ମହାକାଶରେ ଥାଇ ମା’ଙ୍କ ସହ କଥା ହେଲେ ସୁନୀତା ଓ୍ବିଲିୟମ୍ସ, ଦେଲେ ଏହି ବଡ଼ ସୂଚନା, କହିଲେ ତୁମେ…

ଓ୍ବାଶିଂଟନ,୨ା୯: ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସେ ତାଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ସେଠାରେ ଥିବା ବୈଷୟିକ ଗ୍ଲିଚ୍‌ ବିଷୟରେ ସୁନୀତା ମଧ୍ୟ ତାଙ୍କ ମା’ଙ୍କୁ କହିଥିଲେ। କିଛି ବୈଷୟିକ କାରଣରୁ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି। ପୃଥିବୀକୁ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସୁନୀତା ତାଙ୍କ ମା’ଙ୍କୁ ଆଶ୍ୱାସନା ଦେଇଛନ୍ତି। ସୁନୀତା ତାଙ୍କ ମା ବୋନି ପାଣ୍ଡ୍ୟାଙ୍କୁ ଚିନ୍ତା କରନ୍ତୁ ନାହିଁ ଏବଂ ସେ ନିରାପଦରେ ଫେରିବେ ବୋଲି କହିଛନ୍ତି।

ଏକ ସାକ୍ଷାତକାରେ ସୁନୀତାଙ୍କ ମା’ ବୋନି ପାଣ୍ଡ୍ୟା କହିଛନ୍ତି, ସୁନୀତା ମୋତେ ତା’ ବିଷୟରେ ଚିନ୍ତା ନକରିବାକୁ କହିଥିଲେ, ସବୁ ଠିକ୍‌ ହୋଇଯିବ କହିଥିଲେ। ଯେତେବେଳେ ତାଙ୍କ ଝିଅର ମହାକାଶରେ ରହିବାର ଅବଧି ବିଷୟରେ ପଚରାଗଲା, ବୋନି କହିଥିଲେ, ମୁଁ ୨୦ ବର୍ଷ ଧରି ଜଣେ ମହାକାଶଚାରୀଙ୍କ ମା’ଥିଲି ଏବଂ ଏହା ହେଉଛି ତାଙ୍କର ତୃତୀୟ ଯାତ୍ରା। କିଛି ସମସ୍ୟା ଥାଇପାରେ, କିନ୍ତୁ ମୁଁଭାବୁନାହୁଁ କୌଣସି ବଡ଼ ସମସ୍ୟା ଅଛି। ନାସା ଅଧିକାରୀମାନେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ସେମାନେ ସୁରକ୍ଷିତ ଅଛନ୍ତି। ତେଣୁ ସେମାନେ ତାଙ୍କୁ ଆଉ କିଛି ସମୟ ସେଠାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଚଳିତ ବର୍ଷ ଜୁନ୍‌ରେ ସୁନୀତା ଓ୍ବିଲିୟମ୍ସ ଏବଂ ନାସାର ମହାକାଶଚାରୀ ବଚ୍‌ ଓ୍ବିଲ୍‌ମୋରଙ୍କୁ ବୋଇଂର ଷ୍ଟାର୍‌ଲାଇନର ମହାକାଶଯାନରେ ଥିବା ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନକୁ ପଠାଯାଇଛି। ଏହି ମିଶନ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିଲା, କିନ୍ତୁ ହିଲିୟମ ଲିକ୍‌ ଏବଂ ଅନ୍ୟାନ୍ୟ ବୈଷୟିକ ତ୍ରୁଟି ଯୋଗୁ ସେମାନଙ୍କୁ ସେଠାରେ ଅଟକି ରହିବାକୁ ପଡ଼ିଲା। ନାସା ଏକ ସରକାରୀ ବିବୃତ୍ତିରେ ମଧ୍ୟ ଏହି ପରିସ୍ଥିତିକୁ ଦର୍ଶାଇଥିଲା। ଓ୍ବିଲ୍‌ମୋର ଏବଂ ସୁନୀତା ଫେବୃଆରୀ ୨୦୨୫ ସୁଦ୍ଧା ଫେରିବାକୁ ସକ୍ଷମ ହେବେ। ଏଜେନ୍ସିର ସ୍ପେସ୍‌ ଏକ୍ସ କ୍ରୁ -୯ ମିଶନରେ ନିଯୁକ୍ତ ଅନ୍ୟ ଦୁଇଜଣ କ୍ରୁ ସଦସ୍ୟଙ୍କ ସହ ସେମାନେ ଘରକୁ ଫେରିବେ।

ନାସା ଅଧିକାରୀମାନେ କହିଛନ୍ତି, ଫେବୃଆରୀ ୨୦୦୩ରେ ଭାରତୀୟ ବଂଶୋଦ୍ଭବ ା ଆମେରିକୀୟ ମହାକାଶଚାରୀ କଳ୍ପନା ଚାଓ୍ବଲା ଏବଂ ଅନ୍ୟ ୬ ଜଣ ପ୍ରାଣ ହରାଇଥିଲେ। ତାଙ୍କର ସ୍ପେସ୍‌ ସଟଲ କଲମ୍ବିଆ ଠାରେ ଜଳିଗଲା। ଯେତେବେଳେ ସ୍ପେସ୍‌ ସଟଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ନାସା ଅଧିକାରୀଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ଥିଲା, ତେଣୁ ନାସା କହି ସେ ଭୁଲ୍‌ ଆଉ ହେବ ନାହିଁ, ଏବେ ସତର୍କତା ଅବଲମ୍ବନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri