ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ରୋଜଗାର କରନ୍ତି ଏହି ଅଭିନେତା, ଖଣ୍ଡାଲାରେ ରହିଛି ୬୨୦୦ ସ୍କୋୟାର ଫୁଟ୍‌ର ହଲିଡେ ହୋମ୍‌…

ବମ୍ବେ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୧ ମସିହା ଆଜିର ଦିନରେ କର୍ନାଟକର ମାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ସୁନୀଲଙ୍କ ପୁରା ନାମ ସୁନୀଲ ବିରପ୍ପା ସେଟ୍ଟୀ। ଲୋକେ ତାଙ୍କୁ ସ୍ନେହରେ ଅନ୍ନା ବୋଲି ଡାକିଥାନ୍ତି। ୧୯୯୨ରେ ଫିଲ୍ମ ‘ବଲବାନ୍‌’ରୁ କ୍ୟାରିୟର ଆରମ୍ଭ କରିଥିଲେ ସୁନୀଲ। ୧୯୯୪ରେ ଫିଲ୍ମ ‘ମୋହରା’ ତାଙ୍କ ନାୟକ ଜୀବନକୁ ନୂଆ ଦିଗ ଦେଇଥିଲା। ପରେ ୨୦୦୧ରେ ରିଲିଜ ହୋଇଥିବା ଫିଲ୍ମ ‘ଧଡକନ୍‌’ ତାଙ୍କୁ ଲୋକପ୍ରିୟ କରିଥିଲା। ଏଯାବତ ୧୨୦ରୁ ଅଧିକ ଫିଲ୍ମରେ କାମ କରିଥିବା ସୁନୀଲଙ୍କ ଜୀବନଶୈଳୀ ବେଶ ସମ୍ଭାନ୍ତ। ନିଜର ପରିଶ୍ରମରୁ ସୁନୀଲ କୋଟି କୋଟି ଟଙ୍କା ସମ୍ପତ୍ତିର ଏବେ ମାଲିକ। ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅନେକ କିଛି…

ଅଲ୍ଟାମାଉଣ୍ଟ ରୋଡ୍‌ରେ ଥିବା ପୃଥ୍ବୀ ଆପାର୍ଟମେଣ୍ଟରେ ରୁହନ୍ତି ସୁନୀଲ। ଏହି ରୋଡ୍‌କୁ ଭାରତର କୋଟିପତିମାନଙ୍କ ରୋଡ୍‌ ବୋଲି ମଧ୍ୟ କୁହାଯାଏ। ଏହାଛଡ଼ା ସୁନୀଲ ଏକ ହଲିଡେ ହୋମ୍‌ର ମଧ୍ୟ ମାଲିକ। ଖଣ୍ଡାଲାରେ ସେ ଏହି ଘର କରିଛନ୍ତି। ୬୨୦୦ ସ୍କୋୟାର ଫୁଟ୍‌ ଅଞ୍ଚଳରେ ଏହି ଘର ନିର୍ମାଣ ହୋଇଛନ୍ତି।

କେବଳ ଯେ ଜଣେ ଭଲ ଅଭିନେତା ତାହା ନୁହେଁ ସୁନୀଲ ଭଲ ବ୍ୟବସାୟୀ ମଧ୍ୟ। ବର୍ଷକୁ ସେ ୧୦୦ କୋଟି ରୋଜଗାର କରିଥାନ୍ତି। ଅଭିନେତାଙ୍କର ଏକ ପ୍ରଯୋଜନା ସଂସ୍ଥା ପପ୍‌କର୍ନ ଏଣ୍ଟରଟେନ୍‌ମେଣ୍ଟ ରହିଛି। ଏହାଛଡ଼ା ତାଙ୍କର ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି। ୨୦୧୩ରେ ରିଅଲ୍‌ ଇଷ୍ଟେଟ୍‌ କାରବାର ଆରମ୍ଭ କରିଥିଲେ ସୁନୀଲ। ସେ ରିଆଲିଟି ଆଣ୍ଡ ଡେଭେଲପର୍ସ ପ୍ରାଇଭେଟ ଲିମିଟେଡ୍‌ ନାମକ କମ୍ପାନୀର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri