ମାସକୁ ୫୦୦ ଟଙ୍କା ରୋଜଗାର କରୁଥିବା ସାଧାରଣ ଯୁବକରୁ କମେଡିର ‘ବାଦ୍‌ଶାହା’

ବମ୍ବେ: କେତେବେଳେ ‘ଡା. ମଶହୁର ଗୁଲାଟୀ’ ତ କେବେ ‘ଗୁତ୍ଥି’ ଚରିତ୍ରରେ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ପାଇଁ ଆଜିର ଦିନଟି ଖାସ୍‌। କାରଣ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିନରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୁନୀଲଙ୍କ ଜନ୍ମଦିନରେ ତାଙ୍କୁ ନେଇ କିଛି ଅଜଣା କଥା ବିଷୟରେ ଆସନ୍ତୁ ଜାଣିବା ।

ଦେଖିବାକୁ ଗଲେ ଟ୍ୟାଲେଣ୍ଟର ଗନ୍ତାଘର ହେଉଛନ୍ତି ସୁନୀଲ। ନିଜର କଳାକୁ ନେଇ ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ହେଲେ ଏମିତି ଏକ ସମୟ ଥିଲା ଯେତେବେଳେ ସୁନୀଲ ମାସକୁ ମାତ୍ର ୫୦୦ ଟଙ୍କା ରୋଜଗାର କରୁଥିଲେ। ବିଶ୍ୱାସ ନହେଲେ ବି କଥାଟି ସତ।

ସୁନୀଲ ଏକ ସାକ୍ଷାତକାରରେ ସାଧାରଣ ଯୁବକରୁ କମେଡିଆନ୍‌ ହେବାର ଯାତ୍ରା ବିଷୟରେ କହିଥିଲେ, ମୁଁ ସବୁବେଳେ ଅଭିନୟରେ ବହୁତ ଭଲ ଥିଲି। ଲୋକମାନଙ୍କୁ ସହଜରେ ହସାଇ ଦେଉଥିଲି। ଯୁକ୍ତ ୨ ପଢ଼ିବା ବେଳେ ଡ୍ରାମା ପ୍ରତିଯୋଗିତାରେ ଭାଗ ନେଇଥିଲି। ହେଲେ ମୁଖ୍ୟ ଅତିଥି ତାଙ୍କୁ ଭାଗ ନେବାର ନ ଥିବା କହିଥିଲେ। କାରଣ ଅନ୍ୟମାନଙ୍କ ପାଇଁ ତାଙ୍କ ସହ ଲଢ଼ିବା କଷ୍ଟକର ଥିଲା। ଥିଏଟରରେ ମାଷ୍ଟର ଡିଗ୍ରୀ ପରେ ମୁଁ ବମ୍ବେ ଚାଲି ଆସିଥିଲି। ବର୍ଷେ ଯାଏ କିଛି ନ କରି କେବଳ ପାର୍ଟି କରିଥିଲି। ନିଜର ସଞ୍ଚୟ ସାଙ୍ଗକୁ ଘରଲୋକଙ୍କ ପଇସାରେ ଚଳୁଥିଲି। ସେବେ ମାସକୁ ମୁଁ ୫୦୦ ଟଙ୍କା ରୋଜଗାର କରୁଥିଲି। ମାତ୍ର ଦିନେ ନା ଦିନେ ନିଶ୍ଚିତ ସଫଳ ହେବି ବୋଲି ମୋର ଧାରଣା ଥିଲା। ଧୀରେଧୀରେ କାମ ନ ମିଳିବା ଯୋଗୁ ଡିପ୍ରେସନକୁ ସେ ଚାଲିଯାଇଥିଲେ। ହେଲେ ହାର ନ ମାନି ଆଗକୁ ବଢ଼ିଥିଲେ। ପ୍ରଥମେ ରେଡିଓ ଜକି ଏବଂ ପରେ କମେଡି ଦୁନିଆରେ ପାଦ ରଖି ସେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା କହିଛନ୍ତି। ଅନେକ ଫିଲ୍ମରେ ସେ କାମ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ସେ ଏକାଧିକ ଫିଲ୍ମରେ ନଜର ଆସିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri