କର୍ମରେ ଆତ୍ମତୃପ୍ତି ହିଁ ସଫଳତା

ପେସା ସରକାରୀ ଚାକିରି ହେଲେ ନିଶା ଥିଲା ଓଡ଼ିଶାର କଳା ସଂସ୍କୃତିକୁ ନେଇ ଉନ୍ନତ ମାନର ହସ୍ତତନ୍ତ ପୋଷାକ ପ୍ରସ୍ତୁତି ସହ ଏହାର ପ୍ରଚାର ପ୍ରସାର କରାଇବା। ସୋନପୁରର ବୟନ ବିହାରରୁ ରାଜଧାନୀର ମେହେର୍ସ ବସ୍ତ୍ରାଳୟ। କିପରି ଥିଲା ଏହି ଦୀର୍ଘ ଯାତ୍ରା ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ବଖାଣିଛନ୍ତି ଓଡ଼ିଶାକୁ ନିଜ ବାନ୍ଧକଳା ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରାଇଥିବା ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର।

ବୃତ୍ତି ଓ ବ୍ରତକୁ କିଭଳି ଭାବେ ପାଳନ କରିଥିଲେ?
ପରିବାରଠୁ ପରିଜନ ସମସ୍ତେ ଲୋକକଳା ସହ ଜଡ଼ିତ ଥିଲେ। ସେତେବେଳେ ହସ୍ତତନ୍ତ ବସ୍ତ୍ରର ଚାହିଦା ନ ଥିଲେ ମଧ୍ୟ ମନରେ ଅନେକ ଆଗ୍ରହ ଥିଲା। ସେହି ଆଗ୍ରହରୁ ଜନ୍ମ ନେଇଥିଲା ଉଦ୍ଦୀପନା। କୌଣସି କାମ ଛୋଟ ନୁହେଁ କିମ୍ବା କେଉଁ ଶିକ୍ଷାର ମୂଲ୍ୟ ମଧ୍ୟ ବେକାର ଯାଏନାହିଁ। ପରିବାରଠାରୁ ମିଳିଥିବା ଶିକ୍ଷାକୁ ବ୍ରତ ଭାବେ ଗ୍ରହଣ କରି ଆଗେଇଚାଲିଥିଲି। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବୃତ୍ତି (ଚାକିରି) ମିଳିଗଲା। ଉଭୟ ବୃତ୍ତି ଓ ବ୍ରତକୁ ସମ ପରିମାଣରେ ସମୟ ଦେବା କଷ୍ଟଦାୟକ ଥିଲେ ମଧ୍ୟ ପ୍ରୟାସ ଜାରି ରହିଥିଲା। ଏପରି କି ଶେଷ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରୟାସ ଜାରି ରହିଛି।
ସଫଳତା ଓ ସମ୍ମାନକୁ କିଭଳି ଦେଖିଥାନ୍ତି?
ସଫଳତା ପାଇବାକୁ ହେଲେ ସ୍ବପ୍ନ ଦେଖ। ହେଲେ ପରିଶ୍ରମ ଓ କର୍ମକୁ ମଧ୍ୟ ସେହି ଅନୁଯାୟୀ ଧ୍ୟାନଦେବାକୁ ଚେଷ୍ଟା କର। ନିଜ କର୍ମରେ ଆତ୍ମତୃପ୍ତି ନ ମିଳିଲେ ସଫଳତା ମଧ୍ୟ ବିଫଳତା ପାଲଟିଯାଏ। ଦୀର୍ଘ ବର୍ଷର ଶିକ୍ଷା ଓ ଅଭିଜ୍ଞତା ପରେ ସମ୍ମାନ ମିଳିଥିଲା। କର୍ମରେ ମନୋନିବେଶ କଲେ ସ୍ବୀକୃତି ମିଳିଥାଏ। ଥରେ ପରିଚୟ ସୃଷ୍ଟି ହୋଇଗଲେ କର୍ମ ଅନୁସାରେ ସମ୍ମାନ ଓ ସଫଳତା ମିଳିଥାଏ। ଜୀବନର ଶେଷ ପାହାଚରେ ଥିଲେ ମଧ୍ୟ କର୍ମମୟ ଜୀବନ ମଧ୍ୟରେ ପଲ୍ଲୀଠାରୁ ନେଇ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ତା’ ସହିତ ସମାଜର ଅନେକ ସାମାଜିକ ଅନୁଷ୍ଠାନ ଏପରି କି ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଅନେକ ସଫଳତା ଓ ସମ୍ମାନରେ ସମ୍ମାନିତ ହୋଇଛି। ଉଭୟ ସଫଳତା ଓ ସମ୍ମାନକୁ ସମ ଦୃଷ୍ଟିରେ ଦେଖିଥାଏ। ହେଲେ କେବେ ସମ୍ମାନ ପଛରେ ଗୋଡ଼ାଇ ନାହିଁ। ସଫଳତା ପାଇଁ ସବୁ ସ୍ତରରେ କଠିନ ପରିଶ୍ରମର ଫଳ ମିଳିଛି।
ବୟନ ବିହାରରୁ ମେହେର୍ସ ଭଳି ବସ୍ତ୍ରାଳୟର ଯାତ୍ରା କିଭଳି ରହିଛି?
ବାପାଙ୍କ ଇଚ୍ଛା ଥିଲା ଶିକ୍ଷା କେନ୍ଦ୍ରଟିଏ କରି ସ୍ଥାନୀୟ ପିଲା ଓ ଆଗ୍ରହୀ କାରିଗରଙ୍କୁ ହସ୍ତତନ୍ତର ଅ ଠୁ ଲ ଶିଖାଇବା। ବାପାଙ୍କଠାରୁ ମିଳିଥିବା ଶିକ୍ଷାକୁ ନେଇ ତାଙ୍କ ଆଶା ପୂରଣ କରିବା ପାଇଁ ସୋନପୁରରେ ବୟନ ବିହାର ନାମରେ ଏକ ହସ୍ତତନ୍ତ ପ୍ରୟୋଗଶାଳା ସହ ବାଣିଜି୍ୟକ କେନ୍ଦ୍ରସ୍ଥଳୀର ଆରମ୍ଭ କରାଯାଇଥିଲା। ବୟନ ବିହାର ଯାତ୍ରା ଓ ପରିକଳ୍ପନା ଧୀରେ ଧୀରେ ଅଗ୍ରସର ହେବା ସହ ଆଉ କିଛି ନୂଆ କରିବାର ଆଶା ନେଇ ୨୦୦୧ରେ ଭୁବନେଶ୍ୱରରେ ମେହେର୍ସ ନାମରେ ସ୍ବତନ୍ତ୍ର ହସ୍ତତନ୍ତ ବସ୍ତ୍ରାଳୟର ଶୁଭାରମ୍ଭ କରାଯାଇଥିଲା। ବୟନ ବିହାରର କଳା, କାରିଗର ଓ ଶିକ୍ଷାରୁ ଉତ୍ପାଦିତ ସାମଗ୍ରୀଗୁଡ଼ିକର କାରବାର ମେହେର୍ସ ଜରିଆରେ କରାଗଲା। ସେହିଭଳି ସୁବର୍ଣ୍ଣପୁର ସମେତ ଅନ୍ୟ ଜିଲାର ଲୋକକଳା ହସ୍ତତନ୍ତ ପୋଷାକ ସାମଗ୍ରୀର ମଧ୍ୟ ସମ୍ଭାର ଓ ଉପଲବ୍ଧ କରାଇବା ଦିଗରେ ପ୍ରୟାସ ରହିଲା।
ପରିବାର ଓ ପ୍ରତିଷ୍ଠାନକୁ କିଭଳି ପରିଚାଳନା କରୁଥିଲେ ?
ପରିବାର କହିଲେ ମୁଁ ସବୁ ଓ ସମସ୍ତଙ୍କୁ ଭାବୁଥିଲି। ହେଲେ ପରିବାରକୁ ପରିବାର ସ୍ଥାନରେ ଓ ପ୍ରତିଷ୍ଠାନକୁ ତା’ ସ୍ଥାନରେ ରଖି କାର୍ଯ୍ୟ କରୁଥିଲି। ଉଭୟ ମଧ୍ୟରେ ସମାନତା ଓ ସମଭାବନା ରଖିଆସିଥିଲି। ମୋତେ ଆବଶ୍ୟକ ସହଯୋଗ ମିଳିଥିବାରୁ ପରିବାର ଓ ପ୍ରତିଷ୍ଠାନକୁ ଅତି ସହଜରେ ଦୀର୍ଘ ବର୍ଷ ଧରି ଚଲାଇଆସିଛି। ବୟସାଧିକ କାରଣରୁ ମୋ ପୁଅ ଓ ଅନ୍ୟମାନେ ଦେଖାଦେଖି କରୁଛନ୍ତି। ତଥାପି ମୁଁ ସବୁ କଥା ପଚାରି ବୁଝିଛୁ। ନୀତି ନିୟମ ଓ ଧର୍ମରେ ରହି କାର୍ଯ୍ୟ ସମ୍ପାଦନ କରୁଥିବି।
ପଦ୍ମଶ୍ରୀ ପାଇବାର ଖୁସି କିଭଳି ରହିଥିଲା?
ସମ୍ମାନ ସବୁବେଳେ ଖୁସି ଦେଇଥାଏ ହେଲେ ଯେଉଁ ସମ୍ମାନ ତମ କର୍ମକୁ ପରିଚୟ ଦେଇଥାଏ ସେ ସମ୍ମାନ ଟିକେ ଅଲଗା ଧରଣର ଖୁସି ଦେଇଥାଏ। ସବୁଠାରୁ ବଡ କଥା ହେଉଛି ଭାରତ ରତ୍ନ ଭାବେ ପରିଚିତ ଡଃ ଅବଦୁଲ କଲାମ ସେ ସମୟରେ ରାଷ୍ଟ୍ରପତି ଥାନ୍ତି। ୨୦୦୫ରେ କେନ୍ଦ୍ର ସରକାର କଳା ପାଇଁ ମୋତେ ପଦ୍ମଶ୍ରୀ ଦେବେ ବୋଲି ନିଷ୍ପତ୍ତି ନେଇ ଏକ ଚିଠି ମୋ ଠିକଣାରେ ପଠାଇଥିଲେ। ପଦ୍ମଶ୍ରୀ ପୁରସ୍କାର ମିଳିବା ଖବର ଯେତିକି ଖୁସି ଦେଇଥିଲା ତା’ ଠାରୁ ବେଶି ଖୁସି ମୋ କର୍ମକୁ ଏବଂ ଅବଦୂଲ କଲାମଙ୍କ ଭଳି ମହାପୁରୁଷଙ୍କ ଠାରୁ ଉକ୍ତ ସମ୍ମାନ ମିଳିବା।
କାରିଗର ଓ ଯୁବପିଢ଼ିଙ୍କୁ ହସ୍ତତନ୍ତ ସମ୍ପର୍କରେ କ’ଣ କହିବେ ?
ଆମ ସମୟରେ ପିଢ଼ି ପରେ ପିଢ଼ି କଳା ଓ କୌଳିକ ବୃତ୍ତିକୁ ଧରି ରହୁଥିଲେ। ହେଲେ ବର୍ତ୍ତମାନ ଯୁଗ ପରିବର୍ତ୍ତନ ହେବା ସହ ସମୟ ସହ ତାଳ ଦେଇ ପିଲା ଆଗକୁ ବଢ଼ୁଛନ୍ତି। ତଥାପି କେତେଜଣ ପିଲା କୌଳିକ ବୃତ୍ତିକୁ ବଞ୍ଚାଇରଖିବାକୁ ଉଦ୍ୟମ କରୁଛନ୍ତି। ଯୁବପିଢ଼ି ନିଜ ପରିବାର ଓ ପରିବେଶର ପରିଚୟକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବା ଆବଶ୍ୟକ। କଳାକୁ ଭଲ ପାଉଥିବା ପିଲା ଓ କାରିଗରଙ୍କୁ ଆହୁରି ଅନେକ କିଛି କରିବାକୁ ହେବ। ଫଳରେ ଉଭୟ କଳା ଓ କୌଳିକ ବୃତ୍ତି ଆଗକୁ ବଢ଼ିବା ସହ ପରିଚୟ ମଧ୍ୟ ସୃଷ୍ଟି କରାଯାଇପାରିବ।
ହସ୍ତତନ୍ତ ପୋଷାକର ଚାହିଦା କିଭଳି ରହିଛି?
ଯେଉଁମାନେ ହସ୍ତତନ୍ତ ପୋଷାକ ପରିଧାନ କରିଛନ୍ତି ସେମାନେ ହିଁ ଜାଣିଛନ୍ତି ଏହାର ଉପାଦେୟତା। ବିଶେଷକରି ଯୁବବର୍ଗ ଓ ବୟସ୍କଙ୍କ ମଧ୍ୟରେ ଏହାର ଚାହିଦା ରହିଛି। ହେଲେ ଏହାର ପ୍ରଚାର ଓ ପ୍ରସାର ସାଙ୍ଗକୁ ଉତ୍ପାଦନ ଲାଗି ସରକାରଙ୍କ ସହଯୋଗ ରହିଲେ ହସ୍ତତନ୍ତ ପୋଷାକର ଡିମାଣ୍ଡ ବଢ଼ିବ ଏବଂ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବ। ଏଭଳି ପୋଷାକ ଉଭୟ ଦେହ ଓ ପରିବେଶ ପାଇଁ ବେଶ୍‌ ଅନୁକୂଳ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?