ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ,୧୪ା୧(ଅଜିତ୍‌ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷକ ଭିତରେ ମହାପ୍ରଭୁଙ୍କ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ପରମ୍ପରା ଅନୁଯାୟୀ, ଅଭିଷେକ ପୂର୍ବଦିବସ ଅର୍ଥାତ ରବିବାର ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ୮୭ ଗରା ଜଳ ଓ ୨୧ଗରା ଘିଅ ଭୋଗମଣ୍ଡପ ଘରେ ଅଧିବାସ ହୋଇରହିଥିଲା।

ସୋମବାର ଶ୍ରୀମନ୍ଦିରରେ ସକାଳଧୂପ ବଢି ଅଭିଷେକ ନୀତି ଆରମ୍ଭ ହୋଇଥିଲା। ଅଧିବାସ ହୋଇ ରହିଥିବା ୧୦୮ ଗରା ଘିଅମିଶ୍ରିତ ଜଳରେ ଅଭିଷେକ ନୀତି କରାଯାଇଥିଲା। ସର୍ବାଙ୍ଗ ନୀତି ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ସେଠାରେ ଶ୍ରୀଦେବୀଙ୍କ ମାଜଣା, ବନକଲାଗି ଏବଂ ବେଶ କରାଯାଇଥିଲା। ଶ୍ରୀମନ୍ଦିରରେ ଠାକୁରଙ୍କ ସୁବର୍ଣ୍ଣବେଶ ହୋଇଥିଲା। ଏହି ବେଶରେ ତିନିଠାକୁର ସୁବର୍ଣ୍ଣ କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡକାନି, ଚନ୍ଦ୍ର, ସୂର୍ଯ୍ୟ, ସେବତୀ ମାଳି, ଘାଗଡ଼ା ମାଳି, ମକର କୁଣ୍ଡଳ, ବାଘନଖି ପ୍ରଭୃତି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri