ସୁଖୁଙ୍କ ପସନ୍ଦ

Dillip Cherian

ହିମାଚଳପ୍ରଦେଶ ମୁଖ୍ୟ ଶାସନ ସଚିବ ରାମ ଦାସ ଧିମନଙ୍କ ଅବସର ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ପଦବୀ ପାଇଁ ପ୍ରବୋଧ ସକ୍‌ସେନାଙ୍କୁ ପସନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ ଧିମନଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସ୍ଥାପିତ କରାଯାଇଛି। ୧୯୯୦ ବ୍ୟାଚ୍‌ ହିମାଚଳପ୍ରଦେଶ କ୍ୟାଡର ଆଇଏଏସ୍‌ ଅଧିକାରୀ ସକ୍‌ସେନା ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ। ସାଧାରଣତଃ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଅନେକ ଦାବିଦାର ରହିଥାନ୍ତି ଯାହା ଉକ୍ତ ପଦବୀ କ୍ଷେତ୍ରରେ ଘଟିଥିଲା। ସୂତ୍ରରୁ ପ୍ରକାଶ ଯେ, ଏହି ପଦବୀରେ ଆସୀନ ହେବା ଲାଗି ପୂର୍ବରୁ ରାମ ଶୁଭ ସିଂ ଓ ତାଙ୍କ ସ୍ତ୍ରୀ ନିଶା ସିଂ, ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସଞ୍ଜୟ ଗୁପ୍ତା ଏବଂ ପ୍ରବୋଧ ସକ୍‌ସେନା ବହୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ବାବୁମାନଙ୍କୁ ପଛରେ ପକାଇ ବିଦାୟୀ ମୁଖ୍ୟ ସଚିବ ଧିମନଙ୍କୁ ସେତେବେଳେ ନିଯୁକ୍ତ କରାଯାଇଥିଲା। ତେବେ ଏମାନଙ୍କ ମଧ୍ୟରେ ଥିବା ଯୋଗ୍ୟ ପ୍ରାର୍ଥୀ ସକ୍‌ସେନାଙ୍କର ଚାକିରି କାଳ ଆଉ ଅନେକ ବର୍ଷ ବାକିଥିଲା ଏବଂ ତାଙ୍କ କ୍ୟାରିୟର ରେକର୍ଡ ମଧ୍ୟ ବହୁତ ଭଲ। ଏହି କାରଣରୁ ସ୍ପଷ୍ଟତଃ ଏବକାର ସ୍ଥିତି ତାଙ୍କ ସପକ୍ଷରେ ଯାଇଛି ଓ ତାଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ହିମାଚଳପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସକୁ ଐତିହାସିକ ବିଜୟ ଆଣିଦେଇଥିବା ମୁଖ୍ୟମନ୍ତ୍ରୀ ସୁଖୁ ତାଙ୍କ ଶାସନ ଚଳାଇବା ପାଇଁ ଜଶେ କୁଶଳୀ ଓ ଅଭିଜ୍ଞ ବ୍ୟକ୍ତି ଚାହିଁବା ସ୍ବାଭାବିକ। ଏହାକୁ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କର ସୁବୁଠୁ ଯୋଗ୍ୟ ତଥା ଗ୍ରହଣୀୟ ପସନ୍ଦ ଥିଲେ ସକ୍‌ସେନା।

ପରାମର୍ଶଦାତା ପୂର୍ବତନ ବାବୁ

ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୂର୍ବତନ ଅର୍ଥ ସଚିବ ହସମୁଖ ଅଧିଆଙ୍କୁ ତାଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ଅଧିଆଙ୍କ ମନୋନୟନକୁ ଯଦି ଦେଖାଯାଏ ତେବେ ସେଥିରେ ଗୁରୁତ୍ୱ ରହିଛି ବୋଲି କୁହାଯାଇପାରେ। କାରଣ ଏବକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଅଧିଆ ତାଙ୍କର ପ୍ରମୁଖ ସଚିବ ଥିଲେ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ କେନ୍ଦ୍ର ରାଜସ୍ବ ସଚିବ ଓ ଏହାପରେ ଅର୍ଥ ସଚିବ ଭାବେ ନିଯୁକ୍ତ କରିଥିଲେ। ଅର୍ଥ ସଚିବ ଥିବା ସମୟରେ ଅଧିଆ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ୨୦୧୮ରେ ଅବସର ପରେ ଅଧିଆ ବ୍ୟାଙ୍କ ଅଫ୍‌ ବରୋଦାର ନନ୍‌-ଏକଜିକ୍ୟୁଟିଭ ଚେୟାରମ୍ୟାନ ଓ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ସମେତ ବିଭିନ୍ନ ପଦପଦବୀରେ ପ୍ରମୁଖ ଭୂମିକାରେ ରହି ଦାୟିତ୍ୱ ନିର୍ବାହ କରିଥିଲେ। ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା କରିବାକୁ ଗୁଜରାଟର ନକ୍ସା ଉପରେ ରିପୋର୍ଟ ପ୍ରସ୍ତୁତ କରୁଥିବା ଏକ ଟାସ୍କ ଫୋର୍ସର ନେତୃତ୍ୱ ମଧ୍ୟ ନେଇଥିଲେ। ପଟେଲଙ୍କୁ ଅର୍ଥ, ଆର୍ଥିକ ବ୍ୟାପାର, ଶିକ୍ଷା, ଶକ୍ତି, ଅକ୍ଷୟଶକ୍ତି ଓ ପରିବେଶ ଭଳି ଅନ୍ୟ ପ୍ରସଙ୍ଗଗୁଡ଼ିକରେ ଅଧିଆ ସହଯୋଗ କରିବେ ବୋଲି ଜଣାପଡ଼ିଛି। ଗୁଜରାଟ ସରକାର ଅଧିଆଙ୍କ ସହିତ ଆଉ ଜଣେ ପୂର୍ବତନ ବାବୁ ଓ ମୋଦିଙ୍କ ସମର୍ଥକ ତଥା ଗୁଜରାଟ ମେଟ୍ରୋ ରେଲ୍‌ କର୍ପୋରେଶନ ଲିମିଟେଡ୍‌ (ଜିଏମ୍‌ଆର୍‌ସି)ର ପରିଚାଳନା ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଠୋରଙ୍କୁ ବି ପଟେଲଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ସଡ଼କ ଓ ନିର୍ମାଣ, ବେସାମରିକ ବିମାନ ଚଳାଚଳ, ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ, ରେଲ୍‌ଓ୍ବେ, ଜଳ ସଂସାଧନ ଏବଂ ନର୍ମଦା ଓ କଳ୍ପସର ପ୍ରୋଜେକ୍ଟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବେ। ଏହା ସ୍ପଷ୍ଟ ଯେ, ମୋଦି ତାଙ୍କ ନିଜ ରାଜ୍ୟ ଅର୍ଥ, ନିବେଶ ଓ ଭିତ୍ତିଭୂମିକୁ ପ୍ରାଥମିକତା ଦେଉ ବୋଲି ଚାହଁୁଛନ୍ତି। କିନ୍ତୁ ଗୁଜରାଟ ସରକାରରେ ଥିବା ନିୟମିତ ବାବୁମାନେ ଅବସରପ୍ରାପ୍ତ ବାବୁମାନଙ୍କ ନିର୍ଦ୍ଦେଶକୁ ଖୁସିରେ ଗ୍ରହଣ କରିବେ କି ନାହିଁ ତାହା ଅସ୍ପଷ୍ଟ ରହିଛି। ସମ୍ଭବତଃ, ‘ମୋଦି’ଙ୍କ ନାମ କୁହୁକ ଶକ୍ତି ରୂପେ କାମ କରିବ।

ଆଶାୟୀଙ୍କ ଆଶା କ୍ଷୀଣ

କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ର ନୂଆ ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ଘଟିଥିବା ଜଣାପଡ଼ିଛି। ଗତ ମାସରେ କିଛି ମିଡିଆ ପ୍ରକାଶ କରିଥିଲେ ଯେ, ଏହି ପଦବୀ ପାଇଁ ଚୟନ ପ୍ର୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ଏହି ଦୌଡରେ ସ୍ମିତା ଜିଙ୍ଗ୍ରାନ, ଯୋଗେନ୍ଦ୍ର ଚୌଧୁରୀ ଏବଂ ଇଞ୍ଜିତି ଶ୍ରୀନିବାସ ଆଗରେ ରହିଛନ୍ତି। ଗତ ବର୍ଷ ଅକ୍ଟୋବରରେ ୫୭ ଜଣ ଆଶାୟୀଙ୍କ ଇଣ୍ଟରଭ୍ୟୁ ହୋଇଥିଲା। ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ଇଣ୍ଟରଭ୍ୟୁ କରାଯିବା ପରେ ତାଲିକାରେ ଏହି ତିନି ଜଣ ବାବୁ ରହିଥିଲେ। ଏବେ ଜଣାପଡ଼ୁଛି,ପୂର୍ବ ଇଣ୍ଟରଭ୍ୟୁକୁ ରଦ୍ଦ କରାଯାଇ ନୂଆ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ସରକାରଙ୍କ ପ୍ରାଥମିକତା ତାଲିକାରେ କ’ଣ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀ ରହିଛନ୍ତି କି? ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବା ନିଷ୍ପତ୍ତିରୁ ଆମେ କ’ଣ ବା ନିଷ୍କର୍ଷ ପାଇପାରିବା? ଗତବର୍ଷ ଅକ୍ଟୋବରରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅଶୋକ କୁମାର ଗୁପ୍ତା ଅବସର ନେବା ପରଠାରୁ ସିସିଆଇ ଅଧ୍ୟକ୍ଷ ପଦ ଖାଲି ରହିଛି ଓ ସଙ୍ଗୀତା ବର୍ମା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂଆ ଚୟନ ପ୍ରକ୍ରିୟା ନିଷ୍ପତ୍ତି ଯୋଗୁ ବହୁ ବରିଷ୍ଠ ବାବୁ, ଅର୍ଥନୀତିଜ୍ଞ, ବିଚାରପତି ଏବଂ ଏପରିକି ସିସିଆଇର ସଦସ୍ୟଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଆଶାୟୀଙ୍କ ଆଶା କ୍ଷୀଣ ହୋଇଯାଇଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ କେତେଦିନ ଧରି ଖାଲି ରହିବ ତାହା କହିବା ମୁସ୍କିଲ। କିନ୍ତୁ ଶେଷରେ ଯାହାଙ୍କ ନାମ ଘୋଷଣା ହେଲେ ବି ନିଃସନ୍ଦେହରେ ତାଙ୍କ ପଛରେ ସରକାରଙ୍କ ସମର୍ଥନ ରହିଛି ବୋଲି କୁହାଯିବ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri