ଆତ୍ମହତ୍ୟା: କଟକ ଆଗରେ, ସମ୍ବଲପୁର ଦ୍ୱିତୀୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଓଡ଼ିଶା ଭଳି ଅପେକ୍ଷାକୃତ ଶାନ୍ତିପ୍ରିୟ ରାଜ୍ୟରେ ବର୍ଷକୁ ବର୍ଷ ଆପରାଧିକ ମାମଲା, ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ଏଥିରେ ବିଶେଷତଃ ବେକାର ଯୁବତୀଯୁବକ, ଛାତ୍ରୀଛାତ୍ର ଓ ଚାଷୀମାନେ ସାମିଲ ହେଉଛନ୍ତି। ବିଧାୟକ ମୋହନ ଚରଣ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟରେ ୫ ବର୍ଷରେ ୧୭୬୫ ଆତ୍ମହତ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ୨୦୧୬ରେ ଆତ୍ମହତ୍ୟା ସଂଖ୍ୟା ୩୮୮୪ ରହିଥିବାବେଳେ ୨୦୨୧ରେ ତାହା ବୃଦ୍ଧି ପାଇ ୫୬୪୯ରେ ପହଞ୍ଚିଛି।
ଅନ୍ୟପକ୍ଷେ ଏହି ୫ ବର୍ଷରେ ଅର୍ଥାତ୍‌ ୨୦୧୬ରୁ ୨୦୨୧ ମଧ୍ୟରେ ସମୁଦାୟ ୨୮,୨୯୪ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ୫ ବର୍ଷରେ କଟକ ଜିଲାରେ ସର୍ବାଧିକ ୩୩୨୫ ଆତ୍ମହତ୍ୟା ମାମଲା ରହିଥିବାବେଳେ ଦ୍ୱିତୀୟରେ ସମ୍ବଲପୁର ଜିଲାରେ ୨୮୦୨ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ କେଉଁ ବର୍ଗରୁ କେତେ ବ୍ୟକ୍ତି କେଉଁ ଧରଣର ଅପରାଧର ଶିକାର ହୋଇଛନ୍ତି ସେସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ମିଶ୍ର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ଚାଷୀ ଓ ଚାଷ ସଙ୍କଟରେ ବୋଲି ଅନେକେ କ୍ଷୋଭ ପ୍ରକାଶ କରିଆସୁଛନ୍ତି। ଗତ କିଛିବର୍ଷ ହେଲା ଚାଷ ସରକାରୀସ୍ତରରେ ପ୍ରାଥମିକତା ହରାଇ ବସିଥିବା ବେଳେ ବିଶ୍ୱତାପନ ଜନିତ ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ଚାଷୀ ଭୋଗି ଆସୁଛନ୍ତି। ମରୁଡ଼ି, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମେତ ରୋଗ ପୋକ ଦାଉରେ ରାଜ୍ୟର ଚାଷୀମାନେ ଫସଲ ହରାଇ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରଙ୍କ ଯୋଜନାବଦ୍ଧ ପଦକ୍ଷେପ ସତ୍ତ୍ବେ ବ୍ୟାଙ୍କ ଓ ସମବାୟ ସମିତି ଚାଷୀଙ୍କୁ ଆବଶ୍ୟକ ଋଣ ଦେବାରେ ବିଫଳ ହେଉଛନ୍ତି। ଫଳରେ କୃଷକମାନେ ଚଢ଼ା ସୁଧରେ ମହାଜନ, ଏସ୍‌ଏଚ୍‌ଜି ଓ ମାଇକ୍ରୋ ଫାଇନାନ୍ସ ଋଣ ଆଣୁଛନ୍ତି। ଏଭଳି ସ୍ଥଳେ ଫସଲହାନିକୁ ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି, ଯାହାର ଉଦାହରଣ ବିଗତ ଦିନରେ ଅନେକ ଦେଖିବାକୁ ମିଳିଛି।
ସେହିପରି ଅଧିକରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧିର ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ବାକ୍ଷର କରାଯାଉଛି। ହେଲେ ଶିଳ୍ପ ଅନୁପାତରେ ସ୍ଥାନୀୟ ନିଯୁକ୍ତି ମିଳୁ ନାହିଁ। ରାଜ୍ୟ ବାହାରର ଠିକାସଂସ୍ଥା ଜରିଆରେ ଶିଳ୍ପ କାରଖାନାରେ ଅଣଓଡିଆ ନିଯୁକ୍ତି ଅଧିକ ହେଉଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ବେକାର ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସରକାରୀ କିମ୍ବା ବେସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ହାତଗଣତି ରହୁଛି। ଫଳରେ ନିଯୁକ୍ତିରୁ ବଞ୍ଚତ୍ତ ଡିଗ୍ରୀଧାରୀ ବେକାର ଯୁବତୀଯୁବକଙ୍କ ମଧ୍ୟରୁ କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପନ୍ଥା ଆପଣାଉଥିବା ନଜିର ରହୁଛି। ଏଭଳି ଅନେକ କାରଣରୁ ରାଜ୍ୟରେ ୨୦୧୬ରେ ୩୮୮୪, ୨୦୧୭ରେ ୪୧୫୧, ୨୦୧୮ରେ ୪୪୪୭, ୨୦୧୯ରେ ୪୬୩୬, ୨୦୨୦ରେ ୫୪୮୨ ଓ ୨୦୨୧ରେ ୫୬୪୯ ଜଣ ଆତ୍ମହତ୍ୟା କରିଥିବା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri