ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ ବିଜେଡିର ମଙ୍ଗ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଶୁକ୍ରବାର ଶଙ୍ଖ ଭବନରେ ବବି ଦାସ-ସୁଜାତା କାର୍ତ୍ତିକେୟନଙ୍କ ବୈଠକ କରିଛନ୍ତି। ବିଜେଡିରେ ଯୋଗଦେବା ପରେ ବବିଙ୍କୁ ଭେଟିଛନ୍ତି ସୁଜାତା। ଗତକାଲି ସୁଜାତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ବବି ଅନୁପସ୍ଥିତ ଥିଲେ। ଏହାକୁ ନେଇ ଅନେଇ ଆଲୋଚନା ମଧ୍ୟ ହୋଇଥିଲା। କିଛି ଲୋକ ବବି ରାଗିକି ମିଶ୍ରଣ ପର୍ବକୁ ଆସି ନ ଥିବା କହିଥିଲେ। କିନ୍ତୁ ଆଜିର ବୈଠକ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।

ସୂଚନାଯୋଗ୍ୟ, ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଅନୁଷ୍ଠିତ ହୋଇଥିଲୋ। ସୁଜାତା ପାଣ୍ଡିଆନ ବିଧିବଦ୍ଧ ଭାବେ ନବୀନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ସୁଜାତା ଶଙ୍ଖ ଭବନକୁ ଯେତେବେଳେ ଆସିଲେ ତାଙ୍କ ପୂର୍ବରୁ ଦ୍ୱିତୀୟ ମହଲାରେ ବିଜେଡିର କେତେଜଣ ବିଧାୟକ, ଏମ୍‌ପି, ପୂର୍ବତନ ବିଧାୟକ ଓ ଏମ୍‌ପି ଆସି ଅପେକ୍ଷାକରି ରହିଥିଲେ। ସୁଜାତା ଯେତେବେଳେ ଅଡିଟୋରିୟମ ଭିତରକୁ ପ୍ରବେଶକଲେ ତାଙ୍କ ସହ ସେହି ନେତ୍ରୀନେତାମାନେ ଭିତରକୁ ମଧ୍ୟ ପ୍ରବେଶକଲେ। କେତେଜଣ ନେତା ନବୀନ ନିବାସରୁ ଡକରା ନ ପାଇ ମଧ୍ୟ ସେଠାରେ ଆସି ପହଞ୍ଚିଥିଲେ। ସେହି ଡକରା ପାଇ ନ ଥିବା ନେତାମାନେ କେତେଜଣ ସହଯୋଗୀଙ୍କ ସାଙ୍ଗରେ ଅଡିଟୋରିୟମ ଭିତରକୁ ପଶିଗଲେ। ଏହାପରେ ନବୀନ ଆସି ପହଞ୍ଚିଲେ ଏବଂ ଅଡିଟୋରିୟମ ଭିତରକୁ ଗଲେ। ଏହାପରେ ସବୁଆଡୁ ଅଡିଟୋରିୟମର ଦୁଆର ବନ୍ଦ କରିଦିଆଗଲା। ଅନେକ ବିଜେଡି କର୍ମୀ ବାହାରେ ବୁଲୁଥାଆନ୍ତି। ଭିତରେ ମିଶ୍ରଣ ପର୍ବ ଆରମ୍ଭହେବା ପୂର୍ବରୁ ମାଇକ୍‌ ଯୋଗେ କୁହାଗଲା, ଯେଉଁମାନଙ୍କୁ ଟେଲିଫୋନ୍‌ ଯାଇନାହିଁ, ସେମାନେ ଦୟାକରି ବାହାରକୁ ଚାଲିଯାଆନ୍ତୁ। ଏହି ଘୋଷଣା ସତ୍ତ୍ୱେ ଯେଉଁମାନେ ଡକରା ପାଇ ବସିଛନ୍ତି, ସେମାନଙ୍କ ଆଗରେ ଉଠି ଆସିଲେ ବେଶି ଖରାପ ଲାଗିବ ଭାବି କେତେଜଣ ନିଜ ସ୍ଥାନରୁ ଉଠିଲେ ନାହିଁ। ମାତ୍ର ବାହାରକୁ ଆସିବା ପରେ ସେମାନେ ଏହି କଥା କହି ବହୁ ଅନୁତାପ କଲେ ବୋଲି ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ବିଧାୟକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ ଆହୁରି କହିଲେ, ଦଳର ଗୋଟିଏ ମିଶ୍ରଣ ପର୍ବ ଯଦି ଦୁଆର ବନ୍ଦକରି କରାଯିବ ଏବଂ କେଉଁମାନେ ଆସିବେ ଏବଂ କାହାକୁ ଡକାଯିବନାହିଁ, ଏଭଳି ଚିନ୍ତାଧାରା ରଖି କାର୍ଯ୍ୟକ୍ରମ ଚାଲିବ ତେବେ ଏମାନେ ଆଗକୁ କାହାକୁ ନେଇ କାମ କରିବେ ବୁଝାପଡୁନାହିଁ ବୋଲି ସେ କହିଛନ୍ତି। ଉପକୂଳ, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଓଡ଼ିଶାର ଅନେକ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ମଧ୍ୟ ଏହି ପର୍ବରେ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବାପରେ ଠୁଳ ହୋଇଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ବିଜେଡିରେ ଯୋଗଦେଲେ। ଏଥିସହ ୨୦୨୯ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ ବୋଲି ସେ କହିଥିଲେ। ଗଣମାଧ୍ୟମ ପଚାରିବା ଆଗରୁ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ନେତୃତ୍ୱ ନିଜେ ନେବେ ବୋଲି ଆଗୁଆ ନବୀନ କହିବାକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?