ଭୁଲ୍‌ରେ ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୧।୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହଓ୍ବାଜ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ ନେଇଥିଲେ। ପରେ ବାଚସ୍ପତି ଏଥିପାଇଁ ଭୁଲ୍‌ ମାଗିବା ସହ ପିଏମ୍‌ଏଲ୍‌-ଏନ୍‌ ସୁପ୍ରିମୋଙ୍କ ନାଁ ସର୍ବଦା ତାଙ୍କ ମନ ଏବଂ ହୃଦୟରେ ଅଛି ବୋଲି କହିଥିଲେ। ପିଏମ୍‌ଏଲ୍‌-ଏନ୍‌ ସଦସ୍ୟ ଏବଂ ଦଳ ଉପାଧ୍ୟକ୍ଷା ମରିୟମ୍‌ ନଓ୍ବାଜ୍‌ ପାର୍ଲାମେଣ୍ଟରେ ନଓ୍ବାଜ୍‌ ଶରିଫ୍‌ଙ୍କ ଛବି ଦେଖାଇ ଶେହବାଜ୍‌ଙ୍କୁ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ, ସୋମବାର ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ଇମ୍ରାନ ଖାନଙ୍କ ଦଳର ସମସ୍ତ ସଦସ୍ୟ ଗୃହକୁ ବହିଷ୍କାର କରିବା ସହ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଉପବାଚସ୍ପତି ମଧ୍ୟ ଇସ୍ତଫା ଘୋଷଣା କରି ଗୃହରୁ ବାହାରକୁ ପଳାଇଯାଇଥିଲେ। ଏହି ସମୟରେ ପିଏମ୍‌ଏଲ୍‌-ଏନ୍‌ର ବରିଷ୍ଠ ଏମ୍‌ପି ଅୟାଜ ସାଦିକ ଉକ୍ତ ପଦ ସମ୍ଭାଳିଥିଲେ। ଏହାପରେ ସେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଁ ଶେହଓ୍ବାଜଙ୍କ ନାମ ଘୋଷଣା କରିବା ପରିବର୍ତ୍ତେ ନଓ୍ବାଜ ଶରିଫଙ୍କ ନାଁ ଘୋଷଣା କରିପକାଇଥିଲେ। ଯାହାକୁ ଶୁଣି ସଂସଦରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାକୁ ଲାଗିଥିଲେ। ଏହାପରେ ଆୟାଜ୍‌ ସାଦିକ୍‌ ନିଜ ଭୁଲ୍‌ ବୁଝିପାରି କ୍ଷମାପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ...

ନ୍ୟୁଜିଲାଣ୍ଡ୍‌ରେ ଲାଗୁ ହେଲା ଇଛାମୃତ୍ୟୁ ଆଇନ…

ଓ୍ବିଲିଂଟନ୍‌,୭।୧୧: ନ୍ୟୁଜିଲାଣ୍ଡରେ ରବିବାରଠାରୁ ଇଛାମୃତ୍ୟୁ (ୟୁଥାନ୍ସିିଆ) ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ପ୍ରଣୟନ ହେବା ସହିତ ନ୍ୟୁଜିଲାଣ୍ଡ ୟୁଥାନ୍ସିିଆକୁ ଏକ ଆଇନଗତ ମାନ୍ୟତା ପ୍ରଦାନ...

ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…

ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ଜିତିବା ଧିରେ ଧିରେ...

ୟୁକ୍ରେନକୁ ଜର୍ମାନୀ ଦେବ ସାମରିକ ଯାନ…

ପ୍ୟାରିସ,୧୫।୫ : ରୁଷିଆ ସହିତ ପ୍ରବଳ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ୟାରିସ ଯାତ୍ରା କରିଥିଲେ। ଏଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ...

ଦୁନିଆରେ ହାହାକାର: ବିପଦରେ ମାନବାଧିକାର; ୧୧୯ ଦେଶରେ ଲୋକଙ୍କ ସ୍ବାଧୀନତା ଉପରେ ପହରା

ଓ୍ବାଶିଂଟନ,୧୦।୧୨: ପ୍ରତିବର୍ଷ ଡିସେମ୍ବର ୧୦ରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଥାଏ। ଲୋକଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା କରାଯାଇଥାଏ। ତେବେ...

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ...

ସୋମବାର ସପ୍ତାହର ଖରାପ ଦିନ, ଗିନିଜ୍‌ ବୁକ୍‌ ପକ୍ଷରୁ ଘୋଷଣା…

ନୂଆଦିଲ୍ଲୀ/ଲଣ୍ଡନ,୧୮।୧୦ : ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଗିନିଜ ୱାଲର୍‌ଡ ରେକର୍ଡ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ସୋମବାର ଦିନ ଗିନିଜ ବୁକ...

ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷଙ୍କ ପରଲୋକ

ଲଣ୍ଡନ,୧୮।୫: ଲଣ୍ଡନରେ ବୁଧବାର ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜାଙ୍କ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ୪ ଭାଇଙ୍କ ମଧ୍ୟରେ...

Advertisement
Archives

Model This Week