡ ହର୍ଟ ହୋଇ ଯାଇଥିଲେ। ଆରମ୍ଭରେ ଅପେକ୍ଷାକୃତ ଧିମା ଖେଳିଥିବା ଓ୍ବିଲିୟମସନ ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଷ୍ଟ୍ରାଇକ୍‌ହାର ବଢ଼ାଇଥିଲେ। ଲୋକି ଫର୍ଗୁସନଙ୍କ ବଲ୍‌ରେ ଛକା ମାରି ସେ ୪୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ସେ ୪୬ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ୫୭ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ରାହୁଲ ଟଓ୍ବୋଟିଆଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ନିକୋଲସ ପୁରନ ୧୮ ବଲ୍‌ରୁ ୩୪ (୨ ଚୌକା, ୨ ଛକା) ଓ ଏଡେନ ମାରକ୍ରାମ ୧୨ ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରଶିଦ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୧୬୨/୭ (ହାର୍ଦ୍ଦିକ ପାଣ୍ଡ୍ୟା-୫୦*, ଅଭିନମ ମନୋହର-୩୫, ଭୁବନେଶ୍ୱର କୁମାର-୨/୩୭, ଟି. ନଟରାଜନ-୨/୩୪, ମାର୍କୋ ଜାନସେନ-୧/୨୭, ଉମ୍ରାନ ମଲିକ-୧/୩୯)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୧ ଓଭରରେ ୧୬୮/୨ (କେନ୍‌ ଓ୍ବିଲିୟମସନ-୫୭, ଅଭିଷେକ ଶର୍ମା-୪୨, ନିକୋଲସ ପୁରନ-୩୪*, ହାର୍ଦ୍ଦିକ ପାଣ୍ଡ୍ୟା-୧/୨୭, ରଶିଦ ଖାଁ-୧/୨୮)।

 

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri