ପ୍ରେମ ପାଇଁ ହାରିଲେ ଜୀବନ

ଖଡ଼ିଆଳ,୧୭।୩(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ କୋଟାମାଲ ଗାଁର କମଳ ମାଝି। ପ୍ରେମ ସମ୍ପର୍କକୁ ନେଇ କମଳ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଖବର ପାଇଁ ଖଡ଼ିଆଳ ପୋଳିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୨/୨୦୨୨) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ମିଲିଥିବା ସୂଚନା ମୁତାବକ, କମଳଙ୍କ ସହ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୧୫ ତାରିଖରେ କମଳ ଯୁବତୀଙ୍କୁ ଧରି ଫେରାର୍‌ ହୋଇଯାଇଥିଲେ। ଏନେଇ ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଖଡ଼ିଆଳ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଖଡ଼ିଆଳ ପୋଲିସ ତଦନ୍ତ ପରେ ସିନାପାଲି ପୋଲିସ ସହାୟତାରେ ୧୬ ତାରିଖରେ ଫେରାର କମଳ ଏବଂ ଯୁବତୀଙ୍କୁ ଉଦ୍ଦାର କରିଥିଲା। ପରେ ସେମାନେ ପୋଲିସ ଆଗରେ ଦୁହେଁ ଅଲଗା ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଗୁରୁବାର କମଳ ନିଜ ଚାଷ ଜମିରେ ଥିବା ଏକ ତେନ୍ତୁଳୀ ଗଛରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷରେ କାର୍ଯ୍ୟକ୍ଷମ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ ଅଫିସ, ୩୦ା୧୦: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଜମିକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜିବାରୁ କାମ ବିଳମ୍ବ...

ପୂର୍ଣ୍ଣଚନ୍ଦ୍ରଙ୍କ ‘ନିଶ’ ରଖିବା ସଉକ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)ସମସ୍ତଙ୍କ କିଛି ନା କିଛି ସଉକ ଥାଏ ା ଏଭଳି ନିଶ ରଖିବା ମଧ୍ୟ ଅନେକଙ୍କ ସଉକ ଥିଲେ ହେଁ ଏକ ଭିନ୍ନ...

ରାଇସୁଆଁରେ ହାତୀ ଉପଦ୍ରବ

କେନ୍ଦୁଝର/ରାଇସୁଆଁ,୨୨ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ କାଲା ମହାଦେବ ମନ୍ଦିର ପରିସରରେ ରବିବାର ବିଳମ୍ବିତ ରାତିରେ ୨ଟି ହାତୀ ପଶି ଅନେକ ଗଛ ନଷ୍ଟ କରିବା...

ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା: ବାହାରିବନି ଶୋଭାଯାତ୍ରା, ଖର୍ଚ୍ଚକାଟ କରିଛି ମନ୍ଦିର ପ୍ରଶାସନ

ପୁରୀ ଅଫିସ,୧୯।୪: କରୋନା ପାଇଁ ଅଟକିବନି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା। କିନ୍ତୁ କଟକଣା ରହିବ। ଗହଳିକୁ ବାରଣ କରାଯିବ। କୌଣସି ଭକ୍ତ ଏଥିରେ ସାମିଲ...

ଗଞ୍ଜାମରେ ସ୍କୁଲ ବନ୍ଦ

ବ୍ରହ୍ମପୁର ଅଫିସ/ଛତ୍ରପୁର(ଡି.ଏନ.ଏ.)୨୪।୧୦: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଥିବା ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ...

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର...

କୋର୍ଟରୁ ଫାଇଲ୍‌ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ (ମୁନସିଫ୍‌) କୋର୍ଟର ନିର୍ବାଚନ ମିସ୍‌ କେସ୍‌ (ନଂ. ୧୬/୧୭)ର ଫାଇଲ୍‌ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା।...

୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା।...

Advertisement
Archives

Model This Week