୧ମରୁ ୮ମ ଶ୍ରେଣୀ ଯାଏ ହେବ ସମ୍ମେଟିଭ ଆସେସ୍‌ମେଣ୍ଟ-୨ ପରୀକ୍ଷା

ଭୁବନେଶ୍ବର,୧୩ା୧(ବ୍ୟୁରୋ): ନବମ ଓ ଦଶମ ଶ୍ରେଣୀରେ ସମ୍ମେଟିଭ-୧ ଏବଂ ସମ୍ମେଟିଭ-୨ ପରୀକ୍ଷା କରାଯାଉଥିବା ବେଳେ ଚଳିତବର୍ଷ ପ୍ରଥମକରି ରାଜ୍ୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ। ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସମ୍ମେଟିଭ-୨ ପରୀକ୍ଷା କରାଯିବ ବୋଲି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଗୁରୁବାର ଚିଠି ଲେଖିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସ୍‌ମେଣ୍ଟ ପରୀକ୍ଷା ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ। ଗତ ୨ ବର୍ଷ ହେବ ରାଜ୍ୟରେ କୋଭିଡ୍‌ କଟକଣା ଲାଗି ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଥିଲା। ଫଳରେ ଦଶମ ଶ୍ରେଣୀ ପରୀକ୍ଷା ହୋଇ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ନବମ ଶ୍ରେଣୀ ମାର୍କ ଅନୁସାରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏପରି ସମସ୍ୟାର ସମାଧାନ ଲାଗି ଦଶମ ଶ୍ରେଣୀରେ ଉଭୟ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ଏବଂ ୨ ପରୀକ୍ଷାର ଆୟୋଜନ କରାଯାଉଛି। ଯଦି କରୋନା ପରି ସମସ୍ୟା ଉପୁଜେ ତେବେ ଛାତ୍ରୀଛାତ୍ରଙ୍କୁ ସମ୍ମେଟିଭ ଆସେସ୍‌ମେଣ୍ଟ ରେଜଲ୍ଟକୁ ଭିତ୍ତିକରି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌ ଏବଂ ଫେଲ୍‌ ବ୍ୟବସ୍ଥା ଉଚ୍ଛେଦ ହୋଇଥିବା ବେଳେ ସମ୍ମେଟିଭ ଲାଗୁ କରିବାକୁ ନେଇ ଚର୍ଚ୍ଚା ହେଉଛି। ମାର୍ଚ୍ଚ ୨୧ରୁ ୨୫ ମଧ୍ୟରେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସ୍‌ମେଣ୍ଟ ଶେଷ କରିବାକୁ କୁହାଯାଇଛି। ଏହି ସମ୍ମେଟିଭ ଲାଗି ପ୍ରଶ୍ନ-ଉତ୍ତର ସିଟ୍‌, ଆନ୍‌ସର କି’ ଏବଂ ଓରାଲ ପ୍ରଶ୍ନପତ୍ର ‘ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି’ ଦ୍ୱାରା ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ହେବା ପରେ ପ୍ରଶ୍ନପତ୍ରର ସଫ୍ଟ କପି ଯଥାଶୀଘ୍ର ସବୁ ଜିଲାର ଡିପିଓଙ୍କୁ ପଠଯିବ। ଜିଲାସ୍ତରରେ ଥିବା ସ୍କୁଲର ସଂଖ୍ୟା, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଏବଂ ବିଷୟକୁ ନଜର ଦେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପ୍ରଶ୍ନ-ଉତ୍ତର ସିଟ୍‌, ଆନ୍‌ସର କି’ ଏବଂ ଓରାଲ ପ୍ରଶ୍ନପତ୍ର ଯେପରି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରିଣ୍ଟିଂ କରାଯିବ ସେସବୁ ଡିପିଓ ସ୍ତରରେ ସମଗ୍ର ଶିକ୍ଷା କମିଟିର ମୁଖ୍ୟ ଭାବେ ଜିଲାପାଳ ତଥା ଚେୟାରପର୍ସନ ଏବଂ ଜିଲା ସଂଯୋଜକମାନେ ଗୁରୁତ୍ୱ ଦେବା ସହ ଯଥାଶୀଘ୍ର ସ୍କୁଲସ୍ତରରେ ତାହା ପହଞ୍ଚାଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ରାଜ୍ୟର ସରକାରୀ, ଅନୁଦାନପ୍ରାପ୍ତ ଏବଂ ସ୍ବୀକୃତିପ୍ରାପ୍ତ ସ୍କୁଲରେ ଏହି ପରୀକ୍ଷା ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବା ଆଶଙ୍କା ରହିଥିବା ଶିକ୍ଷାବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?