ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ

ଲହୁଣୀପଡ଼ା,୩ା୮(ଦାଶରଥି ପଣ୍ଡା): ମୁଣ୍ଡ ଗୁଞ୍ଜିବାକୁ ଭଲ ଘରେ ଖଣ୍ଡେ ନାହିଁ। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୭ ପ୍ରାଣୀ। ସରକାରୀ ଯୋଜନା କହିଲେ କେବଳ ୨୫ କେଜି ଚାଉଳ। ଏମାନଙ୍କ ପାଖରେ ନା ଅଛି ଘର, ନା ବିଜୁଳି, ନା ମିଳିଛି ଅନ୍ୟାନ୍ୟ ସରକାରୀ ସୁବିଧା। ଛିଣ୍ଡା ପଲିଥିନତଳେ ବିତୁଛି ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଲହୁଣୀପଡ଼ା ବ୍ଲକ ଦର୍ଜୀଂ ପଞ୍ଚାୟତ ଠିଆବେର୍ଣା ଗ୍ରାମର ଲାଲ୍‌ ସାହି ବସ୍ତିରେ। ଶୁକ୍ରା ମୁଣ୍ଡା ସ୍ତ୍ରୀ ପାର୍ବତୀ ମୁଣ୍ଡା ଏବଂ ସେମାନଙ୍କ ପୁଅ ଝିଅ ମିଶି ୫ ଜଣ। ସରକାରୀ ଯୋଜନାରେ ଏମାନଙ୍କୁ ଘରେ ଖଣ୍ଡେ ମିଳି ନ ଥିବାରୁ ଝାଟିମାଟି ତଳେ ଜୀବନ ଅତିବାହିତ କରୁଛନ୍ତି। ଘର ଅଛି ହେଲେ କାନ୍ଥ ନାହିଁ, ଉପରେ ପଲଥିନ ପଡ଼ିଛି। ଗୋଟିଏ ବଖରା ଘରେ ରୋଷେଇଠାରୁ ଆରମ୍ଭ କରି ଖାଇବା, ଶୋଇବା ସମସ୍ତ କାର୍ଯ୍ୟ କରିଥାନ୍ତି। ବର୍ଷା ହେଲେ ଏମାନଙ୍କ ଦୁର୍ଦ୍ଦଶା ବଢ଼ିଯାଏ। ସରୀସୃପ ସତେ ଯେମିତି ଏମାନଙ୍କ ସାଥୀ ପାଲଟି ଯାଇଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। କେବଳ ସେତିକି ନୁହେଁ ସେହି ବସ୍ତିରେ ପ୍ରାୟ ୩୦ ପରିବାର ବସବାସ କରିଥାନ୍ତି। ମାତ୍ର ୭ରୁ ୮ ପରିବାର ଘର ପାଇଥିଲେ ମଧ୍ୟ ଅନ୍ୟମାନେ ଆଜି ପର୍ଯ୍ୟନ୍ତ ଘର ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ତେଣୁ ସେମାନଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଘର ଯୋଗାଇଦେବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଲହୁଣୀପଡ଼ା ତହସିଲଦାର ସୌଦାମିନୀ ନାଏକଙ୍କୁ ପଚାରିବାରୁ, ତାଙ୍କ ନିକଟରେ ଏନେଇ କୌଣସି ଖବର ନାହିଁ। ତୁରନ୍ତ ସେ ପରିବାରକୁ ପଲିଥିନ ଯୋଗାଇ ଦିଆଯିବ। ଯଦି ଭୂମିହୀନ ଥାଏ ତେବେ ତଦନ୍ତ କରି ଖୁବଶୀଘ୍ର ତାଙ୍କୁ ୪ ଡେସିମିଲି ଜମି ପ୍ରଦାନର ବ୍ୟବସ୍ଥା କରାଯିବ। ଲହୁଣୀପଡ଼ା ବିଡିିଓ ଅନୁରାଗ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ, ସରକାରୀ ନିୟମ ଅନୁସାରେ ପର୍ଯ୍ୟାୟକ୍ରମେ ସେ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

ନନ୍ଦିପଦା ଥାନାକୁ ନ ଥିଲା ରାସ୍ତା, ଆଜି ଶିଳାନ୍ୟାସ କଲେ ଥାନାଧିକାରୀ

ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri