ସୁଦାନ ସଙ୍କଟ

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ୧୪ ମାସ ପୂରୁଣୁ ଆଉ ଏକ ଭୟଙ୍କର ଯୁଦ୍ଧ ସ୍ଥିତି ଉପୁଜିଛି। ପ୍ରାୟ ସପ୍ତାହ ପୂର୍ବରୁ ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସଂଘର୍ଷ ଦେଖାଦେଇଛି। ଏହି ଅଶାନ୍ତ ପରିସ୍ଥିତି ପାଇଁ ଦୁଇଟି ସଶସ୍ତ୍ର ଆଭ୍ୟନ୍ତରୀଣ ଗୋଷ୍ଠୀ ଦାୟୀ। ଗୋଟିଏ ପଟେ ସୁଦାନର ସେନା ଏବଂ ତାକୁ ବିରୋଧ କରୁଛି ସୁଦାନର ଅର୍ଦ୍ଧ ସାମରିକ ବାହିନୀ ବା ରାପିଡ୍‌ ସପୋର୍ଟ ଫୋର୍ସ ( ଆର୍‌ଏସ୍‌ଏଫ୍‌)। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ସଂଘର୍ଷରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହେଲେଣିି। ସେଠାରେ ଖାଦ୍ୟ, ପାନୀୟ ଜଳ ଓ ଓଷଧ ସଙ୍କଟ ଦେଖାଯାଇଛି। ବିଶ୍ୱର ଦରିଦ୍ର ଦେଶ ସୁଦାନର ଇତିହାସକୁ ଦେଖିଲେ ୧୯୫୬ରେ ସ୍ବାଧୀନତା ପାଇବା ପରଠାରୁ ଏହାର ଶାସନରେ ଅସ୍ଥିରତା ଲାଗିରହିଛି ଓ ସେନା ସେଠାରେ ୬ ଥର କ୍ଷମତା ଦଖଲ କରିଛି। ୧୯୫୮ରେ ପ୍ରଥମ ଓ ଶେଷ ଥର ୨୦୨୧ରେ ରାଷ୍ଟ୍ରପତି ଓମାର ଅଲ ବସିରଙ୍କୁ ଗାଦିଚ୍ୟୁତ କରି ଜେନେରାଲ ଅବଦେଲ ଫାତହା ଅଲ ବୁର୍‌ହାନ୍‌ କ୍ଷମତା ହାତକୁ ନେଇଥିଲେ। ସେନା ହାତରେ କ୍ଷମତା ରଖିବା ଲାଗି ରାପିଡ୍‌ ସପୋର୍ଟ ଫୋର୍ସର ଜେନେରାଲ ଏମ୍‌.ଏଚ୍‌ ଡାଗଲୋ ସାହାଯ୍ୟ କରି ଆସୁଥିଲେ। ୨୦୨୩ ଶେଷ ସୁଦ୍ଧା ସେଠାରେ ନିର୍ବାଚନ କରି ଗଣସରକାର ପ୍ରତିଷ୍ଠା କରିବା ଲାଗି ବୁର୍‌ହାନ୍‌ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘଷର୍ର୍ ସୂଚାଉଛି ଯେ, ସେମାନଙ୍କ ମଧ୍ୟରୁ କାହାର ବି କ୍ଷମତା ଛାଡ଼ିବାର ଇଚ୍ଛା ନାହିଁ। କେବଳ ସୁଦାନ ନୁହେଁ, ଏସୀୟ ରାଷ୍ଟ୍ର ମ୍ୟାନ୍‌ମାର(ପୂର୍ବନାମ ବର୍ମା)ର ଉଦାହରଣ ବିଶ୍ୱ ଦୃଶ୍ୟପଟରେ ଉଲ୍ଲେଖନୀୟ। ଦୀର୍ଘଦିନ ଧରି ସେନା ଶାସନରେ ରହି ମ୍ୟାନ୍‌ମାରରେ ଏକାଧିକ ନିର୍ବାଚନ କରାଯାଇଥିଲେ ବି ଗଣତନ୍ତ୍ରକୁ ସଫଳ କରାଇ ଦିଆଯାଇନାହିଁ। ୨୦୨୦ ସାଧାରଣ ନିର୍ବାଚନରେ ଗଣତନ୍ତ୍ର ସପକ୍ଷବାଦୀ ତଥା ନ୍ୟାଶ୍‌ନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି) ନେତ୍ରୀ ଆଙ୍ଗ୍‌ ସାନ୍‌ ସୁଚି ବିପୁଳ ବିଜୟ ଲାଭ କରି କ୍ଷମତାକୁ ଆସିଥିଲେ ମଧ୍ୟ ସେନା ପୁନର୍ବାର ୨୦୨୧ରେ କ୍ଷମତା ଦଖଲ କରି ସୁଚିଙ୍କୁ ଗୃହବନ୍ଦୀ କରିଥିଲା। ବିଶ୍ୱରେ ଏଭଳି ଅନେକ ସେନା ଅଧିକାରୀ ଯେଉଁମାନଙ୍କୁ ଜୁଣ୍ଟା ବୋଲି କୁହାଯାଏ, ସେମାନେ କ୍ଷମତା ଦଖଲ କରି ହିଂସା ଓ ଏକଚ୍ଛତ୍ରବାଦକୁ ପ୍ରୋତ୍ସାହନ ଦିଅନ୍ତି। ୧୯୯୦ ଦଶକରୁ ବିଭିନ୍ନ ଦେଶରେ ମିଲିଟାରି ଶାସନ ଅନେକ ନିର୍ବାଚନ କରାଇଛି ଓ ପରେ ତାହାକୁ ନିଜ ସୁବିଧା ହେବା ଭଳି ରାଜନୈତକ ଦଳ କିମ୍ବା ମୁଖ୍ୟମାନଙ୍କୁ ନିଯୁକ୍ତ କରିଛି। ୧୯୯୨ରେ ଆଲ୍‌ଜେରିଆ ଠାରୁ ଆରମ୍ଭ କରି ସୁଦାନ ଓ ମ୍ୟାନ୍‌ମାର ସମେତ ନାଇଜେରିଆ, କାମ୍ବୋଡିଆ, ଇଜିପ୍ଟ, ଥାଇଲାଣ୍ଡ, ମାଲି, ଚାଦ୍‌ ଏବଂ ଗତ ବର୍ଷ ବୁର୍‌କିନା ଫାସୋ ମିଲିଟାରି ଏକଚ୍ଛତ୍ରବାଦ ଶାସନକୁ ଚାଖିଛନ୍ତି। ବିଶେଷଜ୍ଞ କହନ୍ତି ଯେ, ଯେଉଁ ଦେଶରେ ରାଜନୈତିକ କାର୍ଯ୍ୟକ୍ରମ ଜୋର୍‌ ଧରେ, ସେଠାରେ ସେନା ଏବଂ କର୍ପୋରେଟ ବିରୋଧୀ ମନୋଭାବ ବୃଦ୍ଧି ପାଇଥାଏ। ।
ଉଲ୍ଲେଖନୀୟ ଯେ, ବିଶ୍ୱରେ ଯେତେସବୁ ଦେଶରେ ମିଲିଟାରି କ୍ଷମତା ଦଖଲ କରିଛି ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବାଟ ଛାଡ଼ିନି ସେଠାରେ ଆର୍ଥିକ ଏବଂ ସାମାଜିକ ଅସ୍ଥିରତା ଦେଖାଯାଇଛି। ବହୁ କ୍ଷେତ୍ରରେ ମାନବୀୟ ସଙ୍କଟ ସୀମା ଟପିଯାଉଛି। ନାଇଜେରିଆ, ସୁଦାନ, ମ୍ୟାନ୍‌ମାର ଓ ଚାଦକୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ। ଏବେ ପାକିସ୍ତାନର ଅବସ୍ଥା ସେହି ସ୍ତରକୁ ଖସିଆସୁଛି। ବିଶ୍ୱ ସମୁଦାୟ ସବୁବେଳେ ଗଣତନ୍ତ୍ରକୁ ପ୍ରାଧାନ୍ୟ ଦେଉଛି ଓ ସାମରିକ ଶାସନକୁ ନାପସନ୍ଦ କରିଆସିଛି। କିନ୍ତୁ ପୃଥିବୀର ଏହିଭଳି ମିଲିଟାରି ଶାସକଙ୍କୁ ଦମନ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଠାରେ ମନେରଖିବାକୁ ହେବ ଯେ, ଏକଚ୍ଛତ୍ରବାଦ କେବଳ ମିଲିଟାରି ଶାସକଙ୍କଠାରୁ ଆରମ୍ଭ ହୁଏନାହିଁ। ଚାଇନାର ଶି ଜିନ ପିଙ୍ଗ୍‌ ରୁଷିଆର ଭ୍ଲାଡିମିର ପୁଟିନ୍‌, ହଙ୍ଗେରୀର ଓର୍‌ବାନ୍‌ଙ୍କ ଭଳି ଅନେକ ରାଜନେତା ନିର୍ବାଚନ ମାଧ୍ୟମରେ କ୍ଷମତା ଦଖଲ କରିଥିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ କ୍ଷମତା ଲୋଭ ସେମାନଙ୍କୁ ଏକଚ୍ଛତ୍ରବାଦୀ କରାଇଦେଇଛି। ଏହିସବୁ ଦେଶର ନେତାମାନେ ନିଜ ଦେଶର ଶକ୍ତିକୁ ଦେଖି ଅନେକ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ତାଙ୍କର ନାଗରିକମାନେ ସତ୍ୟର ସନ୍ଧାନ କରିପାରୁନାହାନ୍ତି। ଅସତ୍ୟ କହି ଏବଂ ସେହି ଅସତ୍ୟକୁ ବାରମ୍ବାର ଲୋକଲୋଚନକୁ ଆଣି ତାହାକୁ ସତ୍ୟ ବୋଲି ପ୍ରମାଣ କରିଦେଇପାରୁଛନ୍ତି। ଓଡ଼ିଆରେ ଗୋଟିଏ ଢଗ ଅଛି ‘ତିନି ତୁଣ୍ଡରେ ଛେଳି କୁକୁର’-ଉକ୍ତ ନୀତିରେ ବିଭିନ୍ନ ଅସତ୍ୟକୁ ବାରମ୍ବାର ଦୋହରାଇବା ପାଇଁ ମିଡିଆ ବା ଗଣମାଧ୍ୟମକୁ ପ୍ରଥମେ ଏହି ନେତାମାନେ ହାତେଇ ନେଉଛନ୍ତି। ସେଥିରେ ସଫଳତା ପ୍ରାପ୍ତି ହେଲା ପରେ ଗଣତାନ୍ତ୍ରିକ ପଦ୍ଧତିରେ ଜିଣିଥିବା ନେତା ସହଜରେ ଏକଚ୍ଛତ୍ରବାଦୀ ପାଲଟି ଯାଉଛନ୍ତି। କିଏ ବାହାରେ ଯୁଦ୍ଧ ଆରମ୍ଭ କରୁଛି ତ ଆଉ କିଏ ଦେଶ ଭିତରେ ଗୋଷ୍ଠୀ ସୃଷ୍ଟି କରି ହଣାକଟା ଆରମ୍ଭ କରିଦେଉଛି। ଏହା ହେଉଛି ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିର ପୃଥିବୀ ପରିସ୍ଥିତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri