ସୁମିତ-ତପସ୍ବିନୀ ଦମ୍ପତିି ବିବାଦ ମାମଲା: ୧୫ରେ ମୂଳ ପିଟିଶନର ଶୁଣାଣି

ବ୍ରହ୍ମପୁର ଅଫିସ,୧୧ା୩: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ବିବାଦ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେବେ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ଦେବାକୁ ଜିଲା ଜଜ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଡା. ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଉଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାଖଲ କରିଥିଲେ। ଉଚ୍ଚ ନ୍ୟାୟାଳୟ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁମିତ ମାର୍ଚ୍ଚ ୧୦ରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଡିମାଣ୍ଡ ଡ୍ରାଫ୍ଟ(ଡିଡି) ଆକାରରେ ୧୦ ହଜାର ଟଙ୍କା ଜମା କରିଥିଲେ।
ପ୍ରକାଶ ଯେ, ପୂର୍ବରୁ ଜିଲା ଜଜ୍‌ କୋର୍ଟ ଏହି ମାମଲାର ଶୁଣାଣି କରି ତପସ୍ବିନୀଙ୍କ ଭରଣପୋଷଣ ପାଇଁ ଡା. ସୁମିତ ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ସୁମିତଙ୍କ ତରଫରୁ ତାଙ୍କ ଓକିଲ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଫେବୃୟାରୀ ୧୦ରେ ୧୭ ହଜାର ଟଙ୍କାର ଡିଡି ଦାଖଲ କରିଥିଲେ। କୌଣସି କାରଣରୁ ତପସ୍ବିନୀ ଉକ୍ତ ଦିନ କୋର୍ଟରେ ହାଜର ହୋଇପାରି ନ ଥିଲେ। ଫେବୃୟାରୀ ୨୧ରେ ତପସ୍ବିନୀ କୋର୍ଟରେ ହାଜର ହୋଇ ଉକ୍ତ ଟଙ୍କାର ଡିଡି ଗ୍ରହଣ କରିଥିଲେ। ଅନ୍ୟପଟେ ତପସ୍ବିିନୀଙ୍କ ତରଫରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଗତ ନଭେମ୍ବରରେ ରୁଜୁ କରିଥିବା ମୂଳ ପିଟିଶନ ଏମ୍‌ସି ୩୪୪/୨୧ ର ସାକ୍ଷୀ ବିଚାର ପାଇଁ ମାର୍ଚ୍ଚ ୧୫ ଧାର୍ଯ୍ୟ ହୋଇଥିବା ଓକିଲ ବେହେରା କହିଛନ୍ତି। ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର କାଉନ୍‌ସେଲିଂ ପାଇଁ ଏପ୍ରିଲ ୪ ଧାର୍ଯ୍ୟ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ପୂର୍ବରୁ ଫେବୃୟାରୀ ୧୦ ଓ ମାର୍ଚ୍ଚ ୭ ଦୁଇଟି ତାରିଖରେ ସୁମିତ ପରିବାର କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ତପସ୍ବିନୀ ହାଜର ନ ହେବାରୁ କାଉନ୍‌ସେଲିଂ ହୋଇପାରି ନ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ବର୍ତ୍ତମାନ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ ସ୍ଥିତ ସୁମିତଙ୍କ ଘରେ ରହୁଛନ୍ତି। ସେପଟେ ତପସ୍ବିନୀ ଘରକୁ ପ୍ରବେଶ କରିବା ପରେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ଜାନୁୟାରୀ ୬ ରାତିରୁ ଘର ଛାଡ଼ି କେଉଁଆଡେ ଚାଲି ଯାଇଛନ୍ତି। ଅନ୍ୟପଟେ ଡା. ସୁମିତ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା କାରଣରୁ ଏବେ ବି ଛୁଟିରେ ରହିଛନ୍ତି। ସୁମିତ ଓ ତାଙ୍କ ବାପା ପ୍ରମୋଦ ବ୍ରହ୍ମାନଗର ଘରେ ରହୁ ନ ଥିବା ବେଳେ ତାଙ୍କ ଜେଜେମା ବିବାସିନୀ ସାହୁ ଓ ତାଙ୍କ ମା’ ସ୍ମିତାରଣୀ ସାହୁ ହିଁ କେବଳ ଉକ୍ତ ଘରର ତଳ ମହଲାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?