ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ ବିଜେଡିର ମଙ୍ଗ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଶୁକ୍ରବାର ଶଙ୍ଖ ଭବନରେ ବବି ଦାସ-ସୁଜାତା କାର୍ତ୍ତିକେୟନଙ୍କ ବୈଠକ କରିଛନ୍ତି। ବିଜେଡିରେ ଯୋଗଦେବା ପରେ ବବିଙ୍କୁ ଭେଟିଛନ୍ତି ସୁଜାତା। ଗତକାଲି ସୁଜାତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ବବି ଅନୁପସ୍ଥିତ ଥିଲେ। ଏହାକୁ ନେଇ ଅନେଇ ଆଲୋଚନା ମଧ୍ୟ ହୋଇଥିଲା। କିଛି ଲୋକ ବବି ରାଗିକି ମିଶ୍ରଣ ପର୍ବକୁ ଆସି ନ ଥିବା କହିଥିଲେ। କିନ୍ତୁ ଆଜିର ବୈଠକ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।

ସୂଚନାଯୋଗ୍ୟ, ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଅନୁଷ୍ଠିତ ହୋଇଥିଲୋ। ସୁଜାତା ପାଣ୍ଡିଆନ ବିଧିବଦ୍ଧ ଭାବେ ନବୀନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ସୁଜାତା ଶଙ୍ଖ ଭବନକୁ ଯେତେବେଳେ ଆସିଲେ ତାଙ୍କ ପୂର୍ବରୁ ଦ୍ୱିତୀୟ ମହଲାରେ ବିଜେଡିର କେତେଜଣ ବିଧାୟକ, ଏମ୍‌ପି, ପୂର୍ବତନ ବିଧାୟକ ଓ ଏମ୍‌ପି ଆସି ଅପେକ୍ଷାକରି ରହିଥିଲେ। ସୁଜାତା ଯେତେବେଳେ ଅଡିଟୋରିୟମ ଭିତରକୁ ପ୍ରବେଶକଲେ ତାଙ୍କ ସହ ସେହି ନେତ୍ରୀନେତାମାନେ ଭିତରକୁ ମଧ୍ୟ ପ୍ରବେଶକଲେ। କେତେଜଣ ନେତା ନବୀନ ନିବାସରୁ ଡକରା ନ ପାଇ ମଧ୍ୟ ସେଠାରେ ଆସି ପହଞ୍ଚିଥିଲେ। ସେହି ଡକରା ପାଇ ନ ଥିବା ନେତାମାନେ କେତେଜଣ ସହଯୋଗୀଙ୍କ ସାଙ୍ଗରେ ଅଡିଟୋରିୟମ ଭିତରକୁ ପଶିଗଲେ। ଏହାପରେ ନବୀନ ଆସି ପହଞ୍ଚିଲେ ଏବଂ ଅଡିଟୋରିୟମ ଭିତରକୁ ଗଲେ। ଏହାପରେ ସବୁଆଡୁ ଅଡିଟୋରିୟମର ଦୁଆର ବନ୍ଦ କରିଦିଆଗଲା। ଅନେକ ବିଜେଡି କର୍ମୀ ବାହାରେ ବୁଲୁଥାଆନ୍ତି। ଭିତରେ ମିଶ୍ରଣ ପର୍ବ ଆରମ୍ଭହେବା ପୂର୍ବରୁ ମାଇକ୍‌ ଯୋଗେ କୁହାଗଲା, ଯେଉଁମାନଙ୍କୁ ଟେଲିଫୋନ୍‌ ଯାଇନାହିଁ, ସେମାନେ ଦୟାକରି ବାହାରକୁ ଚାଲିଯାଆନ୍ତୁ। ଏହି ଘୋଷଣା ସତ୍ତ୍ୱେ ଯେଉଁମାନେ ଡକରା ପାଇ ବସିଛନ୍ତି, ସେମାନଙ୍କ ଆଗରେ ଉଠି ଆସିଲେ ବେଶି ଖରାପ ଲାଗିବ ଭାବି କେତେଜଣ ନିଜ ସ୍ଥାନରୁ ଉଠିଲେ ନାହିଁ। ମାତ୍ର ବାହାରକୁ ଆସିବା ପରେ ସେମାନେ ଏହି କଥା କହି ବହୁ ଅନୁତାପ କଲେ ବୋଲି ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ବିଧାୟକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ ଆହୁରି କହିଲେ, ଦଳର ଗୋଟିଏ ମିଶ୍ରଣ ପର୍ବ ଯଦି ଦୁଆର ବନ୍ଦକରି କରାଯିବ ଏବଂ କେଉଁମାନେ ଆସିବେ ଏବଂ କାହାକୁ ଡକାଯିବନାହିଁ, ଏଭଳି ଚିନ୍ତାଧାରା ରଖି କାର୍ଯ୍ୟକ୍ରମ ଚାଲିବ ତେବେ ଏମାନେ ଆଗକୁ କାହାକୁ ନେଇ କାମ କରିବେ ବୁଝାପଡୁନାହିଁ ବୋଲି ସେ କହିଛନ୍ତି। ଉପକୂଳ, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଓଡ଼ିଶାର ଅନେକ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ମଧ୍ୟ ଏହି ପର୍ବରେ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବାପରେ ଠୁଳ ହୋଇଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ବିଜେଡିରେ ଯୋଗଦେଲେ। ଏଥିସହ ୨୦୨୯ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ ବୋଲି ସେ କହିଥିଲେ। ଗଣମାଧ୍ୟମ ପଚାରିବା ଆଗରୁ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ନେତୃତ୍ୱ ନିଜେ ନେବେ ବୋଲି ଆଗୁଆ ନବୀନ କହିବାକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?