ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୧୨ା୪ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରିବାରେ ଲାଗିଛନ୍ତି। ହେଲେ ସଂପୃକ୍ତ ସରକାରୀ କଳର ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକ ଅନେକ ସମୟରେ ଦିଗହରା ହେଉଥିବାବେଳେ କୃଷିବିତମାନଙ୍କ ଲାଭ ହେବା ପରିବର୍ତ୍ତେ କ୍ଷତି ସହୁଥିବା ଅଭିଯୋଗ ହେଉଛି। ସୂର୍ଯ୍ୟମୁଖୀ ଚାଷ ସ୍ବଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେବା ଭଳି ଚାଷ ରୂପେ ପରିଗଣିତ ହେଉଥିବାବେଳେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ଚାଷୀମାନେ ଅସନ୍ତୋଷ ରହୁଛନ୍ତି।
ସୂଚନା ଅନୁସାରେ, ସଦର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ସୂର୍ଯ୍ୟମୁଖୀ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର କୃଷି ବିଭାଗ ଯୋଗାଉ ନାହିଁ। ସରକାର ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଜିଲା କୃଷି ବିଭାଗ ତରଫରୁ ସେପରି କୌଣସି ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚୁ ନାହିଁ। ଏହି ବିଭାଗର ପ୍ରତ୍ୟେକ ପଞ୍ଚାୟତରେ ବିଭାଗୀୟ କର୍ମଚାରୀ ନିଯୁକ୍ତ ହୋଇ ଚାଷୀଙ୍କୁ ଉତ୍ତମମାନର ବିହନ, ସାର ଆଦି ଯୋଗାଇବା ପାଇଁ ସରକାରୀସ୍ତରରେ ବ୍ୟବସ୍ଥା ଅଛି। ମାତ୍ର ଏହି ବିଭାଗର ଅଧିକାରୀମାନେ ଧାନ ଚାଷ ସମୟରେ ଧାନ ବିହନ, ସାର ଆଦି ଯୋଗାଇଲା ପରେ କେଉଁ ଆଡେ ବର୍ଷସାରା ଅନ୍ତର୍ଦ୍ଧାନ ହୋଇଯାଆନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ବିଭିନ୍ନ ଋତୁରେ ନାନା ପ୍ରକାର ଚାଷ କରିଥାନ୍ତି। କିନ୍ତୁ ବିଭିନ୍ନ ଚାଷ ସମ୍ବନ୍ଧୀୟ ବାବଦରେ ଚାଷୀଙ୍କୁ ଜଣା ନଥିବାରୁ ଉନ୍ନତମାନର ଚାଷରୁ ଲାଭ ପାଇପାରୁ ନାହାନ୍ତି। ସେହିପରି ସୂର୍ଯ୍ୟମୁଖୀ ଚାଷ ପାଇଁ କ’ଣ କ’ଣ ଆବଶ୍ୟକତା ରହିଛି, ତାହା ସୂର୍ଯ୍ୟମୁଖୀ ଚାଷୀଙ୍କୁ ଜଣାନାହିଁ ବୋଲି କହିଛନ୍ତି। ଏସମ୍ପର୍କରେ କେନ୍ଦୁଝର କୃଷି ବିଭାଗର ଜିଲା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କୁ ପ୍ରୋତ୍ସାହନ ନ ଦିଆଯିବା ବିଷୟରେ ପଚାରିବାରୁ ଚଳିତ ବର୍ଷ ସୂର୍ଯ୍ୟମୁଖୀ ମଞ୍ଜିର ଅଭାବ ଯୋଗୁ ଏହା ସମ୍ଭବପର ହେଲା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?