ଆତ୍ମହତ୍ୟା: କଟକ ଆଗରେ, ସମ୍ବଲପୁର ଦ୍ୱିତୀୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଓଡ଼ିଶା ଭଳି ଅପେକ୍ଷାକୃତ ଶାନ୍ତିପ୍ରିୟ ରାଜ୍ୟରେ ବର୍ଷକୁ ବର୍ଷ ଆପରାଧିକ ମାମଲା, ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ଏଥିରେ ବିଶେଷତଃ ବେକାର ଯୁବତୀଯୁବକ, ଛାତ୍ରୀଛାତ୍ର ଓ ଚାଷୀମାନେ ସାମିଲ ହେଉଛନ୍ତି। ବିଧାୟକ ମୋହନ ଚରଣ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟରେ ୫ ବର୍ଷରେ ୧୭୬୫ ଆତ୍ମହତ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ୨୦୧୬ରେ ଆତ୍ମହତ୍ୟା ସଂଖ୍ୟା ୩୮୮୪ ରହିଥିବାବେଳେ ୨୦୨୧ରେ ତାହା ବୃଦ୍ଧି ପାଇ ୫୬୪୯ରେ ପହଞ୍ଚିଛି।
ଅନ୍ୟପକ୍ଷେ ଏହି ୫ ବର୍ଷରେ ଅର୍ଥାତ୍‌ ୨୦୧୬ରୁ ୨୦୨୧ ମଧ୍ୟରେ ସମୁଦାୟ ୨୮,୨୯୪ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ୫ ବର୍ଷରେ କଟକ ଜିଲାରେ ସର୍ବାଧିକ ୩୩୨୫ ଆତ୍ମହତ୍ୟା ମାମଲା ରହିଥିବାବେଳେ ଦ୍ୱିତୀୟରେ ସମ୍ବଲପୁର ଜିଲାରେ ୨୮୦୨ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ କେଉଁ ବର୍ଗରୁ କେତେ ବ୍ୟକ୍ତି କେଉଁ ଧରଣର ଅପରାଧର ଶିକାର ହୋଇଛନ୍ତି ସେସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ମିଶ୍ର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ଚାଷୀ ଓ ଚାଷ ସଙ୍କଟରେ ବୋଲି ଅନେକେ କ୍ଷୋଭ ପ୍ରକାଶ କରିଆସୁଛନ୍ତି। ଗତ କିଛିବର୍ଷ ହେଲା ଚାଷ ସରକାରୀସ୍ତରରେ ପ୍ରାଥମିକତା ହରାଇ ବସିଥିବା ବେଳେ ବିଶ୍ୱତାପନ ଜନିତ ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ଚାଷୀ ଭୋଗି ଆସୁଛନ୍ତି। ମରୁଡ଼ି, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମେତ ରୋଗ ପୋକ ଦାଉରେ ରାଜ୍ୟର ଚାଷୀମାନେ ଫସଲ ହରାଇ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରଙ୍କ ଯୋଜନାବଦ୍ଧ ପଦକ୍ଷେପ ସତ୍ତ୍ବେ ବ୍ୟାଙ୍କ ଓ ସମବାୟ ସମିତି ଚାଷୀଙ୍କୁ ଆବଶ୍ୟକ ଋଣ ଦେବାରେ ବିଫଳ ହେଉଛନ୍ତି। ଫଳରେ କୃଷକମାନେ ଚଢ଼ା ସୁଧରେ ମହାଜନ, ଏସ୍‌ଏଚ୍‌ଜି ଓ ମାଇକ୍ରୋ ଫାଇନାନ୍ସ ଋଣ ଆଣୁଛନ୍ତି। ଏଭଳି ସ୍ଥଳେ ଫସଲହାନିକୁ ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି, ଯାହାର ଉଦାହରଣ ବିଗତ ଦିନରେ ଅନେକ ଦେଖିବାକୁ ମିଳିଛି।
ସେହିପରି ଅଧିକରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧିର ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ବାକ୍ଷର କରାଯାଉଛି। ହେଲେ ଶିଳ୍ପ ଅନୁପାତରେ ସ୍ଥାନୀୟ ନିଯୁକ୍ତି ମିଳୁ ନାହିଁ। ରାଜ୍ୟ ବାହାରର ଠିକାସଂସ୍ଥା ଜରିଆରେ ଶିଳ୍ପ କାରଖାନାରେ ଅଣଓଡିଆ ନିଯୁକ୍ତି ଅଧିକ ହେଉଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ବେକାର ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସରକାରୀ କିମ୍ବା ବେସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ହାତଗଣତି ରହୁଛି। ଫଳରେ ନିଯୁକ୍ତିରୁ ବଞ୍ଚତ୍ତ ଡିଗ୍ରୀଧାରୀ ବେକାର ଯୁବତୀଯୁବକଙ୍କ ମଧ୍ୟରୁ କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପନ୍ଥା ଆପଣାଉଥିବା ନଜିର ରହୁଛି। ଏଭଳି ଅନେକ କାରଣରୁ ରାଜ୍ୟରେ ୨୦୧୬ରେ ୩୮୮୪, ୨୦୧୭ରେ ୪୧୫୧, ୨୦୧୮ରେ ୪୪୪୭, ୨୦୧୯ରେ ୪୬୩୬, ୨୦୨୦ରେ ୫୪୮୨ ଓ ୨୦୨୧ରେ ୫୬୪୯ ଜଣ ଆତ୍ମହତ୍ୟା କରିଥିବା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?