କର୍ମରେ ଆତ୍ମତୃପ୍ତି ହିଁ ସଫଳତା

ପେସା ସରକାରୀ ଚାକିରି ହେଲେ ନିଶା ଥିଲା ଓଡ଼ିଶାର କଳା ସଂସ୍କୃତିକୁ ନେଇ ଉନ୍ନତ ମାନର ହସ୍ତତନ୍ତ ପୋଷାକ ପ୍ରସ୍ତୁତି ସହ ଏହାର ପ୍ରଚାର ପ୍ରସାର କରାଇବା। ସୋନପୁରର ବୟନ ବିହାରରୁ ରାଜଧାନୀର ମେହେର୍ସ ବସ୍ତ୍ରାଳୟ। କିପରି ଥିଲା ଏହି ଦୀର୍ଘ ଯାତ୍ରା ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ବଖାଣିଛନ୍ତି ଓଡ଼ିଶାକୁ ନିଜ ବାନ୍ଧକଳା ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରାଇଥିବା ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର।

ବୃତ୍ତି ଓ ବ୍ରତକୁ କିଭଳି ଭାବେ ପାଳନ କରିଥିଲେ?
ପରିବାରଠୁ ପରିଜନ ସମସ୍ତେ ଲୋକକଳା ସହ ଜଡ଼ିତ ଥିଲେ। ସେତେବେଳେ ହସ୍ତତନ୍ତ ବସ୍ତ୍ରର ଚାହିଦା ନ ଥିଲେ ମଧ୍ୟ ମନରେ ଅନେକ ଆଗ୍ରହ ଥିଲା। ସେହି ଆଗ୍ରହରୁ ଜନ୍ମ ନେଇଥିଲା ଉଦ୍ଦୀପନା। କୌଣସି କାମ ଛୋଟ ନୁହେଁ କିମ୍ବା କେଉଁ ଶିକ୍ଷାର ମୂଲ୍ୟ ମଧ୍ୟ ବେକାର ଯାଏନାହିଁ। ପରିବାରଠାରୁ ମିଳିଥିବା ଶିକ୍ଷାକୁ ବ୍ରତ ଭାବେ ଗ୍ରହଣ କରି ଆଗେଇଚାଲିଥିଲି। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବୃତ୍ତି (ଚାକିରି) ମିଳିଗଲା। ଉଭୟ ବୃତ୍ତି ଓ ବ୍ରତକୁ ସମ ପରିମାଣରେ ସମୟ ଦେବା କଷ୍ଟଦାୟକ ଥିଲେ ମଧ୍ୟ ପ୍ରୟାସ ଜାରି ରହିଥିଲା। ଏପରି କି ଶେଷ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରୟାସ ଜାରି ରହିଛି।
ସଫଳତା ଓ ସମ୍ମାନକୁ କିଭଳି ଦେଖିଥାନ୍ତି?
ସଫଳତା ପାଇବାକୁ ହେଲେ ସ୍ବପ୍ନ ଦେଖ। ହେଲେ ପରିଶ୍ରମ ଓ କର୍ମକୁ ମଧ୍ୟ ସେହି ଅନୁଯାୟୀ ଧ୍ୟାନଦେବାକୁ ଚେଷ୍ଟା କର। ନିଜ କର୍ମରେ ଆତ୍ମତୃପ୍ତି ନ ମିଳିଲେ ସଫଳତା ମଧ୍ୟ ବିଫଳତା ପାଲଟିଯାଏ। ଦୀର୍ଘ ବର୍ଷର ଶିକ୍ଷା ଓ ଅଭିଜ୍ଞତା ପରେ ସମ୍ମାନ ମିଳିଥିଲା। କର୍ମରେ ମନୋନିବେଶ କଲେ ସ୍ବୀକୃତି ମିଳିଥାଏ। ଥରେ ପରିଚୟ ସୃଷ୍ଟି ହୋଇଗଲେ କର୍ମ ଅନୁସାରେ ସମ୍ମାନ ଓ ସଫଳତା ମିଳିଥାଏ। ଜୀବନର ଶେଷ ପାହାଚରେ ଥିଲେ ମଧ୍ୟ କର୍ମମୟ ଜୀବନ ମଧ୍ୟରେ ପଲ୍ଲୀଠାରୁ ନେଇ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ତା’ ସହିତ ସମାଜର ଅନେକ ସାମାଜିକ ଅନୁଷ୍ଠାନ ଏପରି କି ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଅନେକ ସଫଳତା ଓ ସମ୍ମାନରେ ସମ୍ମାନିତ ହୋଇଛି। ଉଭୟ ସଫଳତା ଓ ସମ୍ମାନକୁ ସମ ଦୃଷ୍ଟିରେ ଦେଖିଥାଏ। ହେଲେ କେବେ ସମ୍ମାନ ପଛରେ ଗୋଡ଼ାଇ ନାହିଁ। ସଫଳତା ପାଇଁ ସବୁ ସ୍ତରରେ କଠିନ ପରିଶ୍ରମର ଫଳ ମିଳିଛି।
ବୟନ ବିହାରରୁ ମେହେର୍ସ ଭଳି ବସ୍ତ୍ରାଳୟର ଯାତ୍ରା କିଭଳି ରହିଛି?
ବାପାଙ୍କ ଇଚ୍ଛା ଥିଲା ଶିକ୍ଷା କେନ୍ଦ୍ରଟିଏ କରି ସ୍ଥାନୀୟ ପିଲା ଓ ଆଗ୍ରହୀ କାରିଗରଙ୍କୁ ହସ୍ତତନ୍ତର ଅ ଠୁ ଲ ଶିଖାଇବା। ବାପାଙ୍କଠାରୁ ମିଳିଥିବା ଶିକ୍ଷାକୁ ନେଇ ତାଙ୍କ ଆଶା ପୂରଣ କରିବା ପାଇଁ ସୋନପୁରରେ ବୟନ ବିହାର ନାମରେ ଏକ ହସ୍ତତନ୍ତ ପ୍ରୟୋଗଶାଳା ସହ ବାଣିଜି୍ୟକ କେନ୍ଦ୍ରସ୍ଥଳୀର ଆରମ୍ଭ କରାଯାଇଥିଲା। ବୟନ ବିହାର ଯାତ୍ରା ଓ ପରିକଳ୍ପନା ଧୀରେ ଧୀରେ ଅଗ୍ରସର ହେବା ସହ ଆଉ କିଛି ନୂଆ କରିବାର ଆଶା ନେଇ ୨୦୦୧ରେ ଭୁବନେଶ୍ୱରରେ ମେହେର୍ସ ନାମରେ ସ୍ବତନ୍ତ୍ର ହସ୍ତତନ୍ତ ବସ୍ତ୍ରାଳୟର ଶୁଭାରମ୍ଭ କରାଯାଇଥିଲା। ବୟନ ବିହାରର କଳା, କାରିଗର ଓ ଶିକ୍ଷାରୁ ଉତ୍ପାଦିତ ସାମଗ୍ରୀଗୁଡ଼ିକର କାରବାର ମେହେର୍ସ ଜରିଆରେ କରାଗଲା। ସେହିଭଳି ସୁବର୍ଣ୍ଣପୁର ସମେତ ଅନ୍ୟ ଜିଲାର ଲୋକକଳା ହସ୍ତତନ୍ତ ପୋଷାକ ସାମଗ୍ରୀର ମଧ୍ୟ ସମ୍ଭାର ଓ ଉପଲବ୍ଧ କରାଇବା ଦିଗରେ ପ୍ରୟାସ ରହିଲା।
ପରିବାର ଓ ପ୍ରତିଷ୍ଠାନକୁ କିଭଳି ପରିଚାଳନା କରୁଥିଲେ ?
ପରିବାର କହିଲେ ମୁଁ ସବୁ ଓ ସମସ୍ତଙ୍କୁ ଭାବୁଥିଲି। ହେଲେ ପରିବାରକୁ ପରିବାର ସ୍ଥାନରେ ଓ ପ୍ରତିଷ୍ଠାନକୁ ତା’ ସ୍ଥାନରେ ରଖି କାର୍ଯ୍ୟ କରୁଥିଲି। ଉଭୟ ମଧ୍ୟରେ ସମାନତା ଓ ସମଭାବନା ରଖିଆସିଥିଲି। ମୋତେ ଆବଶ୍ୟକ ସହଯୋଗ ମିଳିଥିବାରୁ ପରିବାର ଓ ପ୍ରତିଷ୍ଠାନକୁ ଅତି ସହଜରେ ଦୀର୍ଘ ବର୍ଷ ଧରି ଚଲାଇଆସିଛି। ବୟସାଧିକ କାରଣରୁ ମୋ ପୁଅ ଓ ଅନ୍ୟମାନେ ଦେଖାଦେଖି କରୁଛନ୍ତି। ତଥାପି ମୁଁ ସବୁ କଥା ପଚାରି ବୁଝିଛୁ। ନୀତି ନିୟମ ଓ ଧର୍ମରେ ରହି କାର୍ଯ୍ୟ ସମ୍ପାଦନ କରୁଥିବି।
ପଦ୍ମଶ୍ରୀ ପାଇବାର ଖୁସି କିଭଳି ରହିଥିଲା?
ସମ୍ମାନ ସବୁବେଳେ ଖୁସି ଦେଇଥାଏ ହେଲେ ଯେଉଁ ସମ୍ମାନ ତମ କର୍ମକୁ ପରିଚୟ ଦେଇଥାଏ ସେ ସମ୍ମାନ ଟିକେ ଅଲଗା ଧରଣର ଖୁସି ଦେଇଥାଏ। ସବୁଠାରୁ ବଡ କଥା ହେଉଛି ଭାରତ ରତ୍ନ ଭାବେ ପରିଚିତ ଡଃ ଅବଦୁଲ କଲାମ ସେ ସମୟରେ ରାଷ୍ଟ୍ରପତି ଥାନ୍ତି। ୨୦୦୫ରେ କେନ୍ଦ୍ର ସରକାର କଳା ପାଇଁ ମୋତେ ପଦ୍ମଶ୍ରୀ ଦେବେ ବୋଲି ନିଷ୍ପତ୍ତି ନେଇ ଏକ ଚିଠି ମୋ ଠିକଣାରେ ପଠାଇଥିଲେ। ପଦ୍ମଶ୍ରୀ ପୁରସ୍କାର ମିଳିବା ଖବର ଯେତିକି ଖୁସି ଦେଇଥିଲା ତା’ ଠାରୁ ବେଶି ଖୁସି ମୋ କର୍ମକୁ ଏବଂ ଅବଦୂଲ କଲାମଙ୍କ ଭଳି ମହାପୁରୁଷଙ୍କ ଠାରୁ ଉକ୍ତ ସମ୍ମାନ ମିଳିବା।
କାରିଗର ଓ ଯୁବପିଢ଼ିଙ୍କୁ ହସ୍ତତନ୍ତ ସମ୍ପର୍କରେ କ’ଣ କହିବେ ?
ଆମ ସମୟରେ ପିଢ଼ି ପରେ ପିଢ଼ି କଳା ଓ କୌଳିକ ବୃତ୍ତିକୁ ଧରି ରହୁଥିଲେ। ହେଲେ ବର୍ତ୍ତମାନ ଯୁଗ ପରିବର୍ତ୍ତନ ହେବା ସହ ସମୟ ସହ ତାଳ ଦେଇ ପିଲା ଆଗକୁ ବଢ଼ୁଛନ୍ତି। ତଥାପି କେତେଜଣ ପିଲା କୌଳିକ ବୃତ୍ତିକୁ ବଞ୍ଚାଇରଖିବାକୁ ଉଦ୍ୟମ କରୁଛନ୍ତି। ଯୁବପିଢ଼ି ନିଜ ପରିବାର ଓ ପରିବେଶର ପରିଚୟକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବା ଆବଶ୍ୟକ। କଳାକୁ ଭଲ ପାଉଥିବା ପିଲା ଓ କାରିଗରଙ୍କୁ ଆହୁରି ଅନେକ କିଛି କରିବାକୁ ହେବ। ଫଳରେ ଉଭୟ କଳା ଓ କୌଳିକ ବୃତ୍ତି ଆଗକୁ ବଢ଼ିବା ସହ ପରିଚୟ ମଧ୍ୟ ସୃଷ୍ଟି କରାଯାଇପାରିବ।
ହସ୍ତତନ୍ତ ପୋଷାକର ଚାହିଦା କିଭଳି ରହିଛି?
ଯେଉଁମାନେ ହସ୍ତତନ୍ତ ପୋଷାକ ପରିଧାନ କରିଛନ୍ତି ସେମାନେ ହିଁ ଜାଣିଛନ୍ତି ଏହାର ଉପାଦେୟତା। ବିଶେଷକରି ଯୁବବର୍ଗ ଓ ବୟସ୍କଙ୍କ ମଧ୍ୟରେ ଏହାର ଚାହିଦା ରହିଛି। ହେଲେ ଏହାର ପ୍ରଚାର ଓ ପ୍ରସାର ସାଙ୍ଗକୁ ଉତ୍ପାଦନ ଲାଗି ସରକାରଙ୍କ ସହଯୋଗ ରହିଲେ ହସ୍ତତନ୍ତ ପୋଷାକର ଡିମାଣ୍ଡ ବଢ଼ିବ ଏବଂ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବ। ଏଭଳି ପୋଷାକ ଉଭୟ ଦେହ ଓ ପରିବେଶ ପାଇଁ ବେଶ୍‌ ଅନୁକୂଳ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri