ଅନ୍ତରୀଣ ଜାମିନରେ ଜେଲରୁ ବାହାରିଲେ ପିଣ୍ଟୁ ଦାସ

ବ୍ରହ୍ମପୁର ଅଫିସ,୧୧ା୩: ଜମି ହଡପ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବ ଶଙ୍କର ଦାସ ଗୁରୁବାର ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ପିଣ୍ଟୁଙ୍କୁ ମିଳିଥିବା ଜାମିନ ସମ୍ପର୍କିତ ସମସ୍ତ ଆବଶ୍ୟକ କାଗଜପତ୍ର ତାଙ୍କ ଓକିଲ ଶିବ ନାରାୟଣ ସାହୁ ଓ ସୁରେନ୍ଦ୍ର ବେହେରା ଗୁରୁବାର ଏଡିଜେ- ୨ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ଦାଖଲ କରିଥିଲେ। ୫୦ହଜାର ଟଙ୍କାର ଦୁଇଟି ବଣ୍ଡ ଓ ଦୁଇଟି ଜାମିନଦାର ଦେଇ ସେ ମଣ୍ଡଳକାରାଗାରରୁ ଜାମିନରେ ବାହାରିଛନ୍ତି। ଉଚ୍ଚ ନ୍ୟାୟାଳୟ ପିଣ୍ଟୁଙ୍କ ତରଫରୁ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଗତ ୮ତାରିଖରେ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ହେଲେ ହାଇକୋର୍ଟରୁ ମିଳିଥିବା ଜାମିନ ସମ୍ପର୍କିତ କାଗଜପତ୍ର ବ୍ରହ୍ମପୁର କୋର୍ଟରେ ୧୦ ତାରିଖରେ ଦାଖଲ ପରେ ସେ ଜେଲରୁ ବାହାରିଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ସେହିପରି ଆସନ୍ତା ୨୫ ତାରିଖରେ ପିଣ୍ଟୁ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ଜାମିନରେ ଉଲ୍ଲେଖ ରହିଛି ବୋଲି ତାଙ୍କ ଓକିଲ କହିଛନ୍ତି। ପିଣ୍ଟୁ ତାଙ୍କ ପୁଅ ବ୍ରତଘର ପାଇଁ ହାଇକୋର୍ଟରୁ ୧୭ ଦିନ ପାଇଁ ଜାମିନ ପାଇଛନ୍ତି। ଏଥିରେ ସର୍ତ୍ତ ରହିଛି ଯେ, ସେ କୌଣସି ନିର୍ବାଚନୀ କାର୍ଯ୍ୟକ୍ରମରେ ଯାଇପାରିବେ ନାହିଁ। ଦିନକ ବ୍ୟବଧାନରେ ସେ ଗୋଳନ୍ଥରା ଥାନାକୁ ଯାଇ ସେ ନିଜର ହାଜିରା ଦେବା ପାଇଁ ନିର୍ଦ୍ଦେଶ ରହିଛି। ପ୍ରକାଶ ଯେ, ପିଣ୍ଟୁ କନିଷି ଅଞ୍ଚଳର କିଛି ଦଳିତ ଲୋକଙ୍କ ଜମି ହଡପ ଅଭିଯୋଗରେ ୨୦୧୮ ଜାନୁୟାରୀ ୧୯ରୁ ଗିରଫ ହୋଇ ମଣ୍ଡଳକାରାଗାରରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା...

CORONAVIRUS UPDATE: ବରଗଡ଼କୁ ଛୁଇଁଲା କରୋନା, ସୁବାସ ନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ

ବରଗଡ଼ ଅଫିସ୍,୨୪।୫- ବରଗଡ଼ ଜିଲାକୁ କରୋନା(କୋଭିଡ୍-୧୯) ଭୂତାଣୁ ପ୍ରବେଶ କରିଛି । ବରଗଡ଼ ସହରସ୍ଥିତ ୱାର୍ଡ଼ ନଂ -୧୪ ସୁବାସ ନଗରର ଜଣେ ବାସିନ୍ଦା ଏଥିରେ...

ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ଭାଜପାର ଗଣଧାରଣା

ବାସୁଦେବପୁର,୧୧।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଯୋଜନାରେ ଅନିୟମିତତା ହୋଇଥିବା ଭାଜପା ଅଭିଯୋଗ କରିଛି।...

ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ପାଠପଢ଼ା ଘଟଣା, ରୁଜୁ ହେଲା ମାମଲା

ଭଦ୍ରକ ଅଫିସ, ୧୩।୧:  ଓଡ଼ିଶାର ଦ୍ୱିତୀୟ ସର୍ବପୁରାତନ ଭଦ୍ରକ ସ୍ବୟଂଶାସିତ ମହବିଦ୍ୟାଳୟରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ୩ବର୍ଷ ମଧ୍ୟରେ ଶତାଧିକ ଛାତ୍ରୀଛାତ୍ର ପାଠ ପଢ଼ିଛନ୍ତି।...

ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା

ଛତ୍ରପୁର, ୧୧।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ...

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ: ପେସାଦାର ମତ୍ସ୍ୟଜୀବୀ ମହାସଂଘର ବିରୋଧ

କୃଷ୍ଣପ୍ରସାଦ, ୨୪ା୭(ଡି.ଏନ୍‌.ଏ.)-ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକକୁ ୩ ପାର୍ଶ୍ୱରୁ ଚିଲିକା ଏବଂ ଗୋଟିଏ ପାର୍ଶ୍ୱରୁ ବଙ୍ଗପୋସାଗର ଘେରି ରହିଛି। ତେଣୁ ଚିଲିକାକୁ କୃଷ୍ଣପ୍ରସାଦର ଭାତହାଣ୍ଡି ବୋଲି...

ଦଶହରାରେ ବି ଗଞ୍ଜାମ ଏନ୍‌ଏସିରେ ଉଠିଲାନି ଆବର୍ଜନା

ଗଞ୍ଜାମ,୨୫l୧୦(ଡି.ଏନ୍‌.ଏ.)-କୋଭିଡ୍‌ କଟକଣା ମଧ୍ୟରେ ଗଞ୍ଜାମ ସହରରେ ଦଶହରା ପର୍ବ ପାଳନ କରାଯାଉଛି। ସହରର ଦୁର୍ଗାଦେବୀସାହି ମା’ ଦୁର୍ଗା, ଶିଶୁମନ୍ଦିର ରାସ୍ତାରେ ମା’ ବୁଢ଼ୀ ଠାକୁରାଣୀ, ପୁଇଁତୋଳା...

ଧାରଣା ଦେଲେ ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀ

ଜୟପୁର,୩ା୭(ଡି.ଏନ୍‌.ଏ.): ଜୟପୁରସ୍ଥିତ ବିଏସ୍‌ଏନ୍‌ଏଲରେ କାର୍ଯ୍ୟରତ ଚୁକ୍ତିଭତ୍ତିକ ଅସ୍ଥାୟୀ କର୍ମଚାରୀ ବୁଧବାର ଧାରଣା ଦେଇଛନ୍ତି। ସିଟୁ ସମର୍ଥିତ କାଜୁଆଲ କର୍ମଚାରୀ ସଂଘର ଆହ୍ବାନ କ୍ରମେ ସ୍ଥାନୀୟ ଟେଲିଫୋନ୍‌...

Advertisement
Archives

Model This Week