Posted inଜାତୀୟ

କେବେ ନିର୍ବାଚନ ଲଢି ନ ଥିବା ନେତା ଏବେ ଦାବି କରୁଛନ୍ତି ନିର୍ବାଚନ ପାଇଁ: ଜାଖଡ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ପରିବର୍ତ୍ତନ କରିବାକୁ ନିକଟରେ ୨୩ ଜଣ କଂଗ୍ରେସ ନେତା ଚିଠି ଲେଖିଥିଲେ। ଯାହାକୁ ନେଇ ଆଜିବି ଚାଲିଛି ଆଲୋଚନା। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନିଲ ଜାଖଡ ଚିଠି ଲେଖିଥିବା ନିଜ ଦଳୀୟ ନେତାଙ୍କ ଉପରେ ଏହି ଘଟଣାକୁ ନେଇ ରାଗି ଯାଇଛନ୍ତି। ସେ କହିଛନ୍ତି ଦଳ ମଧ୍ୟରେ ନିର୍ବାଚନ କରିବାକୁ ଯେଉଁମାନେ କହୁଛନ୍ତି ସେମାନେ କେବେ ନିର୍ବାଚନ ଲଢି ନାହାନ୍ତି। ତେବେ କଂଗ୍ରେସ ନେତାଙ୍କ ଦ୍ୱାରା ଉଠିଥିବା ଚର୍ଚ୍ଚାକୁ ନେଇ ଗତ ସୋମବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହୋଇଥିଲା। ସୁନିଲ ଆହୁରି କହିଛନ୍ତି ଦଳରେ ପରିବର୍ତ୍ତନ କରିବାକୁ ନେଇ ଯେଉଁ ଚିଠି ଲେଖାଯାଇଥିଲା ସେଥିରେ କେତେଜଣ ନେତା ନିଜକୁ ଅସୁରକ୍ଷିତ ମଣିବା ଓ ସେମାନଙ୍କର ରାଜନୈତିକ ମହତ୍ୱାକାଂକ୍ଷା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ନିକଟରେ କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କପିଲ ଶିବ୍ବଲଙ୍କ ସମେତ ପ୍ରାୟ ୨୩ ଜଣ ନେତା ସୋନିଆଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri