ପଦା ହେଉଛି ସୁଲିଆ ସଂରକ୍ଷିତ ଜଙ୍ଗଲ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ। ଜଙ୍ଗଲ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ। କେଉଁଠି ଜଙ୍ଗରେ ନିଆଁ ବଡ ବଡ ଗଛ ଜଳି ଗଲାଣି ତ ଆଉ କେଉଁଠି ଜଙ୍ଗଲରୁ ଗଛ କାଟି ସଫା କରି ଦେଉଛନ୍ତି କାଠ ବ୍ୟବସାୟୀ, କାଠ ଚୋର। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବଣଜଙ୍ଗଲ ଘେରା କଳାହାଣ୍ଡି ଜିଲାର ଉତ୍ତର ବନଖଣ୍ଡରେ ଥିବା ସୁଲିଆ ସଂରକ୍ଷିତ ଜଙ୍ଗଲରେ। କାଠ ମାଫିଆଙ୍କ ଦୌରାମତ୍‌ୟ ଯୋଗୁ ଏହି ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। ଗତ କିଛି ଦିନ ଏହି ଜଙ୍ଗଲର ତେରେ ନାମ ଘାଟି ରାସ୍ତାର ୨ ପାର୍ଶ୍ୱରେ ଅନେକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି। କିଏ ଏହି ଗଛ କାଟିଲା ସେନେଇ ବନ ବିଭାଗ ପାଖରେ ଖବର ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରକାଶ ଯେ, ୧୫୩୯ ବର୍ଗ କିଲୋମିଟର ଓ ୫ଟି ରେଞ୍ଜକୁ ନେଇ ଗଠିତ ଜିଲାର ଉତ୍ତର ବନଖଣ୍ଡ । ୫ଟି ରେଞ୍ଜରେ ୨୦୦ରୁ ଊଦ୍ଧର୍‌ବ ଭିଏସଏସ ଟିମ ଓ ପ୍ରାୟ ୩୦୦ ବନ କର୍ମଚାରୀ ଏହି ବନ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଦେବାରେ ଫେଲ ମାରିଛି ବିଭାଗ। ଫଳରେ ଏକର ଏକର ଜଙ୍ଗଲ ଜମିରେ ଥିବା ଗଛ ସବୁକୁ କାଟି ସଫା କରି ଦିଆଯାଇଛି। ଘାଟିରେ ଥିବା ଲକ୍ଷାଧିକ ସଂଖ୍ୟାରେ ଗଛ କଟା ଯାଇଥିବା ଦେଖିବାକୁ ମିଳିଛି । ହେଲେ କିଏ ଏ ଗଛ କାଟିଛି ତାହା ବନ ବିଭାଗ ପାଖରେ ଖବର ନାହିଁ। କେବଳ ଏ ଗୋଟିଏ ଅଞ୍ଚଳ ନୁହେଁ ବରଂ ଘାଟିରେ ଥିବା ପାଖାପାଖି ୧୦ କିଲୋମିଟର ପରିସୀମା ମଧ୍ୟରେ ଥିବା ସମସ୍ତ ଗଛ କଟା ଯାଇଥିବା ଦେଖିବାକୁ ମିଳିଛି। ଜିଲାରେ ଦିନକୁ ଦିନ କାଠମାଫିଆଙ୍କ ଉତ୍ପାତ ବୃଦ୍ଧି ପାଇଥିଲେ ହେଁ ବନ ବିଭାଗର ଅପାରଗତା ଯୋଗୁ ବିପଦରେ ପଡିଛି ଜଙ୍ଗଲ ସମ୍ପଦ। ଠିକ ଭାବରେ ବନ ବିଭାଗ ପକ୍ଷରୁ ରାତ୍ରି ପାଟ୍ରୋଲିଂ କରାଯାଉ ନ ଥିବା ଯୋଗୁ ଏଭଳି ଗଛ କଟା ଚାଲିଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ପୋଡୁ ଚାଷ ପାଇଁ ଜଙ୍ଗଲ କ୍ଷୟ ହେଉଥିବା ବନ ବିଭାଗ କହୁଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଓ ଜଙ୍ଗଲ ବିଭାଗର ଉଦାସୀନ ମନୋଭାବ ଯୋଗୁ ପ୍ରାୟ ଧ୍ବଂସାଭିମୁଖୀ ଏହି ଜଙ୍ଗଲ ସମ୍ପଦ। କେତେବେଳେ ଜଙ୍ଗଲରେ ନିଆଁ ଲାଗୁଛି ତ ଆଉ କେତେବେଳେ ମଣିଷ କାଟି ନେଉଛି ବିଶାଳକାୟ ବୃକ୍ଷ। ଅନ୍ୟପଟେ ବନ୍ୟପ୍ରାଣୀ ଶିକାର ହେଉଥିବା ନେଇ ମଧ୍ୟ ନଜିର ରହିଛି। ପ୍ରଶାସନର ସବୁ ନିଷ୍ପତି ସତ୍ତ୍ୱେ ଆଜି ଅସୁରକ୍ଷିତ ହୋଇପଡ଼ିଛି ଜଙ୍ଗଲ। ପରିବେଶ ସନ୍ତୁଳନ ରକ୍ଷା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ପୁରୁଣା ଜଙ୍ଗଲର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନା ବଞ୍ଚୁଛି ନୂଆ ବୃକ୍ଷ, ନା ସୁରକ୍ଷା ପାଉଛି ପୁରଣା ଜଙ୍ଗଲ। ଏହି ସବୁ ସଙ୍ଗୀନ ଅଭିଯୋଗ ବନବିଭାଗର କାର୍ଯ୍ୟକୁ ନେଇ ସୃଷ୍ଟି କରିଛି ତମାମ ପ୍ରଶ୍ନ । ଏନେଇ ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ରଙ୍କୁ ପଚାରିବାରୁ ଏ ବିଷୟରେ ଗଣମାଧ୍ୟମରୁ ଖବର ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri