ସୂର୍ଯ୍ୟ ଓ ପରିବେଶ

ଡ. ଭାରତ ଭୂଷଣ ରଥ

 

ସୂର୍ଯ୍ୟ ବିଶ୍ୱର ଏକ ଶକ୍ତିଶାଳୀ ତତ୍ତ୍ୱ। ବିଶ୍ୱର ପ୍ରତ୍ୟେକ ଦେଶର ପାରମ୍ପରିକ ପ୍ରାଚୀନ ଶାସ୍ତ୍ର ତଥା ଆଧୁନିକ ବିଜ୍ଞାନ ସୂର୍ଯ୍ୟଙ୍କୁ ଜୀବନଦାୟକ ଶକ୍ତି ଭାବରେ ସମ୍ମାନ ଦିଅନ୍ତି। ଋଗ୍‌ବେଦରେ ସୂର୍ଯ୍ୟଙ୍କୁ ଜଗତର ଆତ୍ମା ରୂପରେ ଅଭିବନ୍ଦିତ କରାଯାଇଛି। ଯେଉଁଭଳି ପ୍ରାଣୀଶରୀରରେ ଆତ୍ମା ନ ରହିଲେ ପ୍ରାଣୀ ଜୀବରୁ ଶବ ରୂପରେ ପରିଣତ ହୋଇଯାଏ ଠିକ୍‌ ସେହିଭଳି ପୃଥିବୀପୃଷ୍ଠରେ ସୂର୍ଯ୍ୟ ନ ରହିଲେ ଏ ଜଗତ ଧ୍ୱଂସ ହୋଇଗଲା ବୋଲି ବୁଝାପଡ଼ିବ। ଅଥର୍ବବେଦ ଅନ୍ତର୍ଗତ ସୂର୍ଯ୍ୟ ଉପନିଷଦ କୁହନ୍ତି; ଆଦିତ୍ୟଙ୍କ ପ୍ରଭାବରୁ ବାୟୁ, ଭୂମି, ଜଳ ତଥା ଅଗ୍ନିର ସୃଷ୍ଟି। ବାସ୍ତବରେ ଯଦି ସୂର୍ଯ୍ୟ ଗୋଟିଏ ଦିନ ନଭୋମଣ୍ଡଳରେ ଉଦ୍ଭାସିତ ନ ହେବେ ତେବେ ସମ୍ପୂର୍ଣ୍ଣ ଜଗତ ଅନ୍ଧକାରମୟ ହୋଇଯିବ। ସୂର୍ଯ୍ୟାଲୋକରୁ ଯେଉଁ ଅମ୍ଳଜାନ ସୃଷ୍ଟି ହୁଏ ତାହା ହୋଇପାରିବ ନାହିଁ। ପ୍ରାଣବାୟୁର ଅଭାବରେ ବିଶ୍ୱ କିଭଳି ବଞ୍ଚିରହିବ ତାହା ଅନୁମାନ କରିବା ଅସମ୍ଭବ। ସମସ୍ତ ଜୀବଜଗତ ସୂର୍ଯ୍ୟଙ୍କ ପ୍ରଭାବରେ ପ୍ରଭାବିତ। ମହାକବି କାଳିଦାସ ପ୍ରକୃତିର ଆଠଗୋଟି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱକୁ ନେଇ ନିଜର ବିଜ୍ଞାନସମ୍ମତ ସିଦ୍ଧାନ୍ତକୁ ଅଭିଜ୍ଞାନଶକୁନ୍ତଳମ୍‌ ନାଟକର ପ୍ରଥମ ପଦ୍ୟରେ ପ୍ରତିପାଦନ କରିଛନ୍ତି। ସେ କହିଛନ୍ତି; ଜଳ, ଘୃତ ପ୍ରଭୃତି ପୁଷ୍ଟିକର ଦ୍ରବ୍ୟ ଯାହା ଯଜ୍ଞରେ ବ୍ୟବହୃତ ହୁଏ, ଅଗ୍ନି, ଯଜମାନ ବା ବ୍ୟକ୍ତି, ସୂର୍ଯ୍ୟ, ଚନ୍ଦ୍ର, ଆକାଶ ଏବଂ ପୃଥିବୀ ଏହି ଆଠଗୋଟି ଶକ୍ତିକୁ ନେଇ ବିଶ୍ୱ ପରିଚାଳିତ। ଏହି ଶକ୍ତିଗୁଡ଼ିକ ଶିବଙ୍କର ଅଷ୍ଟ ଶକ୍ତି, ତେଣୁ ସେହି ଶିବ ସଂସାରର ମଙ୍ଗଳ କରନ୍ତୁ ବୋଲି କାଳିଦାସଙ୍କର ପ୍ରାର୍ଥନା। ଏହି ବର୍ଣ୍ଣନାରୁ ଜଣାଯାଏ ଭାରତୀୟ ଶାସ୍ତ୍ରମାନେ ବିଶ୍ୱ ପରିଚାଳକ ଶକ୍ତିମାନଙ୍କୁ ହିଁ ଦେବତା ରୂପରେ ସ୍ଥାନ ଦେଇଛନ୍ତି ନିଜ ହୃଦୟରେ। କାଳିଦାସଙ୍କର ଏହି ଚିନ୍ତନ ଖୁବ୍‌ ବିଜ୍ଞାନସିଦ୍ଧ। ଆମେ ଦେଖୁ ବରଫ ଖଣ୍ଡ ତରଳିବା ଦ୍ୱାରା ବୈଜ୍ଞାନିକମାନେ ଚିନ୍ତିତ। ପ୍ରତିବର୍ଷ ସମୁଦ୍ରରେ ବିଭିନ୍ନ ସାମୁଦ୍ରିକ ବିତ୍ପାତ୍ତ ଆସି ମହାବାତ୍ୟା ପ୍ରଭୃତି ଖଣ୍ଡପ୍ରଳୟ ଦେଖାଦେଉଛି। ଏହା କ’ଣ ମହାକବି କାଳିଦାସଙ୍କର ଜଳ ସୁରକ୍ଷା ପ୍ରତି ସଚେତନତା ନୁହେଁ କି ? ଅଗ୍ନି; ଯାହା ସାମାନ୍ୟ ଅନ୍ୟମନସ୍କତାରେ ବିଶ୍ୱକୁ ଧ୍ୱଂସ କରିଦେବ, ସୂର୍ଯ୍ୟ; ଉଦୟ ନ ହେଲେ ଅମ୍ଳଜାନ ମିଳିବା ଅସମ୍ଭବ, ଚନ୍ଦ୍ର; ଯଦି ଉଦୟ ନ ହେବେ ଗଛଲତାଙ୍କୁ ଭୋଜନ ମିଳିବ ନାହିଁ ଏବଂ ଗଛଲତାଙ୍କର ଅବର୍ତ୍ତମାନରେ ବିଶ୍ୱ ଧ୍ୱଂସ ହେବ। ଆକାଶରେ ଯଦି ବିତ୍ପାତ ହୁଏ ତେବେ ସଂସାର ଧ୍ୱଂସାଭିମୁଖୀ ହେବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବିଗତ କିଛିବର୍ଷ ତଳର କେଦାରନାଥ ଖଣ୍ଡପ୍ରଳୟ ତଥା ପୃଥିବୀ; ଯାହାର ଅବକ୍ଷୟ ଫଳରେ ଜଳସ୍ତର ହ୍ରାସ ତଥା ମୃତ୍ତିକା ସଂରକ୍ଷଣର ଅଭାବ ପ୍ରଭୃତି ଭୂକମ୍ପର ରୂପ ନେଉଛି। ତେଣୁ ପ୍ରାଚୀନ ମୁନିଋଷି ତଥା କବିମାନଙ୍କର ଚିନ୍ତନରେ ଭରିରହିଥିଲା ବିଶ୍ୱରକ୍ଷାର ବୈଜ୍ଞାନିକ ଉପାୟ, ପରିବେଶ ସୁରକ୍ଷାର ମନ୍ତ୍ର। ସେହି ଉପାୟକୁ ସେମାନେ ଶାସ୍ତ୍ରମାଧ୍ୟମରେ ବର୍ଣ୍ଣନା କରି ସମାଜକୁ ଉପଦେଶ ଦେଇଥିଲେ। କିନ୍ତୁ ଆମେ ତାହାକୁ ଅଣଦେଖା କରି ପରିବେଶକୁ କ୍ଷତି କରିଚାଲିଛୁ ଓ ବିଶ୍ୱକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଉଛୁ।
ଆଜି ଏକବିଂଶ ଶତକରେ ମାନବ ପାଦଦେଇଛି ଏକ ଅତ୍ୟାଧୁନିକ ପରିବେଶରେ। ମାନବ ହୋଇଛି ନିଜ ଇଚ୍ଛାର ମାଲିକ। ପରିବେଶ ସୁରକ୍ଷାକୁ ଛାଡ଼ି ସୂର୍ଯ୍ୟଙ୍କ ଜାଗତିକ ପ୍ରକ୍ରିୟାକୁ ନେଇ ନେଇ ବିତର୍କରେ ମାତୁଛି। ଏହା ଦ୍ୱାରା କୋମଳମତି ଛାତ୍ରୀଛାତ୍ର ତଥା ଯୁବସମାଜ ବିଶେଷ ପ୍ରଭାବିତ ହେଉଛନ୍ତି। ସୂର୍ଯ୍ୟ ଏକ ତତ୍ତ୍ୱ, ଯାହାକୁ ପ୍ରାଚୀନ ମୁନିଋଷିମାନେ ଦୃଷ୍ଟିଗୋଚର କରିଥିଲେ ଓ ପରବର୍ତ୍ତୀ ସମୟରେ ଆଧୁନିକ ବିଜ୍ଞାନ ସେହି ସମାନ ତଥ୍ୟକୁ ସୁଚିନ୍ତିତ ତଥା ସୁବୋଧ୍ୟ କରି ଉପସ୍ଥାପିତ କରିଛି। ସୂର୍ଯ୍ୟ ସକଳ ଶକ୍ତିର ଆଧାର ହେଲେ ପ୍ରକୃତି ବିଶ୍ୱର ଜୀବନୀ ଶକ୍ତି। ପ୍ରକୃତିର ସୁରକ୍ଷା ଚିନ୍ତା ନ କରି ଆମେ ଅଯଥା ବିତର୍କରେ ମାତୁଛୁ। ବିଶ୍ୱରେ ଅନେକ ବ୍ୟକ୍ତି ଅଛନ୍ତି ଦାରିଦ୍ର୍ୟର କଷାଘାତରେ ମାସମାସ ଧରି ଭୋକ ଉପାସରେ ରହୁଛନ୍ତି । ଗୋଟିଏ ଓଳି ଖାଇବା ନେଇ ଆମେ ଗଣମାଧ୍ୟମରେ ଦେଖେଇହେବା ଅପେକ୍ଷା ଯେଉଁମାନେ ମାସମାସ ଧରି ଭୋକଉପାସରେ କାଳ କାଟୁଛନ୍ତି ସେମାନଙ୍କୁ ଓଳିଏ ଖାଇବା ଦେବାର ବାଟ ବତେଇଲେ ବିଶ୍ୱର ଉନ୍ନତି ହେବ । ଏହାସହ ସୂର୍ଯ୍ୟଙ୍କ ଭଳି ପରମଶକ୍ତିଙ୍କୁ ମାନବ ଜାଣିବାକୁ ଚେଷ୍ଟା କରୁ। ଯେଉଁ ପରିବେଶକୁ ସୂର୍ଯ୍ୟ ସୁରକ୍ଷିତ ରଖିଛନ୍ତି ତାହାକୁ ମଣିଷ କ୍ଷତି ନ କରୁ।
ଉପନିର୍ଦ୍ଦେଶକ
ଦୂର ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି ଆନ୍ଧ୍ରପ୍ରଦେଶ,
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri