ଦୁନିଆର ସବୁଠୁ ଗରିବ ଆଉ ହିଂସାର ଦେଶ ସୁଦାନ

ଜେନେଭା,୨୬ା୪: ସ୍ବାଧୀନତା ପରବର୍ତ୍ତୀ ସୁଦାନର ଅଧିକାଂଶ ସମୟ ସାମରିକ ଶାସନ ଏବଂ ଗୃହଯୁଦ୍ଧ ମଧ୍ୟରେ ବିବାଦ ମଧ୍ୟରେ ଚାଲିଆସିଛି। ଏହି ଦେଶ ୧ ଜାନୁୟାରୀ ୧୯୫୬ରେ ସ୍ବାଧୀନ ହୋଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶ ଗଣତନ୍ତ୍ରର ଲଢ଼େଇ କରୁଛି। ଆରବି ଭାଷାରେ କଳା ଲୋକଙ୍କ ଦେଶ କୁହାଯାଉଥିବା ସୁଦାନ ହେଉଛି ଦୁନିଆର ସବୁଠାରୁ ଗରିବ ଦେଶ।

୯ ଜୁଲାଇ ୨୦୧୧ରେ ଦକ୍ଷିଣ ସୁଦାନ ସୁଦାନଠାରୁ ଅଲଗା ହୋଇ ଏହାର ସ୍ବାଧୀନତା ପାଳନ କଲା, କିନ୍ତୁ ଏହି ସୁଖ ଅଳ୍ପ ସମୟର ଥିଲା। ଏଠାରେ ଗୃହଯୁଦ୍ଧ ଆରମ୍ଭ ହୋଇ ପ୍ରାୟ ୪ ହଜାର ଲୋକଙ୍କ ଜୀବନ ଯାଇଥିଲା। ପରିସ୍ଥିତି ଏତେ ଖରାପ ଥିଲା ଯେ, ଏଠାକାର ଲୋକମାନେ ଅନ୍ୟ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ଏଠାରେ ଦୁଇ ତୃତୀୟାଂଶ ଜନସଂଖ୍ୟା ମାନବିକ ସହାୟତା ଉପରେ ନିର୍ଭରଶୀଳ। ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ୍‌) ମଧ୍ୟ ଚେତାବନୀ ଦେଇଛି ଯେ, ଦକ୍ଷିଣ ସୁଦାନ ବର୍ତ୍ତମାନର ମାନବୀୟ ସଙ୍କଟର ସମ୍ମୁଖୀନ ହୋଇଛି।

ବିଶ୍ୱାସ କରାଯାଏ, ଏପ୍ରିଲ ୨୦୧୯ରେ ଓମାର ଅଲ୍‌-ବଶିର ସରକାରଙ୍କ ପତ୍ତନ ପରେ ଏଠାରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ବର୍ତ୍ତମାନ ସୁଦାନର ପାରାମିଲିଟାରୀ ଫୋର୍ସ ‘ରାପିଡ ସପୋର୍ଟ ଫୋର୍ସ’ ଅର୍ଥାତ୍‌ ଆର୍‌ଏସ୍‌ଏଫ୍‌ ଏବଂ ସେନା ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଗୃହଯୁଦ୍ଧ ମଧ୍ୟରେ କେବଳ ସୁଦାନର ନାଗରିକଙ୍କ ନୁହେଁ ବରଂ ୩ ହଜାର ଭାରତୀୟଙ୍କ ଜୀବନ ମଧ୍ୟ ବିପଦରେ ରହିଛି।

ଏହି ହିଂସାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୁଦାନର ଖାର୍ତୁମ ବର୍ତ୍ତମାନ ବିପଦରେ ପରିପୂର୍ଣ୍ଣ। ବର୍ତ୍ତମାନ ସମସ୍ତଙ୍କ ମନରେ ସେହି ଗୋଟିଏ କଥା ଯେ, ସୁଦାନ ଏକ ଗରିବ ଦେଶ ଏବଂ ଯେଉଁଠାରେ ହିଂସା ସବୁବେଳେ ଲାଗି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଆମେରିକାକୁ କଡ଼ା ଚେତାବନୀ ଦେଲା ଇରାନ, ତେଲ ଅଭିଭର…

ତେହରାନ୍‌,୧।୭: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସର୍ବୋଚ୍ଚ ନେତାଙ୍କ ସମ୍ପର୍କରେ ଇସ୍ରାଏଲର ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଆମେରିକାକୁ “ତେଲ ଅଭିଭରେ ପାଳିତ ପଶୁ”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri