ଜେଲ୍‌ରେ ଥାଇ ଜ୍ୟାକ୍‌ଲିନ୍‌ଙ୍କୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, କହିଲେ ମୋ’ ପାଖରେ ତୁମର…

ମୁମ୍ବାଇ,୧୧ା୭: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କ ସମସ୍ୟା ଥମିବାର ନାଁ ନେଉନି। ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ଇଡି ଡକାଇଥିଲା। ଏହା ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଇଡି ଡାକରା ପରେ ଜେଲ୍‌ରେ ଥିବା ସୁକେଶ ଚନ୍ଦ୍ରଶେଖର ଜ୍ୟାକ୍‌ଲିନ୍‌ଙ୍କୁ ଏକ ଚିଠି ଲେଖିଛନ୍ତି।

ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ଫର୍ନାଣ୍ଡିସଙ୍କ ଜନ୍ମଦିନ ପୂର୍ବରୁ ସୁକେଶଙ୍କ ଚିଠି ଲେଖାଯାଇଛି। ସୁକେଶ ତାଙ୍କ ଚିଠିରେ ଜ୍ୟାକ୍‌ଲିନ୍‌ଙ୍କ ଫିଲ୍ମ ‘କିକ’ର ପ୍ରସିଦ୍ଧ ଗୀତ’ ହ୍ୟାଙ୍ଗଓଭର ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି, ‘ତୁମ ପାଇଁ ମୋର ଏକ ଆଶ୍ଚର୍ଯ୍ୟଜନକ ହ୍ୟାଙ୍ଗଓଭର ଅଛି।’ କହିରଖୁଛୁ, ଜ୍ୟାକ୍‌ଲିନ୍‌ ତାଙ୍କର ୩୯ତମ ଜନ୍ମଦିନ ଆସନ୍ତା ମାସରେ ଅର୍ଥାତ୍‌ ଅଗଷ୍ଟ ୧୧ରେ ପାଳନ କରିବେ। ଜନ୍ମଦିନ ପୂର୍ବରୁ ସୁକେଶ ତାଙ୍କୁ ଏହି ଚିଠି ଲେଖିଛନ୍ତି।

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିସାରିଛନ୍ତି। ସୁକେଶ ଚନ୍ଦ୍ରଶେଖର ଲେଖିଛନ୍ତି, ଜ୍ୟାକ୍‌ଲିନ୍‌ଙ୍କୁ ଠକେଇରୁ ମିଳିଥିବା ଟଙ୍କା ସହିତ କୋଟି କୋଟି ଟଙ୍କାର ଉପହାର ଦେଇଛନ୍ତି, ଯେଉଁଥିରେ ଦାମୀ କାର୍‌, ପୋଷାକ ଏବଂ ଅଳଙ୍କାର ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା।

ଇଡି ଅଭିଯୋଗ କରିଛି ଯେ, ଫୋର୍ଟିସ ହସ୍ପିଟାଲର ପୂର୍ବତନ ସ୍ବାସ୍ଥ୍ୟ ପ୍ରୋତ୍ସାହକ ଶିବିନ୍ଦ୍ର ସିଂଙ୍କ ସ୍ତ୍ରୀ ଅଦିତି ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇରେ ଜ୍ୟାକ୍‌ଲିନ୍‌ ମଧ୍ୟ ଉପକୃତ ହୋଇଥିଲେ।

ସୂଚନାଯୋଗ୍ୟ, ଜ୍ୟାକ୍‌ଲିନ୍‌ ଜାମିନରେ ଥିବା ବେଳେ ସୁକେଶ ଜେଲ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।…

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

ପୁଣି ବଡ଼ ଆନ୍ଦୋଳନ! CJP ପରେ ସଂସଦ ପଦଯାତ୍ରା ଘୋଷଣା କଲା ଏହି ଦଳ, ସରକାରଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ, ୨୭॥୭: ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ୍‌ E20 ବିରୋଧରେ ଚାଲିଥିବା ବିରୋଧ ବର୍ତ୍ତମାନ ଏକ ନୂତନ ରାଜନୈତିକ ଏବଂ ସାମାଜିକ ଅଭିଯାନର ରୂପ ନେଉଥିବାର ଦେଖାଯାଉଛି।…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri