ପରାଜୟ ଦେଖିଲା ଗୁଜରାଟ

ମୁମ୍ବାଇ, ୧୧।୪: ସ୍ଥାନୀୟ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ଉଇକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୬୨ ରନ କରିଥିଲା। ଜବାବରେ ସନ୍‌ରାଇଜର୍ସ ୧୯.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରି ନେଇଥିଲା। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଷେକ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ସନ୍‌ରାଇଜର୍ସ ସହଜ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆଇପିଏଲ୍‌ର ନୂଆ ଦଳ ଗୁଜରାଟ ଟାଇଟାନ୍ସର ପ୍ରଥମ ପରାଜୟ ସ୍ବାଦ ଚାଖିଛି। ପୂର୍ବରୁ ଅନୁଷ୍ଠିତ ୩ଟି ଯାକ ମ୍ୟାଚ ଜିତି ଏହି ଦଳ ବିଜୟରେ ହ୍ୟାଟ୍ରିକ୍‌ କରିଥିଲା। ସନ୍‌ରାଇଜର୍ସ ୪ ମ୍ୟାଚରୁ ୨ଟି ଲେଖାଏ ବିଜୟ ଓ ପରାଜୟ ସହ ନିଜ ପଏଣ୍ଟ ସଂଖ୍ୟାକୁ ୪ରେ ପହଞ୍ଚାଇଛି।
ଟସ୍‌ ହାରି ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଟପ୍‌ ଅର୍ଡର ବ୍ୟାଟିଂ ବିଫଳତା ଯୋଗୁ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଶୁବମନ ଗିଲ୍‌ ମାତ୍ର ୭ ରନ କରି ଟି. ନଟରାଜନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଫଳରେ ୨୪ ରନରେ ଗୁଜରାଟ ପ୍ରଥମ ଉଇକେଟ ହରାଇଥିଲା। ସାଇ ସୁଦର୍ଶନ ୧୧ ଓ ମାଥ୍ୟୁ ଓ୍ବାଡେ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ମିଡିଲ ଅର୍ଡରରେ ଡେଭିଡ ମିଲର ମାତ୍ର ୧୨ ରନ କରିଥିଲେ। ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅଭିନବ ମନୋହରଙ୍କ ଉପଯୋଗୀ ୩୫ (୨୧ ବଲ, ୫ ଚୌକା, ୧ ଛକା) ରନ ଯୋଗୁ ଗୁଜରାଟ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ହାର୍ଦ୍ଦିକ ୪୨ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୫୦ ରନକରି ଅପରାଜିତ ରହିଥିଲେ। ରାହୁଲ ଟଓ୍ବୋଟିଆ ୪ ବଲ୍‌ରୁ ୬ ରନ କରିଥିବାବେଳେ ରନ୍‌ଆଉଟ ହୋଇ ଯାଇଥିଲେ। ସନ୍‌ରାଇଜର୍ସ ବୋଲରମାନେ ଅତିରିକ୍ତଭାବେ ୨୨ ରନ ବ୍ୟୟ କରିଥିଲେ। ଭୁବନେଶ୍ୱର କୁମାର ଓ ଟି. ନଟରାଜନ ୨ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ ଉମ୍ରାନ ମଲିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସନ୍‌ରାଇଜର୍ସ ଓପନିଂ ଯୋଡ଼ିରେ ୬୪ ରନ ଯୋଗକରି ଦୃଢ଼ ଭିତ୍ତି ପକାଇଥିଲା। ଫର୍ମରେ ଥିବା ଯୁବ ଓପନର ଅଭିଷେକ ଶର୍ମା ଏଠାରେ ଭଲ ଆରମ୍ଭ କରିଥିଲେ ହେଁ ଅର୍ଦ୍ଧଶତକ ହାସଲ ପୂର୍ବରୁ ଆଉଟ ହୋଇ ଯାଇଥିଲେ। ସେ ୩୨ ବଲ୍‌ରୁ ୬ ଚୌକା ସହାୟତାରେ ୪୨ ରନ କରିଥିବାବେଳେ ରଶିଦ ଖାଁଙ୍କ ବଲ୍‌ରେ ସାଇ ସୁଦର୍ଶନଙ୍କୁ କ୍ୟାଚଦେଇ ପ୍ୟାଭିଲିୟନ ଫେରିଥିଲେ। ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ୧୧ ବଲ୍‌ରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହାୟତାରେ ୧୭ ରନ କରିଥିବାବେଳେ ଗୋଡ଼ ମାଂଶପେଶୀ ଟାଣି ଧରିବାରୁ ରିଟାୟର୍ଡ ହର୍ଟ ହୋଇ ଯାଇଥିଲେ। ଆରମ୍ଭରେ ଅପେକ୍ଷାକୃତ ଧିମା ଖେଳିଥିବା ଓ୍ବିଲିୟମସନ ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଷ୍ଟ୍ରାଇକ୍‌ହାର ବଢ଼ାଇଥିଲେ। ଲୋକି ଫର୍ଗୁସନଙ୍କ ବଲ୍‌ରେ ଛକା ମାରି ସେ ୪୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ସେ ୪୬ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ୫୭ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ରାହୁଲ ଟଓ୍ବୋଟିଆଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ନିକୋଲସ ପୁରନ ୧୮ ବଲ୍‌ରୁ ୩୪ (୨ ଚୌକା, ୨ ଛକା) ଓ ଏଡେନ ମାରକ୍ରାମ ୧୨ ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରଶିଦ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୧୬୨/୭ (ହାର୍ଦ୍ଦିକ ପାଣ୍ଡ୍ୟା-୫୦*, ଅଭିନମ ମନୋହର-୩୫, ଭୁବନେଶ୍ୱର କୁମାର-୨/୩୭, ଟି. ନଟରାଜନ-୨/୩୪, ମାର୍କୋ ଜାନସେନ-୧/୨୭, ଉମ୍ରାନ ମଲିକ-୧/୩୯)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୧ ଓଭରରେ ୧୬୮/୨ (କେନ୍‌ ଓ୍ବିଲିୟମସନ-୫୭, ଅଭିଷେକ ଶର୍ମା-୪୨, ନିକୋଲସ ପୁରନ-୩୪*, ହାର୍ଦ୍ଦିକ ପାଣ୍ଡ୍ୟା-୧/୨୭, ରଶିଦ ଖାଁ-୧/୨୮)।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?