ନିର୍ବାଚନୀ ପ୍ରଚାର ମଇଦାନରେ ସୁଦାମ ମାର୍ଣ୍ଡି, ପ୍ରୀତିନନ୍ଦା କାନୁନ୍‌ଗୋ

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୟୂରଭଞ୍ଜ ଲୋକ ସଭା ଆସନ ପାଇଁ ସୁଦାମ ମାର୍ଣ୍ଡି ଓ ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଧାୟିକା ପ୍ରାର୍ଥୀ ଭାବେ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ଟିକେଟ୍‌ ଦେଇଥିବା ବେଳେ ବୁଧବାର ରାସଗୋବିନ୍ଦପୁର ଓ ମୋରଡ଼ାରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର।

ପ୍ରଥମେ ଆଜି ପୂର୍ବାହ୍ନରେ ପ୍ରୀତିନନ୍ଦା ଓ ବିଧାୟକ ରାଜକିଶୋର ଦାସ ପ୍ରସିଦ୍ଧ ଦେବଶୋଳସ୍ଥିତ ବୁଦ୍ଧେଶ୍ୱର ମହାଦେବ ମନ୍ଦିରକୁ ଯାଇ ସେଠାରେ ମହାଦେବଙ୍କ ଆଶୀର୍ବାଦ ନେଇଥିଲେ। ପରେ ପରେ ବିଜେଡି କର୍ମୀମାନେ ବାଇକ୍‌ ଶୋଭାଯାତ୍ରାରେ ରାସଗୋବିନ୍ଦପୁର ଛକ ନିକଟରେ ଶ୍ରୀମତୀ କାନୁନ୍‌ଗୋଙ୍କୁ ଫୁଲମାଳ ଦେଇ ସମର୍ଦ୍ଧିତ କରିବା ପରେ ଗାନ୍ଧୀଗୁରୁକୁଳ ନିକଟ ପଡ଼ିଆରେ ଆୟୋଜିତ ସଭାକୁ ପାଛୋଟି ନେଇଥିଲେ। ବାରିପଦା ପୌରାଧକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ କାନୁନ୍‌ଗୋ, ରାଜକିଶୋର ଦାସଙ୍କ ସହିତ ଲୋକ ସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଯୋଗଦେଇଥିଲେ। ଉପସ୍ଥିତ ଅତିଥିଗଣଙ୍କୁ ସରପଞ୍ଚ ସଂଘ, ଜିଲାପରିଷଦ ସଭ୍ୟ, ସମିତି ସଭ୍ୟା,ବିଜୁ ଛାତ୍ର ଜନତା ଦଳ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପରେ ଅପରାହ୍ନରେ ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଜଗନ୍ନାଥ ମନ୍ଦିର ପଡ଼ିଆରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ପ୍ରଥମେ ବିଧାୟକ ରାଜକିଶୋର ଦାସ, ପ୍ରୀତିନନ୍ଦା କାନୁନ୍‌ଗୋ, ସୁଦାମ ମାର୍ଣ୍ଡି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପରେ କର୍ମୀମାନେ ସଭାକାର୍ଯ୍ୟକୁ ପାଛୋଟି ନେଇଥିଲେ। କୃଷ୍ଣାନନ୍ଦ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାକାର୍ଯ୍ୟରେ ପ୍ରଥମେ ମହିଳାସଭା ନେତ୍ରୀ ବିଦ୍ୟୁତପ୍ରଭା ବେହେରା, ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ସମୀର ବେହେରା, ସରପଞ୍ଚ ସଂଘ ସଭାପତି ରବି ସିଂ, ସମିତି ସଭ୍ୟ ତନୟ ଦାସଙ୍କ ନେତୃତ୍ୱରେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚଢେଇଗାଁ, ଗଡ଼ିଆ, କୋହି ପଞ୍ଚାୟତର ଜେଏମ୍‌ଏମ୍‌,ଭାଜପା, କଂଗ୍ରେସର କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲା ସଂଯୋଜକ ସୁନୀଲ ଦାସ, ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ, ଜିଲା ପରିଷଦ ସଭ୍ୟ ଅଭିରାମ ଭୋଇ, ସଭ୍ୟା ଝରଣା ମୁର୍ମୁ, ଯୁବ ନେତା ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ପ୍ରତ୍ୟେକ ଗାଁର ଉନ୍ନତି ହେବା ସହିତ ନବୀନ ସରକାର ପୁଣି ଆସିଲେ କିପରି ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ, ଏହିସବୁ ମୁଦାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଧାୟିକା ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri