ସୁମିତ-ତପସ୍ବିନୀ ଦମ୍ପତିି ବିବାଦ ମାମଲା: ୧୫ରେ ମୂଳ ପିଟିଶନର ଶୁଣାଣି

ବ୍ରହ୍ମପୁର ଅଫିସ,୧୧ା୩: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ବିବାଦ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେବେ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ଦେବାକୁ ଜିଲା ଜଜ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଡା. ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଉଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାଖଲ କରିଥିଲେ। ଉଚ୍ଚ ନ୍ୟାୟାଳୟ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁମିତ ମାର୍ଚ୍ଚ ୧୦ରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଡିମାଣ୍ଡ ଡ୍ରାଫ୍ଟ(ଡିଡି) ଆକାରରେ ୧୦ ହଜାର ଟଙ୍କା ଜମା କରିଥିଲେ।
ପ୍ରକାଶ ଯେ, ପୂର୍ବରୁ ଜିଲା ଜଜ୍‌ କୋର୍ଟ ଏହି ମାମଲାର ଶୁଣାଣି କରି ତପସ୍ବିନୀଙ୍କ ଭରଣପୋଷଣ ପାଇଁ ଡା. ସୁମିତ ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ସୁମିତଙ୍କ ତରଫରୁ ତାଙ୍କ ଓକିଲ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଫେବୃୟାରୀ ୧୦ରେ ୧୭ ହଜାର ଟଙ୍କାର ଡିଡି ଦାଖଲ କରିଥିଲେ। କୌଣସି କାରଣରୁ ତପସ୍ବିନୀ ଉକ୍ତ ଦିନ କୋର୍ଟରେ ହାଜର ହୋଇପାରି ନ ଥିଲେ। ଫେବୃୟାରୀ ୨୧ରେ ତପସ୍ବିନୀ କୋର୍ଟରେ ହାଜର ହୋଇ ଉକ୍ତ ଟଙ୍କାର ଡିଡି ଗ୍ରହଣ କରିଥିଲେ। ଅନ୍ୟପଟେ ତପସ୍ବିିନୀଙ୍କ ତରଫରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଗତ ନଭେମ୍ବରରେ ରୁଜୁ କରିଥିବା ମୂଳ ପିଟିଶନ ଏମ୍‌ସି ୩୪୪/୨୧ ର ସାକ୍ଷୀ ବିଚାର ପାଇଁ ମାର୍ଚ୍ଚ ୧୫ ଧାର୍ଯ୍ୟ ହୋଇଥିବା ଓକିଲ ବେହେରା କହିଛନ୍ତି। ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର କାଉନ୍‌ସେଲିଂ ପାଇଁ ଏପ୍ରିଲ ୪ ଧାର୍ଯ୍ୟ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ପୂର୍ବରୁ ଫେବୃୟାରୀ ୧୦ ଓ ମାର୍ଚ୍ଚ ୭ ଦୁଇଟି ତାରିଖରେ ସୁମିତ ପରିବାର କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ତପସ୍ବିନୀ ହାଜର ନ ହେବାରୁ କାଉନ୍‌ସେଲିଂ ହୋଇପାରି ନ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ବର୍ତ୍ତମାନ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ ସ୍ଥିତ ସୁମିତଙ୍କ ଘରେ ରହୁଛନ୍ତି। ସେପଟେ ତପସ୍ବିନୀ ଘରକୁ ପ୍ରବେଶ କରିବା ପରେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ଜାନୁୟାରୀ ୬ ରାତିରୁ ଘର ଛାଡ଼ି କେଉଁଆଡେ ଚାଲି ଯାଇଛନ୍ତି। ଅନ୍ୟପଟେ ଡା. ସୁମିତ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା କାରଣରୁ ଏବେ ବି ଛୁଟିରେ ରହିଛନ୍ତି। ସୁମିତ ଓ ତାଙ୍କ ବାପା ପ୍ରମୋଦ ବ୍ରହ୍ମାନଗର ଘରେ ରହୁ ନ ଥିବା ବେଳେ ତାଙ୍କ ଜେଜେମା ବିବାସିନୀ ସାହୁ ଓ ତାଙ୍କ ମା’ ସ୍ମିତାରଣୀ ସାହୁ ହିଁ କେବଳ ଉକ୍ତ ଘରର ତଳ ମହଲାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବିଇଡି ,ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର, ୭।୧୦(ବ୍ୟୁରୋ) : ବିଇଡି ଓ ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ଗୁରୁବାର ଠାରୁ ଆରମ୍ଭ ହୋଇଛି ପ୍ରବେଶିକା ପରୀକ୍ଷା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା...

କାମରେ ଲାଗୁନି ତାପମାପକ ଯନ୍ତ୍ର

ଢେଙ୍କାନାଳ ଅଫିସ, ୩।୩ – ବଦଳୁଛି ପାଣିପାଗ। ଖରାଦିନେ କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ବର୍ଷାଦିନେ ପ୍ରବଳ ବର୍ଷାରେ ସୃଷ୍ଟି ହେଉଛି ଜଳବନ୍ଦୀ ପରିସ୍ଥିତି। ଶୀତ...

୫୦ ପରିବାର ମୌଳିକ ସୁବିଧାରୁ ବଞ୍ଚିତ

ରସୁଲପୁର,୧୨।୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା କରୁଥିବା କହୁଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଏହି ଯୋଜନା...

ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ

ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍‌ ବହିର୍ବିଭାଗ (ଓପିଡି),...

ସ୍କାନରରେ ଜିଲାପାଳ କାର୍ଯ୍ୟାଳୟ କର୍ମଚାରୀ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜିଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ ଘଟଣାରେ ଗିରଫ ହୋଇଥିବା ସମ୍ପୃକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତଙ୍କ...

ୟାସ୍‌ ପାଇଁ ୭୪ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୨ା୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୭୪ ଟ୍ରେନ୍‌ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ...

ଖନନ, ନିର୍ମାଣ ତୁରନ୍ତ ବନ୍ଦ ହେଉ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ଏଥିସହ ଖନନ ଓ ନିର୍ମାଣ କାର୍ଯ୍ୟକୁ ବିରୋଧ କରାଯାଉଛି। ଚାରିଆଡୁ ବିରୋଧ ସତ୍ତ୍ୱେ କାର୍ଯ୍ୟ...

ବର୍ଷାକୁ ଖାତିର ନ କରି…

ଦାରିଙ୍ଗବାଡ଼ି,୧୩ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶନିବାର ହର ଘର ତ୍ରିରଙ୍ଗା ଜୋରଦାର କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଅଞ୍ଚଳର ସମସ୍ତ ଘରେ...

Advertisement
Archives

Model This Week