ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ରୋଜଗାର କରନ୍ତି ଏହି ଅଭିନେତା, ଖଣ୍ଡାଲାରେ ରହିଛି ୬୨୦୦ ସ୍କୋୟାର ଫୁଟ୍‌ର ହଲିଡେ ହୋମ୍‌…

ବମ୍ବେ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୧ ମସିହା ଆଜିର ଦିନରେ କର୍ନାଟକର ମାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ସୁନୀଲଙ୍କ ପୁରା ନାମ ସୁନୀଲ ବିରପ୍ପା ସେଟ୍ଟୀ। ଲୋକେ ତାଙ୍କୁ ସ୍ନେହରେ ଅନ୍ନା ବୋଲି ଡାକିଥାନ୍ତି। ୧୯୯୨ରେ ଫିଲ୍ମ ‘ବଲବାନ୍‌’ରୁ କ୍ୟାରିୟର ଆରମ୍ଭ କରିଥିଲେ ସୁନୀଲ। ୧୯୯୪ରେ ଫିଲ୍ମ ‘ମୋହରା’ ତାଙ୍କ ନାୟକ ଜୀବନକୁ ନୂଆ ଦିଗ ଦେଇଥିଲା। ପରେ ୨୦୦୧ରେ ରିଲିଜ ହୋଇଥିବା ଫିଲ୍ମ ‘ଧଡକନ୍‌’ ତାଙ୍କୁ ଲୋକପ୍ରିୟ କରିଥିଲା। ଏଯାବତ ୧୨୦ରୁ ଅଧିକ ଫିଲ୍ମରେ କାମ କରିଥିବା ସୁନୀଲଙ୍କ ଜୀବନଶୈଳୀ ବେଶ ସମ୍ଭାନ୍ତ। ନିଜର ପରିଶ୍ରମରୁ ସୁନୀଲ କୋଟି କୋଟି ଟଙ୍କା ସମ୍ପତ୍ତିର ଏବେ ମାଲିକ। ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅନେକ କିଛି…

ଅଲ୍ଟାମାଉଣ୍ଟ ରୋଡ୍‌ରେ ଥିବା ପୃଥ୍ବୀ ଆପାର୍ଟମେଣ୍ଟରେ ରୁହନ୍ତି ସୁନୀଲ। ଏହି ରୋଡ୍‌କୁ ଭାରତର କୋଟିପତିମାନଙ୍କ ରୋଡ୍‌ ବୋଲି ମଧ୍ୟ କୁହାଯାଏ। ଏହାଛଡ଼ା ସୁନୀଲ ଏକ ହଲିଡେ ହୋମ୍‌ର ମଧ୍ୟ ମାଲିକ। ଖଣ୍ଡାଲାରେ ସେ ଏହି ଘର କରିଛନ୍ତି। ୬୨୦୦ ସ୍କୋୟାର ଫୁଟ୍‌ ଅଞ୍ଚଳରେ ଏହି ଘର ନିର୍ମାଣ ହୋଇଛନ୍ତି।

କେବଳ ଯେ ଜଣେ ଭଲ ଅଭିନେତା ତାହା ନୁହେଁ ସୁନୀଲ ଭଲ ବ୍ୟବସାୟୀ ମଧ୍ୟ। ବର୍ଷକୁ ସେ ୧୦୦ କୋଟି ରୋଜଗାର କରିଥାନ୍ତି। ଅଭିନେତାଙ୍କର ଏକ ପ୍ରଯୋଜନା ସଂସ୍ଥା ପପ୍‌କର୍ନ ଏଣ୍ଟରଟେନ୍‌ମେଣ୍ଟ ରହିଛି। ଏହାଛଡ଼ା ତାଙ୍କର ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି। ୨୦୧୩ରେ ରିଅଲ୍‌ ଇଷ୍ଟେଟ୍‌ କାରବାର ଆରମ୍ଭ କରିଥିଲେ ସୁନୀଲ। ସେ ରିଆଲିଟି ଆଣ୍ଡ ଡେଭେଲପର୍ସ ପ୍ରାଇଭେଟ ଲିମିଟେଡ୍‌ ନାମକ କମ୍ପାନୀର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri