ଆତ୍ମହତ୍ୟା ପ୍ରବଣତା ଓ ନିରାକରଣ

ହରିଶଙ୍କର ମିଶ୍ର

ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। କେଉଁଠି ତଦନ୍ତକୁ ବାଟବଣା କରିବାକୁ ହତ୍ୟାକାରୀମାନେ ଆତ୍ମହତ୍ୟାର ନାଟକ ସୃଷ୍ଟି କରୁଥିବା ବେଳେ କେଉଁଠି ଆତ୍ମହତ୍ୟା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରୁଛନ୍ତି। ଫଳତଃ ଏହା ଜନସାଧାରଣଙ୍କୁ ସାମୟିକ ଭାବେ ବିଭ୍ରାନ୍ତ କରାଉଛି। ଆତ୍ମହତ୍ୟାକୁ ଦୁର୍ବଳ ମାନସିକତାଜନିତ ଅତ୍ୟଧିକ ଭାବପ୍ରବଣତାର ଦୁ଼ଃଖଦ ପରିଣତି ବୋଲି ମନୋବିଜ୍ଞାନୀ ମାନେ ମତବ୍ୟକ୍ତ କରିଥାନ୍ତି। ଆତ୍ମହତ୍ୟାର ଅବଶ୍ୟ ବିବିଧ କାରଣ ରହିଛି। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦାରିଦ୍ର୍ୟ, ପାରିବାରିକ ଅଶାନ୍ତି, ଋଣ ପରିଶୋଧ ପାଇଁ ଅକ୍ଷମତା ବା ଅତ୍ୟଧିକ ମାନସିକ ଚାପଜନିତ ଅବସାଦ ମୁଖ୍ୟ କାରଣ ହୋଇଥାଏ। କିଶୋର ବା ଯୁବା ବୟସର ଝିଅ ପୁଅଙ୍କ ମଧ୍ୟରେ ରହିଥିବା ପ୍ରେମ ବା ପ୍ରେମ ବିବାହ ପାଇଁ ପାରିବାରିକ ବିରୋଧାଭାସ ଆସିଲେ ସେ ଦୁଇଜଣ ମିଳିତ ଭାବେ ଆତ୍ମହତ୍ୟା କରୁଥିବାର ଦୃଷ୍ଟାନ୍ତ ରହିଛି। କାରଣ ଯାହା ହେଲେ ବି ଆତ୍ମହତ୍ୟା ମହାପାପ। ମନୁଷ୍ୟ ଜନ୍ମ ଦୁର୍ଲଭ ବୋଲି ଆମ ପୋଥି ପୁରାଣ ସହ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ଭଗବଦ ଗୀତାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ଗ୍ରନ୍ଥ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀରେ କର୍ମକୁ ପ୍ରାଧାନ୍ୟ ଦିଆଯାଇ ଫଳ ପାଇଁ ଈଶ୍ୱରବିଶ୍ୱାସୀ ହେବାକୁ ବାରମ୍ବାର ପରାମର୍ଶ ଦିଆଯାଇଛି। ସେଇ ଗ୍ରନ୍ଥର ଦଶମ ଅଧ୍ୟାୟ ୨୦ ଶ୍ଳୋକରେ ଭଗବାନ ”ଅହମାତ୍ମା ଗୁଡାକେଶ ସର୍ଭୁତାଶୟସ୍ଥିତଃ“ ଅର୍ଥାତ୍‌ ପ୍ରତ୍ୟେକ ଶରୀରରେ ସେ ଆତ୍ମା ରୂପେ ଅବସ୍ଥାନ କରୁଥିବା କହିଛନ୍ତି। ମନୁଷ୍ୟର ସତ୍ୱ, ରଜ ଓ ତମ ଗୁଣ ମଧ୍ୟରୁ ଆତ୍ମହତ୍ୟା ଅର୍ଥାତ୍‌ ଆତ୍ମାର ହତ୍ୟା ହେଉଥିବାରୁ ତାହା ଗୁଣକୁ ପରିପ୍ରକାଶ କରିଥାଏ। ସେମାନଙ୍କର ମୋକ୍ଷ ପରିବର୍ତ୍ତେ ମୃତକ ବହୁ ଲକ୍ଷ ବାର ନୀଚ ଯୋନି ଅର୍ଥାତ୍‌ ବୃକ୍ଷ, ଲତା, ପଶୁ, ପକ୍ଷୀ, କୀଟ, ପତଙ୍ଗ, ସରୀସୃପ, କୃମି, ମାଛ ଭାବେ ଜନ୍ମ ନେଇଥାଏ। ଧର୍ମଶାସ୍ତ୍ରାଦିମାନଙ୍କ ମତରେ ମନୁଷ୍ୟ, ମାତୃଗର୍ଭରୁ ଜନ୍ମବେଳେ ଓ ଶରୀରରୁ ଆତ୍ମା ବା ପ୍ରାଣତ୍ୟାଗ ସମୟରେ ଅକଥନୀୟ କଷ୍ଟ ଭୋଗିଥାଏ। ମାତ୍ର ଜନ୍ମ ସମୟର ଯନ୍ତ୍ରଣା ଶିଶୁର ସ୍ମରଣାତୀତ ଓ ଦେହତ୍ୟାଗ ଯୋଗୁଁ ମୃତ୍ୟୁ ସମୟର ଯନ୍ତ୍ରଣା ଅପ୍ରକାଶ୍ୟ ରହିଯାଏ।
ଆତ୍ମହତ୍ୟା ସାଧାରଣତଃ ବିଷପାନ ବା ଫାଶି ପ୍ରକ୍ରିୟାରେ କରାଯାଏ। ଏଥିରେ ଆତ୍ମାକୁ ଅସ୍ବାଭାବିକ ଭାବେ ଶରୀର ତ୍ୟାଗ ପାଇଁ ବାଧ୍ୟ କରାଯାଉଥିବାରୁ ତାହା ଅତୀବ କଷ୍ଟଦାୟକ ହୋଇଥାଏ। ଯେକୌଣସି କାରଣରୁ ନିଜ ଜୀବନ ପ୍ରତି ବିତୃଷ୍ଣାଭାବ ଆସିପାରେ। ମାତ୍ର ନିଜକୁ ଈଶ୍ୱରଙ୍କ ସୃଷ୍ଟି କିନ୍ତୁ ମୃତ୍ୟୁ ତା’ର ଅଧୀନ ନୁହେଁ ବରଂ ସମସ୍ତ ସମାଧାନ ପାଇଁ ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ଦୃଢ଼ ବିଶ୍ୱାସୀ ହେଲେ ଆତ୍ମହତ୍ୟା ମାନସିକତା ଦୂର ହୋଇଥାଏ। ଆତ୍ମହତ୍ୟା ପାଇଁ ସିଦ୍ଧାନ୍ତ ନେବା ପୂର୍ବରୁ ଈଶ୍ୱରୀୟ ଭାବନା ଓ ଆତ୍ମହତ୍ୟା ପରର ପାରିବାରିକ ଦୁଃସ୍ଥିତି ଚିନ୍ତା କଲେ ଯେ କେହି ଏଥିରୁ ନିବୃତ୍ତ ହୋଇଯିବ। ଆମ ଆଇନ ବ୍ୟବସ୍ଥାରେ ଆତ୍ମହତ୍ୟା ପରେ ତା’ର କାରଣ ପାଇଁ ପୋଲିସ ବିବିଧ ଦିଗକୁ ତଦନ୍ତ ପରିସରଭୁକ୍ତ କରେ। ପରିବାରର ଜଣକୁ ହରାଇଥିବା ଆତ୍ମୀୟସ୍ବଜନ ଦୁଃଖରେ ମ୍ରିୟମାଣ ଥିବାବେଳେ ସ୍ଥଳବିଶେଷରେ ପୋଲିସ ଜୁଲମ ସେମାନଙ୍କ ପାଇଁ ଅସହ୍ୟ ହୋଇଥାଏ। କେତେକ କ୍ଷେତ୍ରରେ ମୃତକ ଯଦି ବିବାହିତା ହୋଇଥାଏ, ତାହା ଯେତେବର୍ଷ ହେଲେ ବି ତା’ ମାତାପିତା ଯୌତୁକଜନିତ ନିର୍ଯାତନା ଅଭିଯୋଗ ଆଣିଥାନ୍ତି। ଆଇନ ବ୍ୟବସ୍ଥାରେ ବିନା ଦୋଷରେ ବୟସ୍କ ଶାଶୁ ଶ୍ୱଶୁର ଓ ଅନ୍ୟମାନେ ଜେଲ ଯାଇଥାନ୍ତି। ସେମାନଙ୍କ ଅସନ୍ତୋଷ ଅଭିଶାପ ଭାବେ ମୃତକଙ୍କ ଆତ୍ମାକୁ ପ୍ରାରବ୍ଧ ଭାବେ ଭୋଗ ହୋଇଥାଏ। କିଛିଦିନ ଧରି ଏକାଧିକ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଚର୍ଚ୍ଚିତ ବିଷୟ ହୋଇଛି। ଏହା ପରିବାର ପାଇଁ ଅପୂରଣୀୟ କ୍ଷତି ଏବଂ ମାତାପିତାଙ୍କୁ ଦାରୁଣ ଦୁଃଖ ଦେଇଥାଏ। ମାଆ ବାପାମାନେ ଝିଅ ପୁଅଙ୍କ ଉଚ୍ଚଶିକ୍ଷା ପାଇଁ ଅନେକ ଆଶାରେ ବିଦ୍ୟାଳୟ ପରେ ମହାବିଦ୍ୟାଳୟକୁ ପଠାଇଥାନ୍ତି। କାରଣ ଯାହା ଥାଉନା କାହିଁକି ଝିଅ ପୁଅ ଯଦି ଆତ୍ମହତ୍ୟା କରନ୍ତି ସେତେବେଳେ ସେମାନେ ମାଆ ବାପାଙ୍କ ସ୍ବପ୍ନକୁ ମଧ୍ୟ ହତ୍ୟା କରିଥାନ୍ତି। ଶିଶୁ ମାତୃଗର୍ଭରେ ରହିବାଠାରୁ ଜନ୍ମ ବେଳେ ଜନ୍ମଦାତ୍ରୀ ଅକଥନୀୟ କଷ୍ଟ ଭୋଗି ଥାଏ। ଯଦି ଆତ୍ମହତ୍ୟା ବିଫଳ ପ୍ରେମ, ପ୍ରତାରଣା ଯୋଗୁ ହୋଇଥାଏ, ଗଣମାଧ୍ୟମରେ ପ୍ରଚାରିତ ହେବାପରେ ସେଇ ହତଭାଗ୍ୟ ମାଆ ବାପାଙ୍କ ପାଇଁ ତାହା ଅସହ୍ୟ ହୋଇଥାଏ। ସମାଜଠାରୁ ବନ୍ଧୁବାନ୍ଧବଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ଟିପ୍ପଣୀ ତାଙ୍କ ଜୀବନକୁ ଅଧିକ ଦୁର୍ବିଷହ କରିଥାଏ। ଗତ କିଛି ମାସ ମଧ୍ୟରେ ମାନସିକ ନିର୍ଯାତନା ଯୋଗୁ ଏକାଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି; ଯାହାର ଅସହ୍ୟ ଦୁଃଖ, ନିର୍ଯାତନା ବା ଆଚରଣରେ ଅତିଷ୍ଠ ହୋଇ କେହି ଆତ୍ମହତ୍ୟା କଲେ ସେ ଆମ ଦଣ୍ଡବିଧି ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥାଏ। ଆଇନର ଗଳାବାଟରେ ସେ ନିସ୍ତାର ପାଇଲେ ବି ପ୍ରାରବ୍ଧ ଭାବେ ବହୁ ଯନ୍ତ୍ରଣା ପାଇଥାଏ। ପାରସ୍ପରିକ ସ୍ନେହ ଶ୍ରଦ୍ଧା କର୍ତ୍ତବ୍ୟପରାୟଣତା ଆମ ସଂହତିର ମୂଳମନ୍ତ୍ର କିନ୍ତୁ ଆମର ବୌଦ୍ଧିକ ଶିକ୍ଷାର ଅଭାବ ଏବଂ ସମାଜରେ ସଦାଚାରର ଅବକ୍ଷୟ ଯୋଗୁ ଏଭଳି ଦୁଃଖଦ ଘଟଣା ଯେ ଆମ ପାଇଁ ଖବର ଓ ଅନୁଭୂତି ହୋଇ ଚାଲିଥିବ। ଏଥିପାଇଁ ବ୍ୟାପକ ସଚେତନତା ଏବଂ ପାରିବାରିକ ଓ ସାମାଜିକ କର୍ତ୍ତବ୍ୟ ଶିକ୍ଷାର ଆବଶ୍ୟକତା ରହିଛି।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri