୧ମରୁ ୮ମ ଶ୍ରେଣୀ ଯାଏ ହେବ ସମ୍ମେଟିଭ ଆସେସ୍‌ମେଣ୍ଟ-୨ ପରୀକ୍ଷା

ଭୁବନେଶ୍ବର,୧୩ା୧(ବ୍ୟୁରୋ): ନବମ ଓ ଦଶମ ଶ୍ରେଣୀରେ ସମ୍ମେଟିଭ-୧ ଏବଂ ସମ୍ମେଟିଭ-୨ ପରୀକ୍ଷା କରାଯାଉଥିବା ବେଳେ ଚଳିତବର୍ଷ ପ୍ରଥମକରି ରାଜ୍ୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ। ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସମ୍ମେଟିଭ-୨ ପରୀକ୍ଷା କରାଯିବ ବୋଲି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଗୁରୁବାର ଚିଠି ଲେଖିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସ୍‌ମେଣ୍ଟ ପରୀକ୍ଷା ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ। ଗତ ୨ ବର୍ଷ ହେବ ରାଜ୍ୟରେ କୋଭିଡ୍‌ କଟକଣା ଲାଗି ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଥିଲା। ଫଳରେ ଦଶମ ଶ୍ରେଣୀ ପରୀକ୍ଷା ହୋଇ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ନବମ ଶ୍ରେଣୀ ମାର୍କ ଅନୁସାରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏପରି ସମସ୍ୟାର ସମାଧାନ ଲାଗି ଦଶମ ଶ୍ରେଣୀରେ ଉଭୟ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ଏବଂ ୨ ପରୀକ୍ଷାର ଆୟୋଜନ କରାଯାଉଛି। ଯଦି କରୋନା ପରି ସମସ୍ୟା ଉପୁଜେ ତେବେ ଛାତ୍ରୀଛାତ୍ରଙ୍କୁ ସମ୍ମେଟିଭ ଆସେସ୍‌ମେଣ୍ଟ ରେଜଲ୍ଟକୁ ଭିତ୍ତିକରି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌ ଏବଂ ଫେଲ୍‌ ବ୍ୟବସ୍ଥା ଉଚ୍ଛେଦ ହୋଇଥିବା ବେଳେ ସମ୍ମେଟିଭ ଲାଗୁ କରିବାକୁ ନେଇ ଚର୍ଚ୍ଚା ହେଉଛି। ମାର୍ଚ୍ଚ ୨୧ରୁ ୨୫ ମଧ୍ୟରେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସ୍‌ମେଣ୍ଟ ଶେଷ କରିବାକୁ କୁହାଯାଇଛି। ଏହି ସମ୍ମେଟିଭ ଲାଗି ପ୍ରଶ୍ନ-ଉତ୍ତର ସିଟ୍‌, ଆନ୍‌ସର କି’ ଏବଂ ଓରାଲ ପ୍ରଶ୍ନପତ୍ର ‘ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି’ ଦ୍ୱାରା ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ହେବା ପରେ ପ୍ରଶ୍ନପତ୍ରର ସଫ୍ଟ କପି ଯଥାଶୀଘ୍ର ସବୁ ଜିଲାର ଡିପିଓଙ୍କୁ ପଠଯିବ। ଜିଲାସ୍ତରରେ ଥିବା ସ୍କୁଲର ସଂଖ୍ୟା, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଏବଂ ବିଷୟକୁ ନଜର ଦେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପ୍ରଶ୍ନ-ଉତ୍ତର ସିଟ୍‌, ଆନ୍‌ସର କି’ ଏବଂ ଓରାଲ ପ୍ରଶ୍ନପତ୍ର ଯେପରି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରିଣ୍ଟିଂ କରାଯିବ ସେସବୁ ଡିପିଓ ସ୍ତରରେ ସମଗ୍ର ଶିକ୍ଷା କମିଟିର ମୁଖ୍ୟ ଭାବେ ଜିଲାପାଳ ତଥା ଚେୟାରପର୍ସନ ଏବଂ ଜିଲା ସଂଯୋଜକମାନେ ଗୁରୁତ୍ୱ ଦେବା ସହ ଯଥାଶୀଘ୍ର ସ୍କୁଲସ୍ତରରେ ତାହା ପହଞ୍ଚାଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ରାଜ୍ୟର ସରକାରୀ, ଅନୁଦାନପ୍ରାପ୍ତ ଏବଂ ସ୍ବୀକୃତିପ୍ରାପ୍ତ ସ୍କୁଲରେ ଏହି ପରୀକ୍ଷା ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବା ଆଶଙ୍କା ରହିଥିବା ଶିକ୍ଷାବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri