ସହରରେ ସୁଧୁରୁନି ଟ୍ରାଫିକ ସମସ୍ୟା

ବରଗଡ଼ ଅଫିସ, ୪।୬: ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇପଡୁଛି। ସହରର ଭଟଲି ଛକ, ଥାନା ଛକ, ଲେଙ୍ଗୁ ମିଶ୍ର-ଲମ୍ବା ବିଲ୍‌ଡିଂ ରାସ୍ତା, ଗାନ୍ଧୀ ଛକ, ଗୁରୁଦ୍ୱାରା ଛକ ଆଦି ସ୍ଥାନରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡିଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ଥିବାବେଳେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ରାସ୍ତାକୁ ମାଡ଼ି ବସି ଜବରଦଖଲ, କୋଠାବାଡ଼ି ନିର୍ମାଣ ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟପଟେ ଟ୍ରାଫିକ ସମସ୍ୟା ପାଇଁ ଲୋକେ ହଇରାଣ ହେଉଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ଶନିବାର ରାତି ପ୍ରାୟ ୮ଟାରେ ସହରର ବ୍ୟସ୍ତବହୁଳ ଭଟଲି ଛକରେ ଏଭଳି ସମସ୍ୟା ଲାଗି ରହିଥିଲା। ଉକ୍ତ ଛକରୁ ଗୋଟିଏ ପଟେ ଲମ୍ବା ବିଲ୍‌ଡ଼ିଂ ଏବଂ ଅନ୍ୟପଟେ ଭଟଲି ପଟକୁ ରାସ୍ତା ଯାଇଥିବାବେଳେ ବାକି ଦୁଇ ଦିଗକୁ ବରଗଡ଼-ବଲାଙ୍ଗୀର ରାସ୍ତା ଲମ୍ବିଛି। ବ୍ୟସ୍ତବହୁଳ ଏହି ଛକରେ ଯୋଜନା ବିହୀନ ଭାବେ ବହୁ କୋଠାବାଡ଼ି, ଦୋକାନ, ବଜାର ଆଦି ପ୍ରତିଷ୍ଠାନ ନିର୍ମାଣ କରାଯାଇଥିବା ବେଳେ ସମ୍ମୁଖରେ ୨ଚକିଆ, ୪ଚକିଆ ଯାନଠାରୁ ଆରମ୍ଭ କରି ମାଲବାହୀ ଗାଡ଼ିଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହୁଛି। ଏଠାରେ ଏକ ଟ୍ରାଫିକ ପୋଷ୍ଟ ରହିଛି। କିନ୍ତୁ ସେଠାରେ ଉପସ୍ଥିତ ଜଣେ, ୨ଜଣ ଟ୍ରାଫିକ କର୍ମଚାରୀଙ୍କ ପକ୍ଷରେ ଟ୍ରାଫିକ ନିୟନ୍ତ୍ରଣ ଅସମ୍ଭବ ହୋଇପଡ଼ୁଛି। ଶନିବାର ଏଭଳି ସ୍ଥିତି ଉପୁଜିଥିବାବେଳେ ଦୀର୍ଘ ସମୟ ଧରି ଲୋକଙ୍କୁ ସେଠାରେ ଅଟକିବାକୁ ପଡ଼ିଥିଲା। ସ୍ଥିତିରେ ସୁଧାର ଆଣିବା ପାଇଁ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନୟାନ୍ତ ହେବାକୁ ପଡ଼ିଥିଲା।
କେବଳ ସହରର ଭଟଲି ଛକ ନୁହେଁ, ଲେଙ୍ଗୁ ମିଶ୍ର ଛକରୁ ଲମ୍ବା ବିଲ୍‌ଡ଼ିଂ ରାସ୍ତା ମଧ୍ୟ ସଙ୍କୁଚିତ ହୋଇପଡ଼ିଛି। ରାସ୍ତା ଉପରେ ଯାନବାହନ ଗୁଡ଼ିକ ରଖାଯାଉଛି। ସେହିପରି ମାଲବାହୀ ଟ୍ରକ, ମିନିଟ୍ରକ ମଧ୍ୟ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହୁଥିବା ଯୋଗୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନୁରୂପ ଭାବେ ଘରୋଇ ବସଷ୍ଟାଣ୍ଡ ଛକର ଗୋଟିଏ ପଟେ ଭେଡ଼େନ ରାସ୍ତା ଏବଂ ଅନ୍ୟପଟେ କଟାପାଲି ରାସ୍ତା ରହିଥିବାବେଳେ ବାକି ଦୁଇ ଦିଗରେ ବରଗଡ଼-ସମ୍ବଲପୁର ଓ ବରଗଡ଼-ବଲାଙ୍ଗୀର ପଟକୁ ରାସ୍ତା ଲମ୍ବିଛି। ଫଳରେ ସେଠାରେ ମଧ୍ୟ ବିଭିନ୍ନ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। କେତେକ ସ୍ଥାନରେ ୨ଥାକିଆ ରାସ୍ତା ହୋଇଛି। କିନ୍ତୁ ଛକସ୍ଥାନ ଗୁଡ଼ିକରେ ରାସ୍ତା ଜବରଦଖଲ ସହିତ ବିଭିନ୍ନ ପ୍ରତିଷ୍ଠାନ ଗଢ଼ି ଉଠିଥିବାରୁ ଏହି ସମସ୍ୟା ବଢିବାରେ ଲାଗିଛି। ସହରର ଏଭଳି ପ୍ରମୁଖ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri