ଆତ୍ମଘାତୀ ଚିନ୍ତନ ବଳୟ

ମୀରା ବେଉରା

 

ଗୋଟିଏ ଗାଁରେ ଜଣେ ସ୍ତ୍ରୀଲୋକ ପର ଘରେ କାମ କରି ନିଜର ପ୍ରତିପୋଷଣ କରି ବଞ୍ଚୁଥିଲା। ତା’ର ପଡ଼ିଶା ଘରେ ଆଉ ଜଣେ ସ୍ତ୍ରୀଲୋକ ରହୁଥିଲା। ସେହି ଦୁଇ ସ୍ତ୍ରୀଲୋକଙ୍କ ମଧ୍ୟରେ କେବେ ପଡ଼େ ନାହିଁ। ଥରେ ଗ୍ରାମ ଠାକୁରାଣୀ ପ୍ରଥମ ସ୍ତ୍ରୀଲୋକଙ୍କ ଆରାଧନାରେ ପ୍ରସନ୍ନ ହୋଇ ତାକୁ ବର ମାଗିବାକୁ କହିଲେ। କିନ୍ତୁ ସର୍ତ୍ତ ରଖିଲେ ଯେ ଯାହା ମାଗୁଚୁ ମାଗ, କିନ୍ତୁ ତୁମକୁ ଯାହା ମିଳିବ ତୁମ ପଡ଼ିଶା ଘରର ସ୍ତ୍ରୀଲୋକଙ୍କୁ ତାହାର ଦୁଇଗୁଣା ମିଳିବ। ତେଣୁ ତୁମେ ଭାବିଚିନ୍ତି ବର ମାଗ। ଠାକୁରାଣୀଙ୍କର ସର୍ତ୍ତ ବଡ଼ ବିଚିତ୍ର ଥିଲା। ସ୍ତ୍ରୀଲୋକଟି ବଡ଼ ଅଡ଼ୁଆରେ ପଡ଼ିଗଲା। ମନେମନେ ବିଚାର କଲା, ମୁଁ ଯେତିକି ପାଇବି ମୋର ବଇରୀ ତା’ର ଦୁଇଗୁଣ ପାଇବ। ଏହା କେମିତି ସମ୍ଭବ ହେବ। ଯଦିବି ସେ ଦୁଇଗୁଣା ପାଇବ, ତାହାକୁ ମୁଁ କିପରି ସହିପାରିବି? ଏହିପରି ତାହାର ଭାବନା ଭାବନାରେ ବିତିଗଲା। ମନେମନେ ଭାବିଲା, ଯାହା ହେଉ ଏତେଦିନେ ଗୋଟାଏ ସୁଯୋଗ ମିଳିଛି ତାକୁ ଭଲ କରି ପାନେ ଦେବି। ତେଣୁ ସେ ଠାକୁରାଣୀଙ୍କୁ କହିଲା- ମାଆ ମୋର ଦୁଇଟି ଆଖି ଅଛି। ଆପଣ ଯଦି ପାରିବେ ମୋର ଗୋଟିଏ ଆଖିକୁ ଫୁଟାଇ ଦେଇ ମୋତେ ଅନ୍ଧ କରିଦିଅନ୍ତୁ। ଏତକ କହି ମନେମନେ ବହୁତ ଖୁସି ହେଉଥିଲା। ଯାହା ହେଉ ଆର ସ୍ତ୍ରୀ ଲୋକର ଦୁଇଟା ଆଖି ଫୁଟିଯିବ। ଏହାପରେ ଠାକୁରାଣୀ ତଥାସ୍ତୁ କରି ଅନ୍ତର୍ଦ୍ଧାନ ହୋଇଗଲେ। ଦେଖାଗଲା ସେହି ସ୍ତ୍ରୀର ଗୋଟିଏ ଆଖି ଓ ଆର ସ୍ତ୍ରୀ ଲୋକଟିର ଦୁଇଟିଯାକ ଆଖି ଫୁଟିଗଲା। ଏହାହିଁ ହେଉଛି ଆମତ୍ଘାତୀ ଚିନ୍ତା ଓ ଚେତନାର ସ୍ପଷ୍ଟ ପ୍ରତିଫଳନ।
ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଉଛି ଆଜିର ମଣିଷ ଯେତେ ଶିକ୍ଷିତ ଓ ସଫଳ ହେଲେ ମଧ୍ୟ ପାପ ଚିନ୍ତାଧାରାରୁ ମୁକୁଳି ପାରୁନାହିଁ। ପ୍ରତି ମୁହୂର୍ତ୍ତରେ କହୁଛି ଘର ପଛକେ ପୋଡ଼ି ଯାଉ, କିନ୍ତୁ ମୂଷାଟି ମରିବା ଦରକାର। ଏହି ମାୟାବୀ ମଣିଷ କେବଳ ନିଜର ସୁଖ ସମୃଦ୍ଧି କଥା ଅହରହ ଚିନ୍ତା କରୁଛି। ତା’ର ଚିନ୍ତା ଓ ଚେତନା କଳୁଷିତ ହୋଇପଡ଼ିଛି । ସେ ପ୍ରତି ମୁହୂର୍ତ୍ତରେ ସମାଜର ଅହିତ କଥା ଚିନ୍ତା କରୁଛି। ପ୍ରତି ମୁହୂର୍ତ୍ତରେ ଅନ୍ୟର କ୍ଷତି କରିବାକୁ ଯେମିତି ପ୍ରତିଶ୍ରୁତିବଦ୍ଧ ହେଉଛୁ। ଆମତ୍ଘାତୀ ଚିନ୍ତନର ମାରାମତ୍କ ବ୍ୟାଧି ଧୀରେ ଧୀରେ ଆମ ସମାଜରେ ବୃଦ୍ଧି ପାଇ ସମଗ୍ର ବିଶ୍ୱକୁ ମଧ୍ୟ ବ୍ୟାପୀ ଗଲାଣି । ଦେଶ-ଦେଶ ମଧ୍ୟରେ ମଧ୍ୟ ସେହି ବିସ୍ତାରବାଦୀ ଚିନ୍ତାଧାରା ଯୋଗୁ ଆଣବିକ ଅସ୍ତ୍ରର ପ୍ରତିଯୋଗିତା ଚାଲିଛି। ଆଜିର ସଭ୍ୟ ଶିକ୍ଷିତ ମଣିଷ ଭୁଲିଯାଇଛି ଯେ ଏହି ଆମତ୍ଘାତୀ ଚିନ୍ତନ ଆଣବିକ ଅସ୍ତ୍ରଠାରୁ ମଧ୍ୟ ମାନବ ସମାଜର ବହୁଳ ଭାବରେ କ୍ଷତି କରିଥାଏ। ଆମେ ଏତେ ପରିମାଣରେ ସ୍ବାର୍ଥପର ହୋଇଯାଇଛୁ ଯେ, ଯେଉଁ ନ୍ୟୁକ୍ଲିୟସ୍‌ ଆବିଷ୍କାର କରି ଭୟଙ୍କର କର୍କଟ ରୋଗର ନିରାକରଣ କରି ଗର୍ବ ଅନୁଭବ କରିଥିଲୁ, ଆଜି ସେହି ନ୍ୟୁକ୍ଲିୟସ୍‌ ବିସ୍ଫୋରକ ବୋମା ତିଆରି କରି ପୃଥିବୀକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଯାଇଛୁ। ନିଜେ ପଛକେ ମରିବୁ, ସମସ୍ତଙ୍କୁ ମଧ୍ୟ ମାରିବୁ। କିଏ କହିବ ଏହି ଆମତ୍ଘାତୀ ଚିନ୍ତନ ଦିନେ ଏହି ମଣିଷ ସମାଜକୁ ଧ୍ୱଂସ ସ୍ତୂପରେ ସଜାଇ ନ ଦେବ?
ଥରେ ଜଣେ ମହାତ୍ମା ଯିଶୁଙ୍କୁ ପ୍ରଶ୍ନ କରିଥିଲେ, ‘ଈଶ୍ୱରଙ୍କ ସାମ୍ରାଜ୍ୟରେ ଆମେ କିପରି ପ୍ରବେଶ କରିପାରିବା?’ ସେଦିନ ଯିଶୁ ଉତ୍ତର ଦେଇଥିଲେ, ‘ଯାହାର ମନ ଏହି ଶିଶୁ ଭଳି ସରଳ, କୋମଳ ଓ ପବିତ୍ର, ସେ ହିଁ ଈଶ୍ୱରଙ୍କ ସାମ୍ରାଜ୍ୟରେ ପ୍ରବେଶ କରିପାରିବ।’ ଜଗଜ୍ଜନନୀ ଶ୍ରୀମା’ ମଧ୍ୟ ସେହି କଥା କହିଥିଲେ ଯେ ସରଳତା ହିଁ ଆମର ରକ୍ଷାକବଚ। ଛଳନା, କପଟତା ମଣିଷକୁ ଉତ୍ତେଜନାରେ ଭରି ଦେଇ ତାର ଚିନ୍ତାଧାରାକୁ କଳୁଷିତ କରିଦିଏ। ଥରେ ଗୁରୁଦେବ ଶ୍ରୀ ତୁଳସୀ ଶିଷ୍ୟ ସନ୍ଥମାନଙ୍କୁ ପ୍ରଶ୍ନ କଲେ, ବୟସ ବୃଦ୍ଧି ହେବା କ୍ଷଣି କେଉଁ ତତ୍ତ୍ୱର ବିକାଶ ହୋଇଥାଏ ଏବଂ କେଉଁ ତତ୍ତ୍ୱର ହ୍ରାସ ପାଇଥାଏ? ଆଶ୍ଚର୍ଯ୍ୟର କଥା, ଜଣେ ସନ୍ଥ ଉତ୍ତର ଦେଲେ- ବୟସ ବୃଦ୍ଧି ସହ ଜ୍ଞାନର ଓ ଅନୁଭବର ବିକାଶ ହୁଏ ଏବଂ ସରଳତା ହ୍ରାସ ହୁଏ। ଆମ କଥା ଓ କାର୍ଯ୍ୟ ଭିତରେ ପ୍ରଭେଦ ନ ରହିବା ହିଁ ସରଳତା।’ ଏହି ସରଳତା ଦ୍ୱାରା ଆମେ ଅକ୍ଳେଶରେ ଅନ୍ୟ ହୃଦୟରେ ଘରଟିଏ ତିଆରି କରିପାରିବା। ଦୁଃଖର କଥା ହେଉଛି, ଆଜି ଆମେ ଚନ୍ଦ୍ରପୃଷ୍ଠରେ ତାରା ମେଳରେ ଫୁଲ ବଗିଚା ତିଆରି କରିବାର ସ୍ବପ୍ନ ଦେଖୁଛୁ ଅଥଚ ମଣିଷ ଭଳି ମଣିଷ ମେଳରେ ରହି ମଣିଷକୁ ଆନ୍ତରିକତାର ସହିତ ଭଲପାଇବାର କଳାକୁ ଶିଖିପାରିଲୁ ନାହିଁ।
ରଘୁନାଥଜୀଉ ମହାବିଦ୍ୟାଳୟ
ଦେଉଳ ସାହି, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri