ସମର୍‌ ସ୍କାର୍ଫ

* ପୋଲ୍‌କା ଡଟ୍‌ ସମର୍‌ ସ୍କାର୍ଫ: ପୋଲ୍‌କା ଡଟ୍‌ ପ୍ରିଣ୍ଟ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୁଏ ନାହିଁ। ଖାସ୍‌କରି ଏହି ପ୍ରିଣ୍ଟର ସମର୍‌ ସ୍କାର୍ଫ ବି ଯୁବତୀଙ୍କର ଖୁବ୍‌ ପ୍ରିୟ ହୋଇଥାଏ। ଖରାରେ ବାହାରକୁ କୁଆଡ଼େ ଗଲାବେଳେ ଏହାକୁ ମୁହଁରେ କିମ୍ବା ମୁଣ୍ଡରେ ଗୁଡାଇ ଦେଲେ ଖରାରୁ ରକ୍ଷା ମିଳେ। ଅନ୍ୟପକ୍ଷେ ଜିନ୍ସ ଓ ଟପ୍ସ ସହ ଏହାକୁ ବେକରେ ଷ୍ଟାଇଲ୍‌ରେ ପକାଇ ମଧ୍ୟ ସ୍ମାର୍ଟ ଲୁକ୍‌ ପାଇହୁଏ।
* ପ୍ରିଣ୍ଟେଡ୍‌ ଫ୍ଲୋରାଲ୍‌ ସମର୍‌ ସ୍କାର୍ଫ: ଫ୍ଲୋରାଲ୍‌ ଡିଜାଇନ୍‌ର ଯେକୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଖରାଦିନେ ଫ୍ରେଶ୍‌ ଲୁକ୍‌ ମିଳେ। ଏପରିକି ଖରାଦିନେ ଏହି ପ୍ରିଣ୍ଟର ସମର୍‌ ସ୍କାର୍ଫକୁ ଦେହରେ ପକାଇଲେ ଲୁକ୍‌ ମଧ୍ୟ ବେଶ୍‌ ଷ୍ଟାଇଲିଶ୍‌ ଲାଗେ। ମୁଖ୍ୟତଃ ଏହି ପ୍ରିଣ୍ଟର ସ୍କାର୍ଫକୁ ଜିନ୍ସ ଓ ଟପ୍ସ ହେଉ ଅବା ଲଙ୍ଗ୍‌ ସ୍କର୍ଟ ଓ ଟପ୍ସ ସହ ପେୟାର୍‌ କଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।
* ଆନିମଲ ପ୍ରିଣ୍ଟ ସମର୍‌ ସ୍କାର୍ଫ: ଆନିମଲ ପ୍ରିଣ୍ଟ୍‌ର ଫ୍ୟାଶନ୍‌ ମଧ୍ୟ କେବେ ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏହାର ଆଉଟ୍‌ଫିଟ୍‌ଗୁଡ଼ିକ ଯେମିତି ଫ୍ୟାଶନେବଲ୍‌ ଲାଗେ ସେମିତି ଏହି ପ୍ରିଣ୍ଟର ସମର୍‌ ସ୍କାର୍ଫକୁ ବି ଜିନ୍ସ ଓ ଟପ୍ସ କିମ୍ବା ଶଟର୍‌ସ ସହ ପେୟାର୍‌ କଲେ ଖରାଦିନେ ସ୍ମାର୍ଟ ଲୁକ୍‌ ମିଳିଥାଏ।
* ସନ୍‌ ପ୍ରୋଟେକ୍ସନ୍‌ ଫେଶ୍‌ ସ୍କାର୍ଫ: ଏହା ଏକ ସ୍ବତନ୍ତ୍ର ଧରଣର ସମର୍‌ ସ୍କାର୍ଫ; ଯେଉଁଥିରେ ଉଭୟ ଟୋପି ଓ ସ୍କାର୍ଫ ଲାଗିକି ରହିଥାଏ; ଯଦ୍ଦ୍ବାରା ଉଭୟ ମୁଣ୍ଡ ସହ ମୁହଁକୁ ବି ସୂର୍ଯ୍ୟକିରଣରୁ ରକ୍ଷା କରିହୁଏ। ଏହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ କ୍ୟାରି କରାଯାଇପାରେ।
* ଲଙ୍ଗ୍‌ ସମର୍‌ ସ୍କାର୍ଫ: ପ୍ୟୁୟୋର୍‌ କଟନ୍‌ରେ ଆସୁଥିବା ଏହି ସ୍କାର୍ଫ ବହୁତ ଲମ୍ବା ହୋଇଥାଏ। ଏହାକୁ ଯୁବତୀ ଚାହିଁଲେ ମୁଣ୍ଡ ସହ ମୁହଁକୁ ଏପରିକି ହାତକୁ ବି ଆରାମରେ କଭର୍‌ କରି ପ୍ରଖର ସୂର୍ଯ୍ୟକିରଣରୁ ନିଜକୁ ରକ୍ଷା କରିପାରିବେ।
ସ୍କାର୍ଫର ଲେଙ୍ଗ୍‌ଥକୁ ନେଇ ଟିପ୍ସ
ସ୍କାର୍ଫ ମୁଖ୍ୟତଃ ତିନୋଟି ଭିନ୍ନ ଭିନ୍ନ ଲେଙ୍ଗ୍‌ଥ ବା ଲମ୍ବାରେ ଉପଲବ୍ଧ ହୋଇଥାଏ, ଯଥା: ଶର୍ଟ ଲେଙ୍ଗ୍‌ଥ, ମିଡିୟମ୍‌ ଲେଙ୍ଗ୍‌ଥ ଏବଂ ଲଙ୍ଗ୍‌ ଲେଙ୍ଗ୍‌ଥ। ସ୍କାର୍ଫର ଲେଙ୍ଗଥ୍‌ ବି ଲୁକ୍‌ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି…
* ଶର୍ଟ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ: ଜିନ୍ସ ଓ ଟପ୍ସ ହେଉ ଅବା ପ୍ଲାଜୋ ପ୍ୟାଣ୍ଟ କିମ୍ବା ଟ୍ରାଉଜର ପ୍ୟାଣ୍ଟ ସହ ଶର୍ଟ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ ବେଶ୍‌ ଭଲ ମାନିଥାଏ। ଖାସ୍‌କରି ଏହାକୁ ବେକ ଓ କାନ୍ଧ ଚାରିପଟେ ଷ୍ଟାଇଲିଶ୍‌ ଭାବେ ଗୁଡ଼ାଇ ମଡର୍ନ ଲୁକ୍‌ ପାଇହୁଏ। ମୁଖ୍ୟତଃ ଡେଙ୍ଗା ଯୁବତୀଙ୍କୁ ଏହି ଷ୍ଟାଇଇ୍‌ ଖୁବ୍‌ ଭଲ ଦେଖାଯାଇଥାଏ। ଆଉଟିଂରେ କିମ୍ବା ଶପିଂ ପାଇଁ ଗଲାବେଳେ ଏହି ଷ୍ଟାଇଲ୍‌କୁ ଅନୁକରଣ କଲେ ଲୁକ୍‌ ବେଶ୍‌ ସ୍ମାର୍ଟ ଲାଗିଥାଏ।
* ମିଡିୟମ୍‌ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ: କାଜୁଆଲ୍‌ ଲୁକ୍‌ ପାଇଁ ହେଉ ଅବା ଅଫିସିଆଲ୍‌ ପାର୍ଟି ପାଇଁ ହେଉ; ଯୁବତୀମାନେ ଚାହିଁଲେ ଫର୍ମାଲ୍‌ ଟ୍ରାଉଜର୍‌ ସୁଟ୍‌ ସହ ବେକରେ ଏହି ମିଡିୟମ୍‌ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫକୁ ଷ୍ଟାଇଲିଶ୍‌ ଭାବେ ବାନ୍ଧିପାରିବେ। ଏହାଛଡ଼ା ଲଙ୍ଗ୍‌ ଶାର୍ଟ ହେଉ ଅବା କୁର୍ତ୍ତା ସାଙ୍ଗରେ ବି ଏହି ଲେଙ୍ଗ୍‌ଥର ସ୍କାର୍ଫକୁ ମ୍ୟାଚିଂ କରି ପିନ୍ଧିପାରିବେ।
* ଲଙ୍ଗ୍‌ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ: ଏହି ସ୍କାର୍ଫର ଲମ୍ବା ଟିକେ ଅଧିକ ଥାଏ। ତେଣୁ ଷ୍ଟାଇଲିଶ୍‌ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ସାଲଓ୍ବାର- କମିଜ୍‌ କିମ୍ବା ପ୍ଲାଜୋ ପ୍ୟାଣ୍ଟ ସହ ଏହି ସ୍କାର୍ଫକୁ ଆଉ ବେକରେ ନ ଗୁଡ଼ାଇ କାନ୍ଧରେ ଲମ୍ବା ଭାବେ ଗୋଟିଏ ପାର୍ଶ୍ୱ କରି ପକାଇ ପାରିବେ। ଆଉ ଯଦି ଜିନ୍ସ ଓ ଟପ୍ସ କିମ୍ବା ଫର୍ମାଲ୍‌ ପ୍ୟାଣ୍ଟ ସାର୍ଟ ସହ ଏହି ସ୍କାର୍ଫ ପିନ୍ଧିବାକୁ ଚାହୁଁଥାନ୍ତି, ତା’ହେଲେ ଏହାକୁ ଷ୍ଟାଇଲିଶ୍‌ ଭାବେ ବେକରେ ଗୁଡ଼ାଇ କାନ୍ଧର ଉଭୟ ପାର୍ଶ୍ୱକୁ ଓହଳାଇ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?